ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମାଧାନ ପାଇଁ ବାଟ ଫିଟିଲା
Advertisement
Article Detail0/zeeodisha/odisha1393879

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମାଧାନ ପାଇଁ ବାଟ ଫିଟିଲା

ସୂତ୍ରରୁ ପ୍ରକାଶ ଦିଗବିଜୟୀ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜନୀତିରେ ରାଜ୍ୟର ସମସ୍ତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଅସନ୍ତୁଷ୍ଟ ନ କରାଇ ନିଜ ପକ୍ଷରେ ନେଇ ସମର୍ଥନକୁ ଦୃଢିଭୂତ କରିବାକୁ ସଦାବେଳେ ଚେଷ୍ଟା କରିଥାନ୍ତି। 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମାଧାନ ପାଇଁ ବାଟ ଫିଟିଲା

ଭୁବନେଶ୍ୱର: ଠିକା କର୍ମଚାରୀଙ୍କ ମୁଖ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଦାବି ଉପସ୍ଥାପନ କରିଛନ୍ତି। ଦାବିର ଆଭିମୁଖ୍ୟକୁ ବିଚାର କରି ମୁଖ୍ୟମନ୍ତ୍ର ଏବଂ ତାଙ୍କର ସଦସ୍ୟ ଗଣ ଆଗାମୀ ଦିନରେ ଠିକା କର୍ମଚାରୀଙ୍କ ଏହି ସମସ୍ୟାକୁ କିପରି ଦୂର କରାଯିବ ଏହା ଉପରେ ପୂର୍ଣ୍ଣ ପ୍ରତିଶୃତି ଦେଇଛନ୍ତି। ଲଗାତାର ଭାବରେ ରାଜ୍ୟ ରାଜଧାନୀରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧିର ଆନ୍ଦୋଳନ ଚଳାଇ ଆସୁଥିବା ଠିକା କର୍ମଚାରୀ ଏଯାବତ ଆନ୍ଦୋଳନରୁ ଓହରି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରତିଶୃତିର ବାର୍ତ୍ତା ଆସିଥିଲେ ମଧ୍ୟ ଏହାକୁ ପୂର୍ଣ୍ଣ ସ୍ୱିକୃତି ମିଳିନାହିଁ। ଏହି ଆଧାରରେ ଉଭୟ ପକ୍ଷ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। 

ସୂତ୍ରରୁ ପ୍ରକାଶ ଦିଗବିଜୟୀ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜନୀତିରେ ରାଜ୍ୟର ସମସ୍ତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଅସନ୍ତୁଷ୍ଟ ନ କରାଇ ନିଜ ପକ୍ଷରେ ନେଇ ସମର୍ଥନକୁ ଦୃଢିଭୂତ କରିବାକୁ ସଦାବେଳେ ଚେଷ୍ଟା କରିଥାନ୍ତି। ଯାହାକି ନବୀନ ପଟ୍ଟନାୟକଙ୍କୁ ୨୦ ବର୍ଷ ଧରି ଏକ ଦିଗବିଜୟୀ ରାଜ୍ୟ ମୁଖିଆ ଭାବରେ ରାଜ୍ୟବାସୀ ହାତ ଟେକିଦେଇଛନ୍ତି। ତେବେ ଆକଳନରୁ ଜଣା ପଡ଼ିଛି ଯେ ଏହି ଠିକା ପ୍ରଥାକୁ ଯଦି ସରକାର ଉଚ୍ଛେଦ କରନ୍ତି, ତେବେ ସରକାରଙ୍କ କୋଷରୁ ପାଖାପାଖି ଏକ ହଜାର କୋଟିର ବୋଝ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ। 

ଜଣାଯାଏ ମିଶନ ଶକ୍ତି କିମ୍ବା କାଳିଆ ଯୋଜନା ଭଳି ଏମିତି ଅନେକ କିଛି ଯୋଜନା ରହିଛି ଯେଉଁଥିରେ ସରକାର ଅନେକ ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରି ଅନେକ କିଛି ସମସ୍ୟାର ସମାଧାନ କରିଛନ୍ତି। କିନ୍ତୁ ସରକାରଙ୍କ ବ୍ଲ୍ୟୁ ପ୍ରିଣ୍ଟରେ ଆଜି ପର୍ଯ୍ୟନ୍ତ ଯେତେ ଲୋକାଭିମୁଖୀ ଯୋଜନା ରହିଛି କେଉଁଥିରେ ବି ପଛଘୁଞ୍ଚା ଦେବା ଦେଖା ଯାଇନାହିଁ। ମାତ୍ର ଏକ ହଜାର କୋଟିର ଅର୍ଥରାଶି ବହନ କରିବା ପାଇଁ ସରକାର ପଛଘୁଞ୍ଚା ଦେବେ ବୋଲି ଆଦୌ ବିଶ୍ୱାସ ହେଉନାହିଁ। ସୁତରାଂ ଯଦି ଠିକା କର୍ମଚାରୀମାନଙ୍କର ଆନ୍ଦୋଳନକୁ ବିଚାରକୁ ନିଆଯାଏ ତେବେ ଏମାନଙ୍କର ଦାବି ଧାର୍ଯ୍ୟ ଏବଂ ନ୍ୟାର୍ଯ୍ୟଯୁକ୍ତ ଅଟେ। 

ତେବେ ଆଜି ସନ୍ଧ୍ୟାରେ ଠିକା କର୍ମଚାରୀଙ୍କ ସମ୍ପାଦକ ସମେତ ଅନ୍ୟ ପ୍ରମୁଖ ସଦସ୍ୟ ବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ କୌଣସି ପୂର୍ଣ୍ଣ ପ୍ରତିଶୃତି ନମିଳିଥିଲେ ମଧ୍ୟ, ଆଗାମୀ ଭବିଷ୍ୟତରେ ଏହି ସମସ୍ୟାର ସମାଧାନକୁ ବିଚାରବିମର୍ଷ କରି ଶେଷ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଠିକା କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସକରାତ୍ମକ ରହିଥିଲା। ଆଲୋଚନା ଆଜି ସଫଳ ହୋଇଛି। ଏହା ସହିତ ଆଲୋଚନା ଆଗକୁ ବଢିବ। ତେବେ ଦାବି ପୁରଣ ହେବା ଆମେ ଆଶାବାଦୀ ରହିଛୁ ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ଦାବି ନେଇ ଠିକା କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ସରକାର ଜଣିଶୁଣି ସମୟ ଗଡାଇ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଏଥର ଆଲୋଚନା ପାଇଁ ଆଜି ଡାକିଥିଲେ। ଯଦି ଏଥର ଆମ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବବୋଲି ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘ ଆଜି କହିଥିଲେ। ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବିରେ ଗତ ଅଗଷ୍ଟମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବର ୧୧ ତାରିଖରେ ଲୋକସେବା ଭବନ ଆଗରେ ୪୦ ହଜାର ଠିକା କର୍ମଚାରୀ ବିକ୍ଷୋପ ପ୍ରଦର୍ଶନ କରିଥିଲେ।

ଅଧିକ ପଢନ୍ତୁ: ବିରାଟ କୋହଲିଙ୍କୁ ପୁଣିଥରେ ମିଳିଲାନି ଚୂଡ଼ାନ୍ତ ଏକାଦଶରେ ସ୍ଥାନ, ଟି-20 ବିଶ୍ୱକପକୁ ନେଇ କ’ଣ ଚାହୁଁଛି BCCI?