Odisha Contractual Employees: ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା, ହୋଇପାରେ ବଡ଼ ଘୋଷଣା
Advertisement
Article Detail0/zeeodisha/odisha1393041

Odisha Contractual Employees: ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା, ହୋଇପାରେ ବଡ଼ ଘୋଷଣା

Odisha Contractual Employees: ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବିରେ ଗତ ଅଗଷ୍ଟମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ୧୧ ତାରିଖରେ ଲୋକସେବା ଭବନ ଆଗରେ ୪୦ ହଜାର ଠିକା କର୍ମଚାରୀ ବିକ୍ଷୋପ ପ୍ରଦର୍ଶନ ମଧ୍ୟ କରିଥିଲେ। ଶେଷରେ ସରକାର ଆନ୍ଦୋଳକାରୀଙ୍କ ଦାବି ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

 Odisha Contractual Employees: ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା, ହୋଇପାରେ ବଡ଼ ଘୋଷଣା

Odisha Contractual Employees, ଭୁବନେଶ୍ୱର: ଖୁବଶୀଘ୍ର ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି। ଦୀର୍ଘ ଦିନ ପରେ ସେମାନଙ୍କୁ ନବୀନ ନିବାରରୁ ଡାକରା ଆସିଛି। ସୂତ୍ରରୁ ପ୍ରକାଶ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ସଂଘର ଦାବି ଉପରେ ଆଲୋଚନା କରାଯିବ ଓ କିଛି ନିଷ୍କର୍ଷ ବାହାରିବ ବୋଲି ଚର୍ଚ୍ଚା ହେଉଛି। ଠିକା କର୍ମଚାରୀଙ୍କ ଦାବିକୁ ରାଜ୍ୟ ମୁଖିଆ ଗ୍ରହଣ କରିବା ସ୍ୱରୂପ, ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଡାକିଥିବା କୁହାଯାଉଛି।

ଆଉ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୬୭ତମ ଜନ୍ମଦିନ ପାଳନ କରିବେ। ଆଉ ନିଜ ଜନ୍ମଦିନ ପୂର୍ବରୁ ରାଜ୍ୟର ୭୦୦୦୦ ଠିକା କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ବୋଧ ହୁଏ ସେଥିପାଇଁ ଗୁରୁବାର ରାଜ୍ୟ ଠିକା କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କୁ ନବୀନ ନିବାସରୁ ଡାକରା ଆସିଛି। ରାଜ୍ୟ ସରକାର ସବୁବେଳେ ସର୍ପ୍ରାଇଜ ଦେବାରେ ପାରଙ୍ଗମ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଓ ଦୀପାବଳି ପୂର୍ବରୁ ଠିକା କର୍ମଚାରୀଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଯୋଜନା କରିଛନ୍ତି। ଆନ୍ଦୋଳନକୁ ସ୍ଥଗିତ ରଖିବାର ମାସେ ପରେ ଆଲୋଚନାର ବାଟ ଫିଟିଛି। 

Also Read: Govt Contractual Employees: କଣ୍ଟ ପୁରିଲା କିନ୍ତୁ କଣ୍ଟା ବାହାରିଲା ନାହିଁ, ଏବେ ନବୀନ ସରକାରଙ୍କ ସର୍ପ୍ରାଇଜକୁ ଅପେକ୍ଷା

ଅନେକ ଥର ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଥିବା ଠିକା କର୍ମଚାରୀ ସଙ୍ଘ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ରତ୍ୟେକ୍ଷ ଭାବେ ନିଜର ଦିବା ରଖିବେ। ଆଉ ରାଜ୍ୟ ମୁଖିଆ ଏହାକୁ ଗ୍ରହଣ କରିବାର ସମ୍ଭାବନା ମଧ୍ୟ ଅଛି। କାରଣ ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି। ଆଉ ସରକାର ତାଙ୍କର ଭୋଟରଙ୍କ ଏକ ବଡ ଭାଗକୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ। ତେବେ ଏହା ପୂର୍ବରୁ ଧାମନଗର ଉପ ନିର୍ବାଚନ ମଧ୍ୟ ଅଛି। ତେଣୁ ଠିକା କର୍ମଚାରୀଙ୍କ ଆନ୍ଦୋଳନ ସେଠାରେ ମଧ୍ୟ ପଡିବାର ସମ୍ଭାବନା ରହିଛି। ତେଣୁ ଚାରିଆଡୁ ନିଜର କ୍ଷତିକୁ ଦେଖି ଠିକା କର୍ମଚାରୀଙ୍କ ଦାବିରେ ସରକାର ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି କୁହାଯାଉଛି। 

 ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ଦାବି ନେଇ ଠିକା କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ସରକାର ଜଣିଶୁଣି ସମୟ ଗଡାଇ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଏଥର ଆଲୋଚନା ପାଇ ଡାକିଛନ୍ତି। ଯଦି ଏଥର ଆମ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବବୋଲି ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘ କହିଛି। ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବିରେ ଗତ ଅଗଷ୍ଟମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବର ୧୧ ତାରିଖରେ ଲୋକସେବା ଭବନ ଆଗରେ ୪୦ ହଜାର ଠିକା କର୍ମଚାରୀ ବିକ୍ଷୋପ ପ୍ରଦର୍ଶନ କରିଥିଲେ।