Odisha Vigilance Raid Today: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Advertisement
Article Detail0/zeeodisha/odisha2030234

Odisha Vigilance Raid Today: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Vigilance Raid on Govt Officer House: ଭିଜିଲାନ୍ସ ଜାଲରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। 

Odisha Vigilance Raid Today: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Vigilance Raid on IDCO CGM House: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସରୋଜକାନ୍ତ ମହାନ୍ତିଙ୍କ ସହ ଜଡ଼ିତ ସାତୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଥିବାର ଚଢ଼ାଉ କରାଯାଇଥିବାର ଜଣାପଡ଼ିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। 

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସ୍ପେଶାଲ୍ ଜଜ୍ ଭିଜିଲାନ୍ସ (ଭୁବନେଶ୍ୱର) ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ  ଭୁବନେଶ୍ୱର ସମେତ କଟକ ଏବଂ ଯାଜପୁର ଜିଲ୍ଲାର ସାତୋଟି ସ୍ଥାନରେ ଚଢାଉ କରିଥିଲା ଭିଜିନାନ୍ସ। ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁସାରେ ଚଢାଉ ସମୟରେ ଦୁଇଟି ବହୁ ମହଲା କୋଠା, ଦୁଇଟି ୩ ବିଏଚକେ ଫ୍ଲାଟ,  ୧୦ ପ୍ଲଟ୍, ଗୋଟିଏ ଚାରି ଚକିଆ ଯାନ ମିଳିଛି।

ଚଢାଉ ସମୟରେ ମିଳିଥିବା ସମ୍ପତ୍ତିର ବିବରଣୀ:
ମହାନଦୀ ବିହାର, ନୟାବଜାର, କଟକ ଠାରେ ୬୨୦୦ ବର୍ଗ ଫୁଟ ବିଶିଷ୍ଟ ୩ ମହଲା କୋଠା 
ବ୍ରହ୍ମବରଦା, ଧର୍ମଶାଳା  ଯାଜପୁର ଠାରେ ଏକ ୨ ମହଲା କୋଠା 
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ ଗୋଟିଏ ୩ ବିଏଚକେ ଫ୍ଲାଟ
ବାରଙ୍ଗ ଠାରେ ୩ ବିଏଚକେ ଫ୍ଲାଟ୍ 
ସମୁଦାୟ ୧୦ ପ୍ଲଟ୍ ମଧ୍ୟରୁ ୭ ପ୍ଲଟ୍ ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ରହିଛି

ଉପରୋକ୍ତ ଫ୍ଲାଟ/ପ୍ଲଟ/କୋଠାର ମାପ ଏବଂ ମୂଲ୍ୟାଙ୍କନ ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ଦ୍ୱାରା ପରିଚାଳିତ ହେଉଛି। ବ୍ୟାଙ୍କ, ଡାକ ଏବଂ ଅନ୍ୟାନ୍ୟ ଜମା ଯାଞ୍ଚ କରାଯାଇଛି ବୋଲି ଭିଜିଲାନ୍ସ ଏକ ବିଜ୍ଞପ୍ତିରେ କହିଛି।