Road Accident: ଝାରସୁଗଡାରେ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା, ଭାଇ-ଭଉଣି ମୃତ
Advertisement
Article Detail0/zeeodisha/odisha1372067

Road Accident: ଝାରସୁଗଡାରେ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା, ଭାଇ-ଭଉଣି ମୃତ

Jharsuguda Road Accident: ଝାରସୁଗଡା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୁଣି ଏକ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାଇ ଭଉଣୀ ଜୀବନ ହରାଇଥିବା ସହ ଚାରି ମାସର ଭାଣିଜୀ ଗୁରୁତର ହୋଇଛନ୍ତି l

Road Accident: ଝାରସୁଗଡାରେ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା, ଭାଇ-ଭଉଣି ମୃତ

Jharsuguda Road Accident: ଝାରସୁଗଡା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୁଣି ଏକ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାଇ ଭଉଣୀ ଜୀବନ ହରାଇଥିବା ସହ ଚାରି ମାସର ଭାଣିଜୀ ଗୁରୁତର ହୋଇଛନ୍ତି  l ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତ ବିହାର ଛକରେ ଏକ ଟ୍ରେଲର ସହ ଧକ୍କାରେ ଭାଇ ଭଉଣୀ ମୃତ ହୋଇଥିବା ସୂଚନା ମିଳିଛି  l ମୃତକମାନେ ଛୁଆଲିବେର୍ଣ୍ଣା ଗ୍ରାମର ଅଞ୍ଜଳି ସାହୁ ୨୮ ଓ ତାଙ୍କ ଭାଇ ରୁପେଶ ସାହୁ ୨୫ ହୋଇଥିବା ବେଳେ ଆହତ ଶିଶୁଟି ଅଞ୍ଜଳିଙ୍କ ୪ ମାସର ଝିଅ ବୋଲି ସୂଚନା ମିଳିଛି l

ସୂଚନା ଅନୁଯାୟୀ ଦଶହରା ପାଇଁ ଅଞ୍ଜଳି ତାଙ୍କ ଭାଇ ଏକ ବାଇକ ଯୋଗେ ଶଶୁର ଘର ଯୁଜୁମୁରା ଅଂଚଳରରୁ ନିଜ ଗାଁ ଛୁଆଲିବେର୍ଣ୍ଣାକୁ ଆସୁଥିବା ବେଳେ ବଡ଼ମାଲ ବସନ୍ତବିହାର ଛକ ନିକଟରେ ସମ୍ବଲପୁରରୁ ସୁନ୍ଦରଗଡ଼ ପଟକୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେଲର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା  l ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଭାଇ ଭଉଣୀ ଗୁରୁତର ଆହତ ହୋଇଥିବା ବେଳେ ଶିଶୁ ଟି ଛିଟିକି ପଡ଼ିଥିଲା । ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ବେଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା ଓ ଅଞ୍ଜଳି ଙ୍କର ଭାଇ ରୂପେଶଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଥିବା ରୁପେଶଙ୍କ ବୁର୍ଲା ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି  l

ଅନ୍ୟପଟେ ଆହତ ଶିଶୁ ଚିକିତ୍ସାଧୀନ ଥିବା ଜଣାପଡିଛି  l ରୂପେଶଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ହସ୍ପିଟାଲ ଅପେକ୍ଷା କରାଯାଇଥିବା ବେଳେ ମୃତକ ଅଞ୍ଜଳିଙ୍କର ମୄତଦେହ ବ୍ୟବଚ୍ଛେଦ ପରେ ଯୁଜୁମୁରା ନିକଟ ଶଶୂରଘରେ ଶେଷକୃତ୍ୟ କରାଯାଇଛି । ଛୁଆଳିବେର୍ଣାର ମିଶ୍ରିଲାଲ ସାହୁଙ୍କର ତିନୋଟି ପୁଅ ଝିଅ ଥିବା ବେଳେ ଗୋଟିଏ ଦିନରେ ଆଖି ବୁଜିଲେ ଜଣେ ପୁଅ ଓ ଝିଅ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତ ୨୦୨୧ ବର୍ଷରେ ହିଁ ନିଜ ଝିଅ ଅଞ୍ଜଳିଙ୍କୁ ଯୁଜୁମୁରା ନିକଟ ବସିଆପଡ଼ା ଠାରେ ବିବାହ କରିଥିଲେ ଓ ରୂପେଶ ଦଶହରା ପାଇଁ ନିଜ ନିଜ ବଡ଼ ଭଉଣୀ ଓ ଭାଣିଜୀଙ୍କୁ ବାଇକ ଧରି ଆସୁଥିଲେ । ଏବଂ ଖଡ଼ିଆପଡ଼ା ଠାରେ ଗତକାଲି ନିଜ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ । 

ଆଜି ସକାଳୁ ରୂପେଶ ଖଡ଼ିଆପଡ଼ାଠାରୁ ଆସୁଥିବା ବେଳେ ବସନ୍ତବିହାର ନିକଟରେ ଟ୍ରଲର ଗାଡ଼ି ପଛରୁ ପିଟିଲା । ଦୁର୍ଘଟଣା ଘଟାଇଥିବା ଟ୍ରଲର ଗାଡ଼ିକୁ ବଡ଼ମାଲ ପୋଲିସ ଠାବ କରିଥିବା ବେଳେ ଡ୍ରାଇଭର ବିଷୟରେ ତନାଘନା କରୁଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଏହି ଅଂଚଳରେ କିଛି ଦିନ ପୂର୍ବରୁ ଏକ ଟ୍ରକ ବସ ଦୁର୍ଘଟଣା ଘଟି ନଅ ମୃତ ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ । ଏବଂ ବିଜୁ ଏକ୍ସପ୍ରେସ ହାଇୱେ ବର୍ତମାନ ଯାଏଁ ଏତିକି ଜୀବନ ନେଇ ସାରିଲାଣି ଯେ ଏହା ଜୀବନ ନିଆ ରାସ୍ତା ବୋଲି ଅନେକ ନାମକରଣ କରି ସାରିଲେଣି ।

ଏହା ବି ପଢ଼ନ୍ତୁ: Cabinet decision: ଆଜି ଏହି ୩ଟି ବଡ ନିଷ୍ପତ୍ତି ନେଲେ ମୋଦି ସରକାର, ଯାହା ଆପଣ ଜାଣି ଖୁସି ହୋଇଯିବେ!