RBI Coin and Note Exchange Drive: ବ୍ଲକ ଠାରେ ବଦଳା ଯାଇପାରିବ ଚିରା ଫଟା ନୋଟ; ଆରବିଆଇ ଆରମ୍ଭ କରିବ ମୁଦ୍ରା ବଦଳ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha1984902

RBI Coin and Note Exchange Drive: ବ୍ଲକ ଠାରେ ବଦଳା ଯାଇପାରିବ ଚିରା ଫଟା ନୋଟ; ଆରବିଆଇ ଆରମ୍ଭ କରିବ ମୁଦ୍ରା ବଦଳ କାର୍ଯ୍ୟକ୍ରମ

RBI Regional Office Odisha: ରାଜ୍ୟର ସମସ୍ତ ବ୍ଲକ ଠାରେ ମୁଦ୍ରା ବଦଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

 RBI Coin and Note Exchange Drive: ବ୍ଲକ ଠାରେ ବଦଳା ଯାଇପାରିବ ଚିରା ଫଟା ନୋଟ; ଆରବିଆଇ ଆରମ୍ଭ କରିବ ମୁଦ୍ରା ବଦଳ କାର୍ଯ୍ୟକ୍ରମ

Coin and Note Exchange Drive in Odisha: ଭୁବନେଶ୍ୱର: ରାଜ୍ୟର ସମସ୍ତ ବ୍ଲକ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ  ମୁଦ୍ରା ବଦଳ ଅର୍ଥାତ କଏନ୍‍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହାଦ୍ୱାରା ସାଧାରଣ ଲୋକେ ତାଙ୍କ ନିକଟସ୍ଥ ବ୍ଲକ ଠାରେ ଚିରା ଫଟା ନୋଟ ସହ କଏନ ବଦଳାଇ ପାରିବେ। ବିଭିନ୍ନ ସମୟରେ ମୁଦ୍ରା ଅଚଳ ହେଉଥିବା ନେଇ ଯେଉଁ ଗୁଜବ ପ୍ରସାରିତ ହେଉଛି ତାହାକୁ ପ୍ରଶମିତ କରିବା ତଥା ସଚେତନତା ସୃଷ୍ଟି କରିବା ଲାଗି ରିଜର୍ଭ ବ୍ୟାଙ୍କ ଏପରି ପଦକ୍ଷେପ ନେଇଥିବା ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି।  

ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତିଙ୍କ କହିବା ଅନୁସାରେ ରାଜ୍ୟର ୩୧୪ ବ୍ଲକ ଠାରେ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଡିସେମ୍ବର ମାସରୁ ଆରମ୍ଭ ହେବ। ଯାହା ପ୍ରାୟ ୩ ମାସ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଲୋକ କଏନ ସହ ମଇଳା କିମ୍ବା ଚିରାଫଟା ନୋଟ୍ ମଧ୍ୟ ବଦଳାଇ ପାରିବେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ସବୁ କଏନ୍‍ ଏବଂ ନୋଟ୍ ର ଆଇନଗତ ମାନ୍ୟତା ରହିଛି। କୌଣସି କଏନ୍‍ କିମ୍ବା ନୋଟ ଅଚଳ ହୋଇନାହିଁ। ଏହି ବାର୍ତ୍ତାକୁ ମଜଭୁତ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଉଥିବା ଏପରି ଉଦ୍ୟମ ଉଦ୍ଦିଷ୍ଟ ରହିଛି।  

ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କଏନ ନେବାକୁ ମନା କରୁଛି, ତାହେଲେ ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଂ ଲୋକପାଳ ଠାରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି।  

୨୦୧୯ ମସିହାରେ ସବୁ କଏନ୍‍ ଆଇନଗତ ମାନ୍ୟତା ରଖିଥିବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଏ ସମ୍ବନ୍ଧରେ ସଚେତନତା ବୃଦ୍ଧି ହେବା ଦରକାର। କଏନ କେଉଁଠି ଅଚଳ ହୋଇନାହିଁ। ୫୦ ପଇସା ଠାରୁ ୨୦ ଟଙ୍କା ଯାଏ କଏନ ପ୍ରଚଳିତ ରହିଥିବାର କହିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ। ଏଥିଲାଗି ବିଭିନ୍ନ ସମୟରେ ବ୍ୟାଙ୍କ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଆସନ୍ତା ଡିସେମ୍ବର ମାସରୁ ଫେବୃୟାରୀ ପର୍ଯ୍ୟନ୍ତ ଏପରି କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ ଠାରେ କରାଯିବ ବୋଲି କହିଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି।