Odisha News: ବାଣୀବିହାର ଷ୍ଟେସନରେ ଅଘଟଣ,ଦୁଇ ଖଣ୍ଡ ହୋଇ ଚାଲିଲା ଟ୍ରେନ
Advertisement
Article Detail0/zeeodisha/odisha1781546

Odisha News: ବାଣୀବିହାର ଷ୍ଟେସନରେ ଅଘଟଣ,ଦୁଇ ଖଣ୍ଡ ହୋଇ ଚାଲିଲା ଟ୍ରେନ

Odisha News: ବାହାନଗା ରେଳ ଦୁର୍ଘଟଣା(Bahanaga Train Accident) ପରେ ରାଜ୍ୟରେ ବଢି ଚାଲିଛି ରେଳ ଅଘଟଣ। ଭୁବନେଶ୍ବର ବାଣୀବିହାର ରେଳ ଷ୍ଟେସନରେ(Vani Vihar station) ଏକ ଅଘଟଣ ଘଟିଛି । ମଝିରୁ ଛିଣ୍ଡିଗଲା ମାଲବାହୀ ଟ୍ରେନ । ଷ୍ଟେସନରେ ମାଲବାହୀ ବଗି (Goods Train) ରହିଥିବା ବେଳେ କିଛି ବଗି ସହ ଇଞ୍ଜିନ ଆଗକୁ ପଳାଇଥିଲା । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News: ଦିନକୁ ଦିନ ବଢି ଚାଲିଛି ରେଳ ଦୁର୍ଘଟଣା (Train Accident)। ବାହାନଗା ରେଳ ଦୁର୍ଘଟଣା(Bahanaga Train Accident) ପରେ ରାଜ୍ୟରେ ବଢି ଚାଲିଛି ରେଳ ଅଘଟଣ। ଭୁବନେଶ୍ବର ବାଣୀବିହାର ରେଳ ଷ୍ଟେସନରେ(Vani Vihar station) ଏକ ଅଘଟଣ ଘଟିଛି । ମଝିରୁ ଛିଣ୍ଡିଗଲା ମାଲବାହୀ ଟ୍ରେନ । ଷ୍ଟେସନରେ ମାଲବାହୀ ବଗି (Goods Train) ରହିଥିବା ବେଳେ କିଛି ବଗି ସହ ଇଞ୍ଜିନ ଆଗକୁ ପଳାଇଥିଲା । ମାଲବାହୀ ଟ୍ରେନଟି (Goods Train) ମେରାମୁଣ୍ଡଳି ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପରେ ଇଞ୍ଜିନକୁ ପଛକୁ ଅଣାଯାଇ ବଗି ସହ ଯୋଡ଼ାଯାଉଛି । ତେବେ ସେହି ସମୟରେ କୌଣସି ଟ୍ରେନ୍ ଯାତାୟତ କରି ନଥିବାରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । 

Also Read: Horoscope Today 16 July 2023: ଆଜି ଏହି ୪ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: Surya Gochar 2023: ଆଜି ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

ସୂଚନା ଅନୁସାରେ, ଶନିବାର ସଂନ୍ଧ୍ୟା ସମୟରେ ବାଣୀବିହାର ଷ୍ଟେସନ ଦେଇ ଏକ ମାଲବାହୀ ଟ୍ରେନ (Goods Train) ମେରାମୁଣ୍ଡଳୀ ଯାଉଥିବାବେଳେ ହଠାତ ଏହାର ଅଧା ବଗି ଷ୍ଟେସନରେ ରହିଯାଇଥିଲା । ଏବଂ ବଳକା ବଗି ଇଞ୍ଜିନ୍ ସହ ପଳାଇ ଯାଇଥିଲା। ୨୫ଟି ବଗିକୁ ଛାଡି ଇଞ୍ଜିନ ପଳାଇ ଯାଇଥିବା ବେଳେ ଏହା ଦେଖି ରେଳ ଅଧିକାରୀ ବିଭାଗିୟ ମୁଖ୍ୟଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀଙ୍କ ସହ ରେଳବାଇର ବୈଷୟିକ ଟିମ ପହଞ୍ଚିଥିଲା । ପରେ ମାଲବାହୀ ଟ୍ରେନ୍ ସହ ଇଞ୍ଜିନକୁ ଯୋଡାଯାଇ ପୁଣି ସେହି ରୁଟ୍ ରେ ଆଗକୁ ବଢିଥିଲା ଟ୍ରେନ୍ । 

ସେହିପରି ଶୁକ୍ରବାର ଦିନ ବାଲେଶ୍ବର ଜିଲ୍ଲାର ଲକ୍ଷ୍ମଣନାଥ ରୋଡ (Laxmannath Road station) ନିକଟରେ ଖଡଗପୁର- ଭଦ୍ରକ (Kharagpur Bhadrak Passenger Train ) ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଥିଲା।   ଟ୍ରେନରେ ନିଆଁ ଲାଗିବା (Train Fire) ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ, ସବୁଠୁ ବଡ କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ଘଟିନି।  ସୂଚନା ଅନୁସାରେ, ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଯାତ୍ରୀମାନ ଚିକ୍କାର କରିବାକୁ ଲାଗିଥିଲେ। ଏନେଇ ଟ୍ରେନ୍ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା।  ତେବେ, ଲକ୍ଷ୍ମଣନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଜଣାପଡିଥିଲା । 

ତେବେ, ଏହା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ । ତେଣୁ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ।  ଇଞ୍ଜିନ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ୍‌ ଲିକ୍‌ରୁ ନିଆଁ ଲାଗିଥିବା ଜଣାପଡିଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ପ୍ରାୟ ଦେଢଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ୍ ହୋଇଥିଲା । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, କାହିଁକି ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି ଆଉ ଏଥିପାଇଁ ଦାୟୀ କିଏ । ଏବଂ ଦାୟି ରହୁଥିବା ଅଧିକାରୀ ବା କର୍ମକର୍ତ୍ତାଙ୍କ ଉପରେ ରେଳ ବିଭାଗ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯଦି ରେଳ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା । ତେବେ, ରେଳ ଦୁର୍ଘଟଣା ରାଜ୍ୟରେ କମିପାରନ୍ତା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।