Old Pension Scheme: ବଡ଼ ଖୁସି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଜାରି ହେଲା ବିଜ୍ଞପ୍ତି!
Advertisement

Old Pension Scheme: ବଡ଼ ଖୁସି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଜାରି ହେଲା ବିଜ୍ଞପ୍ତି!

Old Pension Scheme: କୋର୍ଟର ଏହି ନିଷ୍ପତ୍ତିରୁ ହଜାର ହଜାର ପୂର୍ବତନ ସୈନ୍ୟଙ୍କୁ ବହୁତ ରିହାତି ମିଳିବ ବୋଲି ଆଶା କରାଯାଉଛି । ଜଷ୍ଟିସ ସୁରେଶ କୈତ ଓ ନିନା ବନ୍ସଲଙ୍କ ବେଞ୍ଚ ୮୨ଟି ଆବେଦନ ଉପରେ ରାୟ ଦେଇଛନ୍ତି ଓ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଏହି ସଶସ୍ତ୍ର ବାହିନୀରେ ଆଜି ହେଉ କିମ୍ୱା ଆଗାମୀ ସମୟରେ କାହାକୁ ନିଯୁକ୍ତି ଦିଆଯାଉଛି ତେବେ ସେହି ସମସ୍ତ ଲୋକ ପୁରୁଣା ପେନ୍‌ସନ୍‌ ଅଧୀନରେ ଆସିବ ।

Old Pension Scheme: ବଡ଼ ଖୁସି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଜାରି ହେଲା ବିଜ୍ଞପ୍ତି!

Old Pension Scheme: ପୁରୁଣା ପେନସନ ସ୍କିମ୍ (Old Pension Schem) ପୁନଃ ଲାଗୁ କରିବା ନେଇ ସାରା ଦେଶରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ କେନ୍ଦ୍ର ସରକାର କିଛି କର୍ମଚାରୀଙ୍କୁ ବହୁତ ରିହାତି ପ୍ରଦାନ କରିଛନ୍ତି । ସରକାରୀ ଚାକିରି କରୁଥିବା କିଛି ଖାସ୍ ବ୍ୟକ୍ତିଙ୍କ ପାଇଁ ସରକାର ପୁରୁଣା ପେନସନ୍ ବ୍ୟବସ୍ଥା (OPS) ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ (Delhi High Court) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଦେଶର ସମସ୍ତ ଲୋକ ପୁରୁଣା ପେନସନ୍ ଯୋଜନା (Old Pension Scheme) ର ଲାଭ ଉଠାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ସମୟରେ ଏହା କିଛି ଖାସ୍ ଲୋକଙ୍କ ପାଇଁ ପୁନଃ ଲାଗୁ କରାଯାଉଛି ।

ଦିଲ୍ଲୀ ହାଇକୋର୍ଟ ସୂଚନା ଦେଇ କହିଛନ୍ତି ଯେ, ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ (CAPF) ପୁରୁଣା ପେନସନ ଯୋଜନାର ଲାଭ ପାଇବ । ଏହା ଏକ ସଶସ୍ତ୍ର ବାହିନୀ, ଯେଉଁଥିପାଇଁ ଏହି ଲୋକମାନେ OPS ର ଲାଭ ପାଇବେ । ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି । କୋର୍ଟର ଏହି ନିଷ୍ପତ୍ତିରୁ ହଜାର ହଜାର ପୂର୍ବତନ ସୈନ୍ୟଙ୍କୁ ବହୁତ ରିହାତି ମିଳିବ ବୋଲି ଆଶା କରାଯାଉଛି । ଜଷ୍ଟିସ ସୁରେଶ କୈତ ଓ ନିନା ବନ୍ସଲଙ୍କ ବେଞ୍ଚ ୮୨ଟି ଆବେଦନ ଉପରେ ରାୟ ଦେଇଛନ୍ତି ଓ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଏହି ସଶସ୍ତ୍ର ବାହିନୀରେ ଆଜି ହେଉ କିମ୍ୱା ଆଗାମୀ ସମୟରେ କାହାକୁ ନିଯୁକ୍ତି ଦିଆଯାଉଛି ତେବେ ସେହି ସମସ୍ତ ଲୋକ ପୁରୁଣା ପେନ୍‌ସନ୍‌ ଅଧୀନରେ ଆସିବ ।

ଆପଣଙ୍କୁ କହିରଖୁଛୁ ଯେ, ଏହି ନିଷ୍ପତ୍ତିର ବିସ୍ତୃତ କପି ୱେବସାଇଟରେ ଅପଲୋଡ୍ ହୋଇନାହିଁ । କିନ୍ତୁ ସରକାର ଓ କୋର୍ଟଙ୍କ ଏହି ନିଷ୍ପତ୍ତି କେନ୍ଦ୍ରୀୟ ବାହିନୀକୁ ବହୁତ ରିହାତି ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲୋ ଏହି ବଡ଼ ଉପହାର

ଅଧିକ ପଢ଼ନ୍ତୁ:-ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

 

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ କର୍ମଚାରୀମାନେ ସ୍ଥିର ପେନସନ ପାଆନ୍ତି । ଏହା ଅଧୀନରେ କର୍ମଚାରୀ ପେନସନ୍‌ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ରାଶିର ପାଇବାକୁ ହକଦାର ହୋଇଥାଏ । ତେବେ ପେନସନ ରାଶି ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ଅଂଶଦାୟୀ ରହିଛି, ଯାହା ୨୦୦୪ ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି ।