କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ସରକାର: ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ବିଦା
Advertisement

କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ସରକାର: ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ବିଦା

ନବରଙ୍ଗପୁର: ସରକାରୀ ବାବୁଙ୍କ ଉପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ (Prashant kumar rout)ଙ୍କୁ ଚାକିରିରୁ ବିଦା କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କ ନିର୍ଦ୍ଦେ

କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ସରକାର: ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ବିଦା

Odisha Govt's Strict Action: ନବରଙ୍ଗପୁର: ସରକାରୀ ବାବୁଙ୍କ ଉପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ (Prashant kumar rout)ଙ୍କୁ ଚାକିରିରୁ ବିଦା କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କ ନିର୍ଦ୍ଦେଶରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିକଟରେ ପ୍ରଶାନ୍ତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଗିରଫ କରାଯାଇ ପରେ କୋର୍ଟ ଚାଲାଣ କରାଯାଇଥିଲା । ପ୍ରଶାନ୍ତଙ୍କ ଘରୁ ମିଳିଥିବା ଟଙ୍କା ଗଣି ଗଣି ବେଦମ ହୋଇଥିଲେ ଭିଜିଲାନ୍ସ ଅଧିକାରୀ (Vigilance Department) । ଘରୁ ନଗଦ ୩ କୋଟିରୁ ଉର୍ଦ୍ଧ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଥିଲା । ତେବେ ଯାହା ସୂଚନା ମିଳିଛି  ୫ କୋଟିରୁ ଅଧିକ ପରିମାଣର ସମ୍ପତ୍ତି ପ୍ରଶାନ୍ତ କୁମାର ରାଉତଙ୍କର ରହିଛି । କେବଳ ସେତିକି ନୁହେଁ ନିଜ ଆୟଠାରୁ ୫ ଶହ ଗୁଣ ଅଧିକ ସମ୍ପତ୍ତି କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଏସପିଏମ ରାଧାକ୍ରିଷ୍ଣନ କହିଛନ୍ତି ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଗତ ଜୁନ୍ ୨୩ ତାରିଖ ସକାଳେ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ । କାନନ ବିହାର ନିକଟରେ ଥିବା ପ୍ରଶାନ୍ତଙ୍କ  ଘର ନମ୍ୱର ଏଚଆଇଜି ୧୧୫ରୁ ସମୁଦାୟ ୨କୋଟି ୩ ଲକ୍ଷଟଙ୍କାରୁ ଅଧିକ କ୍ୟାସ୍ ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଚଢାଉ ହେବା ଖବର ପାଇବା ପରେ ଭିଜିଲାନ୍ସ ଆଖିରୁ ବର୍ତ୍ତିବା ପାଇଁ ପ୍ରଶାନ୍ତ ଓ ନିଜର କର୍ମଚାରୀମାନେ ଟଙ୍କା ଭର୍ତ୍ତୀ ସିଲ୍ ପେଟି ଓ ଆଟାଚକୁ ପଡୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ । ପଡୋଶୀ ଘର ଲୋକେ ମଧ୍ୟ ଖୁସିରେ ଟଙ୍କା ଭର୍ତ୍ତି ପେଟି ଓ ଆଟାଚକୁ ଘର ଭିତରକୁ ନେଇ ରଖିଥିଲେ । କିନ୍ତୁ ପରେ ଭିଜିଲାନ୍ସ, ଅଧିକାରୀ ଜାଣିବା ଫଳରେ ପଡୋଶୀଙ୍କ ଘରୁ ମଧ୍ୟ ଟଙ୍କା ଜବତ ହୋଇଥିଲା । ଏହି ଖବର ଆଖି ପିଛୁଳାକେ ଚାରିଆଡେ ବ୍ୟାପିଯିବା ପରେ ଘର ସାମ୍ନାରେ ଗମମାଧ୍ୟମ ପ୍ରତିନିଧି୍ ଓ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ । ତେବେ ଭୁବନେଶ୍ୱର ପରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ନବରଙ୍ଗପୁର ସରକାରୀ କ୍ବାର୍ଟରରୁ ମଧ୍ୟ ପାଖାପାଖି ୮୯ ଲକ୍ଷ ଚଙ୍କା ଜବତ ହୋଇଥିଲା । ତେବେ ସମୁଦାୟ ପାଖାପାଖି ୩ କୋଟି ୩ଲକ୍ଷ ଟଙ୍କା ଜବତ କରାଯାଇଛି । ଜମେ ସରକାରୀ ଅଫିସରଙ୍କ ଘରୁ ଏତେ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବର୍ତ୍ତମାନ ସଭିଙ୍କ ମନରେ ରହିଛି । ପ୍ରଶାନ୍ତଙ୍କ ସହ ଲିଙ୍କ୍ ଥିବା ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଥିଲା । ଭୁବନେଶ୍ୱର କାନନବିହାର, ନବରଙ୍ଗପୁର ସରକାରୀ କ୍ୱାଟର, ନବରଙ୍ଗପୁର ଅଫିସ, ଭଦ୍ରକରେ ଥିବା ପୈତୃକ ଘର ସବୁଠି ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ ।

ବେଆଇନ କାରବାରରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ସମ୍ପୃକ୍ତ ଥାଇପାରନ୍ତି ଅଧିକ ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଖଣି ମାଫିଆ, ବାଲି ମାଫିଆ, ଠିକାଦାରଙ୍କ ଟାରୁ ପିସି ନେଇ ସରକାରୀ ଅଫିସର ଜଣକ ମଉଜ କରିବା ସହ କୋଟିପତି ହୋଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିସହ କିଛି ବ୍ୟକ୍ତି କହିଛନ୍ତି ଯେ, ଏପରି ଅନେକ ସରକାରୀ ଅଧିକାରୀ ରାଜ୍ୟରେ ଅଛନ୍ତି, ସଠିକ୍ ଭାବରେ ଭିଜିଲାନ୍ସ ଚଢାଉ ହେଲେ ଆହୁରୀ ଅନେକ ଅଧିକାରୀଙ୍କ ସତ ସାମ୍ନାକୁ ଆସିବ । ସମୁଦାୟ ୨ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପିଙ୍କ ସମେତ ୭ ଇନ୍ସପେକ୍ଟର  ଏହି ଚଢାଉରେ ନିୟୋଜିତ ହୋଇଥିଲେ ।

Also read-  ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !