Odisha Politics: ହେବିୱେଟ ବିଧାୟକ କେକ କାଟି ଖାଇଲେ କିନ୍ତୁ ମନ୍ତ୍ରୀଙ୍କୁ ମିଳିଲାନି,ଖୁସି ତ !
Advertisement

Odisha Politics: ହେବିୱେଟ ବିଧାୟକ କେକ କାଟି ଖାଇଲେ କିନ୍ତୁ ମନ୍ତ୍ରୀଙ୍କୁ ମିଳିଲାନି,ଖୁସି ତ !

Odisha Politics: ନବୀନଙ୍କ ଜନ୍ମଦିନ ପାଳନକୁ ନେଇ ଆସିଲା ଖବର, ଖବର ହେଉଛି ବିଜେଡି ଦଳ(BJD Party) ଭିତରେ ଅନ୍ତର୍ଦ୍ୱନ୍ଦ। ଯାହାକି ଏବେ ଏହା ସମସ୍ତଙ୍କ ସାମ୍ନାକୁ ଆସିଯାଇଛି ବୋଲି କୁହାଯାଉଛି। 

 

ବିଧାୟକମାନେ କେକ କାଟିବାର ଦୃଶ୍ୟ

ତେବେ ଏହି ଅନ୍ତର୍ଦ୍ୱନ୍ଦ ବିଧାୟକ ଓ ମନ୍ତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଜଣାପଡିଛି। ଖବର ଅନୁସାରେ ଓଡିଶା ବିଜେଡି ଦଳର ପାୱାରଫୁଲ( Odisha BJD)ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ଥିବା ମତଭେଦ ବୋଲି କୁହାଯାଉଛି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜର ଇନଭେଷ୍ଟର ସମିଟ ପାଇଁ  ହାଇଦ୍ରାବାଦ ଯିବାର ପୋଗ୍ରାମ କୁ ନେଇ ନିଜର ଜନ୍ମଦିନ ପାଳି ନଥିଲେ , ତେଣୁ ଏହି ମୌକାକୁ ବିଧାୟକ ଓ ମନ୍ତ୍ରୀ ମାନେ, ସୁଯୋଗକୁ ହାତ ଛାଡ ନକରି ନିଜ ନିଜ ନିର୍ବାଚନ ମଣ୍ଡଳୀ ତଥା ନିଜ ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ।ଏହି ଅବସରରେ ଦଳର କିଛି ପ୍ରଭାବଶାଳୀ ବିଧାୟକ ଓ ମନ୍ତ୍ରୀ ନିଜ ନିଜ ଅଂଚଳରେ ଜନ୍ମଦିନ ପାଳନ କଲେ । ଜନ୍ମଦିନ ପାଳନ କଲେ ସତ କିନ୍ତୁ ପରେ ଦଳ ଭିତରରେ ଥିବା ଅନ୍ତର୍ଦ୍ୱନ୍ଦ ପଦାକୁ ଚାଲି ଆସିଲା ବୋଲି ଚର୍ଚ୍ଚା ହେଉଛି ।ତେବେ ଏହି ବିବାଦ କଣ ଆସନ୍ତୁ ଜାଣିବା ।

ଘଟଣାରୁ ଜଣାପଡିଛି ଯେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଦାସ ) ଯାଜପୁରରେ ଏକ ଅଭିନବ ଢଙ୍ଗରେ ତଥା ବହୁ ଆଡ଼ମ୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ(Naveen Birthday) ପାଳନ କରିଥିଲେ, ଯେଉଁଥିରେ ଭଦ୍ରକ ର ବିଧାୟକ ବୟମ୍ୱକେଶ୍ୱ ରାୟ , ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟ (ଜିତୁ ଦାସ )ପ୍ରମୁଖ ଅଂଶ ଗ୍ରହଣ କରିଥିଲେ.। ହାଜର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ,ମାନ୍ୟବର ନବୀନ ପଟ୍ଟନାୟଙ୍କ(Naveen Patnaik) ଏକ ବଡ ବ୍ୟାନର ନିର୍ମିତ ହୋଥିଲା।ଲକ୍ଷ ଲକ୍ଷ ଟଙ୍କାର ବାଣ ଫୁଟିଲା, ପରିବେଶ ଦେଖିଲେ ଜଣାପଡୁଥିଲା କି ଏକ ବିଜୟ ଦିବସର ସମାରୋହ।ଏହା ପରେ ବିରାଟକାୟ କେକ କଟା ଯାଇ ପରସ୍ପର କୁ ଖୁଆଉଥିଲେ। ଏହି ଖୁସିର ବାତାବରଣ ସାରା ରାଜ୍ୟ ମେଡିଆରେ ମଧ୍ୟ ଖେଳି ଯାଇଥିଲା । ଏହା ପରେ ବୈତରଣୀ କୂଳରେ ଆରମ୍ଭ ହୋଇଥିଲା ଲେଜର ଶୋ, ଯାହାକି ପରିବେଶକୁ ଅଧିକ ଉଲ୍ଲସିତ କରିଥିଲା। ଏତେ କିଛି ହେଲା ପରେ ପୁଣି ବିବାଦ କାହିଁକି ପଶିଲା ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ ? ଆସନ୍ତୁ ଜାଣିବା 

କୁହାଯାଉଛି ଯେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ ଓ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ମନ୍ତ୍ରୀ ହେବା ପରେ, ବିଜେଡି ଦଳର ହେବି ୱେଟ ବିଧାୟକ ଏଥିରେ ଖୁସି ନଥିଲେ। ଯାହାକୁ ନେଇ ଦଳ ଭିତରେ ଦୁଇ ଫାଳିଆ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି । ଫଳସ୍ୱରୂପ ଯାଜପୁର(jajpur) ସମାରୋହରେ ଏହି ଦୁଇ ମନ୍ତ୍ରୀ ସାମିଲ ନହେବା ନେଇ ସମସ୍ତେ ସମସ୍ତେ ଆଶର୍ଯ୍ୟ ପ୍ରକଟ କରିଛନ୍ତି। କୁହାଯାଉଛି ଧାମନଗର ନିର୍ବାଚନରେ(Dhamnagar Bypoll) ମଧ୍ୟ ଦଳ ଭିତରେ ଏହି  ଦୁଇ ଫାଳିଆ ଅନ୍ତର୍ଦ୍ୱନ୍ଦ ପ୍ରଭାବ ପକାଇବ। ଯଦି ବେଳ ଥାଉ ଥାଉ ସୁପ୍ରିମୋ ଏହି ଦ୍ଵନ୍ଦକୁ ଦୂର ନକରନ୍ତି ତେବେ ଆଗାମୀ ଭବିଷ୍ୟତରେ ଏହା ଦଳ ପାଇଁ ଘାତକ ସାବ୍ୟସ୍ତ ହେବ ଏଥିରେ କିଛି ସନ୍ଦେହ ନାହିଁ ବୋଲି କୁହାଯାଉଛି ।