School Reopen 2023: ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ, ଏହି ସବୁ ଜିଲ୍ଲାରେ ହେବ କାଲିଠୁ ସକାଳୁଆ ସ୍କୁଲ
Advertisement
Article Detail0/zeeodisha/odisha1746921

School Reopen 2023: ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ, ଏହି ସବୁ ଜିଲ୍ଲାରେ ହେବ କାଲିଠୁ ସକାଳୁଆ ସ୍କୁଲ

School Reopen 2023: ସରିଲା ଖରା ଛୁଟି (summer vacation)। ଖରା ଛୁଟି ପରେ ରାଜ୍ୟରେ ଆଜିଠୁ ସ୍କୁଲ ଖୋଲୁଛି (school)। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School & Mass Education Department Govt. of Odisha) ପକ୍ଷରୁ ଘୋଷଣା କରାଯାଇଛି। ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ସକାଳୁଆ ସ୍କୁଲ୍ ହେବ । ଏବଂ କେଉଁ ଜିଲ୍ଲାରେ ଖରଛୁଟିକୁ ବୃଦ୍ଧି କରିଛନ୍ତି ସରକାର । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

School Reopen 2023: ସରିଲା ଖରା ଛୁଟି (summer vacation)। ଖରା ଛୁଟି ପରେ ରାଜ୍ୟରେ ଆଜିଠୁ ସ୍କୁଲ ଖୋଲୁଛି (school)।  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School & Mass Education Department  Govt. of Odisha)  ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍ ୧୯ରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ  ବିଦ୍ୟାଳୟ ଖୋଲିଥାଆନ୍ତା କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟିକୁ ଆଉ ଦୁଇ ଦିନ ବଢାଇ ଥିଲେ ସରକାର । ତେଣୁ ଆଜି ରାଜ୍ୟର ସ୍କୁଲ ଗୁଡିକ ଖୋଲିବ (School Reopen 2023)। ଗ୍ରୀଷ୍ମ ସମୟରେ ବିଦ୍ୟାଳୟ ଖୋଲୁଥିବାରୁ,  ସ୍କୁଲରେ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କୁଲ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପାନୀୟ ଜଳ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।  ଯାହା ଫଳରେ ଛାତ୍ରଛାତ୍ରୀମାନେ ସୁରୁଖୁରୁରେ ପାଠ ପଢିପାରିବେ। 

Also Read: Mangal Gochar 2023: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ଏହି ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!

ସେପଟେ,  ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି, ପଶ୍ଚିମ ଓଡି଼ଶାର ସାତୋଟି ଜିଲ୍ଲାରେ ଖରାଛୁଟିକୁ ବଢାଇବା ସହିକ ସକାଳୁଆ ସ୍କୁଲ କରିବାକୁ ନିସ୍ପତି ହୋଇଛି। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ, ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍କୁଲ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା । ନିଷ୍ପତ୍ତି ଅନୁସାରେ ବରଗଡ଼ ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବ ଓ ଦୁଇଦିନ ସକାଳୁଆ ପାଠପଢ଼ା ହେବ । ସେହିପରି ସୁନ୍ଦରଗଡ଼ରେ ୨୩ ରୁ ୨୫, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ଚାଲିବ । ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ । ପରେ ୨୬ ତାରିଖରୁ ସ୍ବାଭାବିକ ଖୋଲିବ ସ୍କୁଲ । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଆଜିଠାରୁ ସ୍ବାଭାବିକ ଭାବେ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି ।

Also Read: Waether Update: ଅସହ୍ୟ ତାତି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତି କଲା ପରି ଖବର, ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ !

Also Read: Horoscope Today 21 June 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ସୂଚନା ଅନୁସାର, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକୁ ଚଳିତ ଥର ଏପ୍ରିଲ୍ ୨୧ରୁ ଖରାଛୁଟି ଘୋଷଣା କରିଥିଲେ। ସେହି ଦିନ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ରହିଥିଲା।  ପ୍ରତିବର୍ଷ ମେ’ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଖରାଛୁଟି ଆରମ୍ଭ ହୋଇଥାଏ ଏବଂ ରଜ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଥାଏ । କିନ୍ତୁ ଚଳିତବର୍ଷ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରୁ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ଖରାଛୁଟି ଘୋଷଣା କରିଥିଲେ ।