Old Pension Scheme: ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!
Advertisement

Old Pension Scheme: ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

Old Pension Scheme: ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଋଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । 

Old Pension Scheme: ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

Old Pension Scheme: ପୁରୁଣା ପେନସନ୍ ଯୋଜନା (OPS) ସମ୍ପର୍କରେ କେନ୍ଦ୍ରର ମୋଦି ସରକାର (Modi Govt) ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଯଦି ଆପଣ ଜଣେ ସରକାରୀ କର୍ମଚାରୀ (Government Employees) ଓ ପୁରୁଣା ପେନସନ୍ ଯୋଜନା (Old Pension Scheme) ର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ଦୀର୍ଘ ସମୟ ଅପେକ୍ଷା ପରେ ମୋଦି ସରକାର କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ପୁରୁଣା ପେନସନ ସ୍କିମ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ବର୍ତ୍ତମାନ ଆପଣ ପୁରୁଣା ପେନସନ୍ ବିକଳ୍ପ ଚୟନ କରିପାରିବେ । ଦୀର୍ଘ ଦିନ ଧରି ସାରା ଦେଶରେ ପୁରୁଣା ପେନସନ ଯୋଜନା (OPS) ର ଦାବି ରହିଆସିଛି । ଯାହା ଉପରେ ମୋଦି ସରକାର ନିକଟ ଅତୀତରେ ଏକ ବଡ଼ ଘୋଷଣା କରିଛନ୍ତି ।

ପୁରୁଣା ପେନସନ ଯୋଜନା (Old Pension Scheme) କୁ ନେଇ ମିଳିଥିବା ଅପଡେଟ୍ ଅନୁଯାୟୀ, ଯଦି କୌଣସି କର୍ମଚାରୀ ଡିସେମ୍ବର ୨୨,୨୦୦୩ ପୂର୍ବରୁ ନିଯୁକ୍ତି ପାଇଛନ୍ତି, ତେବେ ସେହି ସମସ୍ତେ କର୍ମଚାରୀ ପୁରୁଣା ପେନସନ୍ ଯୋଜନାର ଲାଭ ପାଇବେ । କିନ୍ତୁ ୨୨ ଡିସେମ୍ବର ୨୦୦୩ ପରେ ସରକାରୀ ଚାକିରିରେ ଯୋଗ ଦେଇଥିବା ଏହିପରି ସମସ୍ତ କର୍ମଚାରୀ ପୁରୁଣା ପେନସନ୍ ଯୋଜନାର ଲାଭ ପାଇବେ ନାହିଁ । ସେହି କର୍ମଚାରୀ ମାନେ ନୂତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ସରକାରୀ କର୍ମଚାରୀମାନେ (Central Government Employees) ପୁରୁଣା ପେନସନ୍ ଯୋଜନା (OPS) ର ବିକଳ୍ପ ଚୟନ କରିପାରିବେ ।

ଏହିପରି କର୍ମଚାରୀମାନେ ଅଗଷ୍ଟ ୩୧, ୨୦୨୩ ପର୍ଯ୍ୟନ୍ତ ପୁରୁଣା ପେନସନ (OPS) ଚୟନ କରିବାର ବିକଳ୍ପ ପାଇବେ । ଏହା ସହିତ ସରକାରଙ୍କ ((Central Government) ତରଫରୁ କୁହାଯାଇଥିଲା ଯେ, ଯଦି ଯୋଗ୍ୟ କର୍ମଚାରୀମାନେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁରୁଣା ପେନସନ୍ ସ୍କିମର ବିକଳ୍ପ ଚୟନ ନକରନ୍ତି, ତେବେ ସେମାନଙ୍କର ନାମ ନୂଆ ପେନସନ୍ ଯୋଜନାରେ ଜାରି ରହିବ । ସୂଚନା ଅନୁଯାୟୀ, ଯଦି ଜଣେ କର୍ମଚାରୀ ପୁରୁଣା ପେନସନ ସ୍କିମ୍ ଯିବାର ବିକଳ୍ପ ଚୟନ କରନ୍ତି, ତେବେ ଏହା ଶେଷ ବିକଳ୍ପ ଭାବରେ ବିବେଚନା କରାଯିବ ।

fallback

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।