Odisha 10th Result 2023: ଏହି ଦିନ ବାହାରିବ ମାଟ୍ରିକ୍ ରେଜଲ୍ଚ, ଫଳାଫଳକୁ ନେଇ ଏଭଳି କହିଲେ ଗଣଶିକ୍ଷା ମନ୍ତ୍ରୀ
Advertisement

Odisha 10th Result 2023: ଏହି ଦିନ ବାହାରିବ ମାଟ୍ରିକ୍ ରେଜଲ୍ଚ, ଫଳାଫଳକୁ ନେଇ ଏଭଳି କହିଲେ ଗଣଶିକ୍ଷା ମନ୍ତ୍ରୀ

Odisha 10th Result 2023 News In Odia: ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା(Matric exam 2023 ) । ଆଉ ଖାତା ଦେଖା ବି ସରିଛି । ମାଟ୍ରିକ୍ ରେଜଲ୍ଟକୁ ନେଇ ଏକ ବଡ ଅପଡେଟ୍ ଏବେ ଆସିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Mass Education Minister Samir Ranjan Dash ) ମାଟ୍ରିକ ରେଜଲ୍ଟ କେବେ ବାହାରିବ ସେନେଇ ସବୁଜ ସଙ୍କେତ ଦେଇଛନ୍ତି । ପଢନ୍ତୁ ପୁରା ରିପୋର୍ଟ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha 10th Result 2023 News In Odia: ମାଟ୍ରିକ୍ ପରୀକ୍ଷା(Matric exam) ସରିଥିବା  ବେଳେ  ଖାତା ବି ଶେଷ ହୋଇଛି। ଆଉ ଏପଟେ ରେଜଲ୍ଟକୁ (Odisha Matric Exam 2023)ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।  ହେଲେ ଏହାରି ଭିତରେ ମାଟ୍ରିକ୍ ରେଜଲ୍ଟକୁ ନେଇ ବର୍ତ୍ତମାନ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ।  ଚଳିତ ମାସ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ (Odisha 10th Result 2023)। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Mass Education Minister Samir Ranjan Dash )। କେବଳ ସେତିକି ନୁହେଁ, ଏଥିସହ ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ବର୍ତ୍ତମାନ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଖୁବ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Mass Education Minister Samir Ranjan Dash ) କହିଛନ୍ତି ।

ସୂଚନା ଅନୁସାରେ, ୨୦୨୩ରେ ମାଟ୍ରିକ୍‌ ପରୀକ୍ଷା (Odisha Matric Exam 2023) ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା।  ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହୋଇଥିଲା । ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଚଳିତ ଥର ପରୀକ୍ଷା ଦେଇଛନ୍ତି । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଥିଲା  । ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଥିଲା । 

Also Read: Road Accident: ଓଲଟିଲା ବରଯାତ୍ରୀ ବସ୍, ଘଟଣାସ୍ଥଳରେ ୫ ମୃତ ଏକାଧିକ ଆହତ

Also Read: Berhampur Crime News: ବସ୍ ହକରଙ୍କୁ ଗୋଡ଼ାଇ ଗୋଡା଼ଇ ହାଣିଲେ ଦୁର୍ବୃତ୍ତ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିଲା । ୫୭ଟି ସେଂଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିଥିଲେ ଓ ପରୀକ୍ଷା ସମ୍ପର୍କରେ ବୁଝିବାର ବ୍ୟବସ୍ଥା ହୋଇଥିଲା । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା  ମଧ୍ୟ କରାଯାଇଥିଲା। କଡା ବ୍ୟବସ୍ଥା ସତ୍ତ୍ବେ, ନବରଙ୍ଗପୁରରେ ମାଟ୍ରିକ୍ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି, ମୁଦ୍ରଣଜନିତ ତ୍ରୁଟି ଥିଲା । 

ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବା ପରେ, ଅପ୍ରିଲ ୩ ଠାରୁ ଖାତାଦେଖା ଆରମ୍ଭ ହୋଇଥିଲା। ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଥିଲେ। ଚଳିତବର୍ଷ ୫୬ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖାଯାଉଥିଲା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଖାତାଦେଖା ହେଉଛି। ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯାଇଛି। ଏପ୍ରିଲ ଦ୍ଵିତୀୟ ସପ୍ତାହରେ ଏହି ଖାତା ଦେଖା ଶେଷ ହୋଇଛି ।

Also Read: Sunday Upay: ରବିବାର କରନ୍ତୁ ବାସ୍ ଏହି ୫ଟି କାମ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ

Also Read: Horoscope Today 7 May 2023: ଏହି ୫ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?