Malkangiri Airport Inauguration: ଉଦଘାଟିତ ହେଲା ମାଲକାନଗିରି ବିମାନ ବନ୍ଦର; ଡିଜିସିଏ ଅନୁମତି ପରେ ଆରମ୍ଭ ଯାତ୍ରୀସେବା
Advertisement
Article Detail0/zeeodisha/odisha2051577

Malkangiri Airport Inauguration: ଉଦଘାଟିତ ହେଲା ମାଲକାନଗିରି ବିମାନ ବନ୍ଦର; ଡିଜିସିଏ ଅନୁମତି ପରେ ଆରମ୍ଭ ଯାତ୍ରୀସେବା

Malkangiri Airport Odisha: ମଙ୍ଗଳବାର ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିମାନ ବନ୍ଦର ଉଦଘାଟିତ ହେବା ପରେ ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତକେଲା, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଏବେ ଆକାଶ ମାର୍ଗରେ ମାଲକାନଗିରି ଯୋଡ଼ି ହୋଇଯାଇଛି।

Malkangiri Airport Inauguration: ଉଦଘାଟିତ ହେଲା ମାଲକାନଗିରି ବିମାନ ବନ୍ଦର; ଡିଜିସିଏ ଅନୁମତି ପରେ ଆରମ୍ଭ ଯାତ୍ରୀସେବା

Malkangiri Airport Inaugurated Today: ଜାନୁଆରୀ ୯ ତାରିଖ ମଙ୍ଗଳବାର ଉଦଘାଟିତ ହୋଇଛି ମାଲକାନଗିରି ବିମାନ ବନ୍ଦର। ମଙ୍ଗଳବାର ବିମାନ ବନ୍ଦର ଲୋକାର୍ପଣ ପରେ ଆକାଶ ମାର୍ଗରେ ଯୋଡ଼ି ହୋଇଛି ମାଲକାନଗିରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରରେ ଅବତରଣ କରି ଏହାକୁ ଲୋକାର୍ପିତ କରିଛନ୍ତି। ମାଲକାନଗିରି ଠାରୁ ପ୍ରଥମେ ନନ୍ ସିଡ୍ୟୁଲ୍ ଅର୍ଥାତ ପଣ୍ୟବାହୀ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଆଗାମୀ ଦିନରେ ମାଲକାନଗିରି ଏୟାରପୋର୍ଟ ୩୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ମିଳିବା ପରେ ମାଲକାନଗିରି ବିମାନ ବନ୍ଦରରୁ ଆରମ୍ଭ ହେବ ଯାତ୍ରୀସେବା। 

ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ହୋଇଛି ମାଲକାନଗିରି ବିମାନ ବନ୍ଦର। ଯେଉଁଠି ୧୬୨୦ ମିଟର ଦୈଘ୍ୟ ଏବଂ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ରନଓ୍ବେ ନିର୍ମାଣ କରାଯାଇଛି। ବିମାନ ବନ୍ଦର ଉନ୍ନତିକରଣରେ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାଲକାନଗିରି ଏୟାରପୋର୍ଟ ଠାରେ ମଧ୍ୟମ ଧରଣର ବିମାନ ଅବତରଣ କରିପାରିବ। ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତକେଲା, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଏବେ ଆକାଶ ମାର୍ଗରେ ମାଲକାନଗିରି ଯୋଡ଼ି ହୋଇଛି। 

ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ମାଲକାନଗିରି ଏୟାରପୋର୍ଟ ଠାରେ ହୋଇଥିଲା ପରୀକ୍ଷାମୂଳକ ଅବତରଣ। ବିମାନ ବନ୍ଦରରେ ସଫଳତାର ସହ ବିମାନ ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲା। ରବିବାର ପରୀକ୍ଷାମୂଳକ ଭାବେ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରିଥିଲା ଭିଟି-୧୦୦ ବିମାନ। ପରୀକ୍ଷା ମୂଳକ ଅବତରଣ ସଫଳ ହୋଇଥିବା ନେଇ କହିଥିଲେ ପାଇଲଟ୍ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅଧିକାରୀ।

 

୧୬୨୦ ମିଟର ଦୈଘ୍ୟ ଏବଂ ୩୦ ମିଟର ପ୍ରସ୍ଥ ରନ ୱେ ରହିଥିବା ମାଲକାନଗିରି ଏୟାରପୋର୍ଟ ଠାରେ ମଧ୍ୟମ ଧରଣର ବିମାନ ଅବତରଣ କରିପାରିବ କହିଥିଲେ ବିମାନ ଚାଳକ। ଆକାରରେ ମାଲକାନଗିରି ବିମାନବନ୍ଦର ଜୟପୁର ଏବଂ ଉତକେଲା ଠାରୁ ବଡ଼ ବୋଲି କୁହାଯାଉଛି। ଆବଶ୍ୟକ ସ୍ଥଳେ ଏହାକୁ ଆହୁରି ୩ କିଲୋମିଟର ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ ହେବ ନବନିର୍ମିତ ମାଲକାନଗିରି ବିମାନ ବନ୍ଦର।