ଭାଇରାଲ ହେଉଥିବା ଭିଡ଼ିଓଟି ବିହାରର ଜାମୁଇ ଜିଲ୍ଲାର ସାଦର ହସ୍ପିଟାଲର ଅଟେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମହିଳା ଠିଆ ହୋଇ ଫୋନରେ କଥା ହେଉଛନ୍ତି। ହଠାତ୍ ଜଣେ ଯୁବକ ସେଠାକୁ ଆସି ମହିଳାଙ୍କୁ ବଳପୂର୍ବକ କିସ କରୁଥିବା ଦେଖିବାକୁ ମିଳିଛି।
Trending Photos
Crime news in odia: ପାଟନା: ଝିଅ ଓ ମହିଳାଙ୍କ ସୁରକ୍ଷାକୁ ନେଇ ବିହାରରେ ବଡ଼ ପ୍ରଶ୍ନ ସୃଷ୍ଚି ହୋଇଛି। ବିହାରର ଜଣେ ଯୁବକ ସାମ୍ନାକୁ ଆସିଛନ୍ତି, ଯିଏ ରାସ୍ତାଘାଟରେ ଯେଉଁ ମହିଳା ତଥା ଯୁବତୀଙ୍କୁ ଦେଖୁଛନ୍ତି ତାଙ୍କୁ ଚୁମ୍ବନ ଦେଉଛନ୍ତି। ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଚୁମ୍ବନ ଦେବା ପରେ ଏହି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାନ୍ତି | ଏଭଳି କିଛି ମାମଲା ସାମ୍ନାକୁ ଆସିବା ପରେ ଏବେ ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ଏହି 'ସିରିଏଲ କିସର' ଖୋଜୁଛି।
ଭାଇରାଲ ହେଉଥିବା ଭିଡ଼ିଓଟି ବିହାରର ଜାମୁଇ ଜିଲ୍ଲାର ସାଦର ହସ୍ପିଟାଲର ଅଟେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମହିଳା ଠିଆ ହୋଇ ଫୋନରେ କଥା ହେଉଛନ୍ତି। ହଠାତ୍ ଜଣେ ଯୁବକ ସେଠାକୁ ଆସି ମହିଳାଙ୍କୁ ବଳପୂର୍ବକ କିସ କରୁଥିବା ଦେଖିବାକୁ ମିଳିଛି। ମହିଳା ଜଣକ କିଛି ବୁଝିବା ବେଳକୁ ସେ ମହିଳାଙ୍କୁ କିସ କରି ସେଠାରୁ ପଳାଇ ଯାଇଥିଲେ।
ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଭିଡିଓଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ଡାକ୍ତରଖାନାରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ କିମ୍ବା ଡାକ୍ତରଖାନା ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି କିମ୍ବା ତାଙ୍କୁ ଚିହ୍ନଟ କରାଯାଇ ନାହିଁ।
କୁହାଯାଇଛି ଯେ ଯେଉଁ ମହିଳାଙ୍କ ସହ ଏହି ଘଟଣା ଘଟିଥିଲା, ସେ କେବଳ ସଦର ହସ୍ପିଟାଲରେ କାମ କରନ୍ତି। ଶୁକ୍ରବାର ଦିନ ଏହି ମାମଲା ଜଣାଯାଇଛି। ଭିଡିଓ ସାମ୍ନାକୁ ଆସିବା ପରେ ପୀଡିତା ଜାମୁଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।