Transforming Odisha Campaign: 'ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା' ଅଭିଯାନର ଶୁଭାରମ୍ଭ
Advertisement
Article Detail0/zeeodisha/odisha2078505

Transforming Odisha Campaign: 'ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା' ଅଭିଯାନର ଶୁଭାରମ୍ଭ

Odisha Govt launches Transforming Odisha Campaign Folk Art:  ଗୁରୁବାର "ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା" ଅଭିଯାନର ଶୁଭାରମ୍ଭ ହୋଇଛି। ରାଜ୍ୟର ଲୋକ କଳାକାରଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା, ସଞ୍ଚାର କାର୍ଯ୍ୟକ୍ରମ। 

 

 

 Transforming Odisha Campaign: 'ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା' ଅଭିଯାନର ଶୁଭାରମ୍ଭ

Transforming Odisha Campaign Launch through Folk Art: ଜାନୁଆରୀ ୨୫ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ "ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା" ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାରଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା, ସଞ୍ଚାର କାର୍ଯ୍ୟକ୍ରମ। ଲୋକେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା। ଯାହା ଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ ତଥା ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ। ଏହି ଅଭିଯାନ ଅଧିନରେ ପ୍ରାୟ ମାସେ ଧରି ରାଜ୍ୟର ସମସ୍ତ ୫୧୧୬୮ ଗ୍ରାମରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସମଗ୍ର ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। 

"ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା" ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଉଦ୍‌ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକ କଳକାରଙ୍କ ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ବହୁତ ଭଲ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ଲୋକଙ୍କୁ ଦେଉଛନ୍ତି। ଏହା ଦ୍ଵାରା ଆମର ଲୋକ କଳାର ଆଦର ବଢିବା ସହ କଳାକାରଙ୍କୁ ରୋଜଗାର ମିଳୁଛି। ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଆପଣ ସଶକ୍ତ କରୁଛନ୍ତି। ମୋ ସରକାର କଳା ତଥା କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ। 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରାଜ୍ୟର ଲୋକ କଳା ତଥା କଳାକାରଙ୍କ ବିକାଶ ପାଇଁ ରାଜ୍ୟ ସରକାର ଗତ ୨୦୧୦ ବର୍ଷରୁ କଳାକାର ସଂଘ ଗଠନ କରିଛି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଏବେ ଏହା ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହୋଇପାରିଛି। ଆମ ରାଜ୍ୟର କଳାକାର ସଂଘ ସମଗ୍ର ବିଶ୍ଵରେ ଅନନ୍ୟ। ଆପଣଙ୍କ ସହଯୋଗରେ ସଂଘ ଏବେ ଆଗକୁ ବଢୁଛି। ସୂଚନା, ଶିକ୍ଷା, ସଞ୍ଚାର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କଳାକାର ସାମିଲ ହେଉଥିବା ଜାଣି ଖୁସି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଥିଲେ ଯେ ସମସ୍ତ କଳାକାର ସଂଘକୁ ଆହୁରି ମଜବୁତ କରାଯିବ। ସାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଲୋକ କଳାକାରଙ୍କୁ ଶୁଭକାମନା ଜଣାଇଥିଲେ। କଳାକାରଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନେ ମୋର ପରିବାରର ସଦସ୍ୟ ଭଳି। ଆପଣ ଭଲ କାମ ଜାରି ରଖନ୍ତୁ। ମୋ ସରକାର ସବୁବେଳେ ଆପଣଙ୍କୁ ସହଯୋଗ ଯୋଗାଇ ଦେବ। 

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଲେ ଯେ ଓଡିଶା ହେଉଛି ପାରମ୍ପାରିକ କଳାର ଗନ୍ତାଘର। ରାଜ୍ୟ ସରକାର କଳାକାରଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ୱାରା କଳାକାର ମଧ୍ୟ ଆର୍ଥିକ ସ୍ତରରେ ଉପକୃତ ହେଉଛନ୍ତି। 

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଦୁଇଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ କଥା ହେଲା କଳାକାରଙ୍କ ସମ୍ମାନ। ସେମାନଙ୍କୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଆବଶ୍ୟକ। ଦ୍ୱିତୀୟ କଥା ହେଉଛି ମିଶନ ଶକ୍ତି ଯେପରି ସୁଦୃଢ ହୋଇଛି କଳାକାରଙ୍କ ସଂଘ ମଧ୍ୟ ସେପରି ସୁଦୃଢ ହେବା ଆବଶ୍ୟକ। ଏଥିପାଇଁ ଜିଲ୍ଲାପାଳ, ବିଡିଓ, ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ  କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ କହିଥିଲେ ଯେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ।    ୨୦୦୯-୧୦ ବର୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୂଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯାହା ମାଧ୍ୟମରେ ୧୦ ବିଭାଗର ୧୫ ଯୋଜନାର ପ୍ରଚାର ପ୍ରସାର କରାଯିବ। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ତଥା କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସହଜରେ ଏବଂ ସୁବିଧାରେ ପହଞ୍ଚି ପାରୁଛି। ସୂଚନା ଏବଂ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଲୋକକଳା କଳାକାର ସେମାନଙ୍କ କଳା ଚାତୁରୀ ମାଧ୍ୟମରେ ବିଭିନ୍ନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ପାରମ୍ପରିକ ଦଣ୍ଡ ନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉ ନୃତ୍ୟ, ଘୋଡ଼ା ନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ସୁଆଙ୍ଗ, ରାମଲୀଳା, ଖଞ୍ଜଣୀ ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ଭାରତଲୀଳା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା, ଢେମସା ଆଦି ବିଭିନ୍ନ ପ୍ରକାରର ଲୋକଗୀତ, ଲୋକ, ଲୋକନୃତ୍ୟ, ଲୋକ ନାଟକ ମାଧ୍ୟରେ କଳାକାର ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାର ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସଚେତନତା କରିବେ। ଏହି ଅଭିଯାନ ମାଧ୍ୟମରେ କଳାକାର ତଥ୍ୟଭିତ୍ତିକ ଉପସ୍ଥାପନ କରିବେ। ଏନେ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର କଳାକାରଙ୍କୁ ଜିଲ୍ଲା ତଥା ବ୍ଲକ ସ୍ତରରେ ତାଲିମ ପ୍ରଦାନ କରାଯାଇଛି। 

ଲୋକକଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲେ ଏହାର ପ୍ରଭାବ ଅଧିକ ରହିବ। କଳାକାର ବିଭିନ୍ନ ବିଭାଗର ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ସାମିଲ କରି ପାରିଶ୍ରମିକ ଭିତ୍ତିରେ ଆର୍ଥିକ ଭାବେ ଲାଭାନ୍ଵିତ ହୋଇପାରିବେ। କଳାକାର ବଞ୍ଚିବା ସହ ଏହି ପାରମ୍ପରିକ ଲୋକକଳା ନୂତନ ପିଢିକୁ ସମ୍ପ୍ରସାରିତ ହୋଇପାରିବ। କଳାକାରଙ୍କ ଲାଗି ସଂଘ ପ୍ରତିଷ୍ଠା କରିବାରେ ଓଡି଼ଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମର ସ୍ଥାପନା କରାଯାଇଛି ଏବଂ ପ୍ରତି ବର୍ଷ ଲୋକକଳା ଦିବସ ପାଳନ କରାଯାଉଛି। ବର୍ତ୍ତମାନ ରାଜ୍ୟର ୫୦ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ କରାଯାଉଛି।