Odisha: ଚିଟ୍ ଫଣ୍ଡ ସ୍କାମ ମାମଲା; ସୁପ୍ରିମକୋର୍ଟ ନିଯୁକ୍ତ କଲେ ଆମିକସ୍ କ୍ୟୁରୀ
Advertisement

Odisha: ଚିଟ୍ ଫଣ୍ଡ ସ୍କାମ ମାମଲା; ସୁପ୍ରିମକୋର୍ଟ ନିଯୁକ୍ତ କଲେ ଆମିକସ୍ କ୍ୟୁରୀ

Odisha Chit Fund Scam: ଚିଟ୍ ଫଣ୍ଡ ବିନିଯାଗକାରୀଙ୍କ ମନରେ ସୃଷ୍ଟିହେଲା ନୂତନ ଆଶା। ସରକାର ତଦନ୍ତ କରି ବିନିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରି ପାରିନଥିବାବେଳେ ନ୍ୟାୟାଳୟଙ୍କ ଉଦ୍ୟମ ଆଶ୍ୱାସନା ଦେଇଛି। ସିବିଆଇକୁ ତଦନ୍ତ କରି ରିପୋର୍ଟ ଦେବାପାଇଁ ସମୟ ଦେବା ସହିତ ମାମଲାରେ ସାହାଯ୍ୟ କରିବାପାଇଁ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

 

Odisha: ଚିଟ୍ ଫଣ୍ଡ ସ୍କାମ ମାମଲା; ସୁପ୍ରିମକୋର୍ଟ ନିଯୁକ୍ତ କଲେ ଆମିକସ୍ କ୍ୟୁରୀ

Supreme Court of India: ଓଡିଶା ଚିଟ୍ ଫଣ୍ଡ ସ୍କାମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ଅଧିକ ସମୟ ମହଲତ ଦେଇଥିବାବେଳେ ନିଯୁକ୍ତ କରିଛନ୍ତି ଆମିକସ୍ କ୍ୟୁରୀ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଡଭୋକେଟ୍ ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରି ଭାବରେ ନିଯୁକ୍ତ କରିଛନ୍ତି। ଯିଏକି ଓଡିଶାର ହାଇ ପ୍ରୋଫାଇଲ୍ ଚିଟ୍ ଫଣ୍ଡ ସ୍କାମ ମାମଲାର ଯାଞ୍ଚରେ ସହାୟତା କରିବେ। ଚିଟ୍ ଫଣ୍ଡ ପାଣ୍ଠିର ହିତାଧିକାରୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ ପାଇବା ପାଇଁ ହତାଶ ହୋଇ ଅପେକ୍ଷା କରିଥିବାବେଳେ ଆମିକସ୍ କ୍ୟୁରିଙ୍କ ନିଯୁକ୍ତି ସେମାନଙ୍କ ଆଶାକୁ ପୁନଃ ଜାଗ୍ରତ କରିଛି ।

ଏଠାରେ ଏହା ଉଲ୍ଲେଖ କରିବା ଉଚିତ ହେବ ଯେ, ଅକ୍ଟୋବର ୧୧ ରେ ଏକ ରିଟ୍ ଆବେଦନର ଶୁଣାଣୀ କରିବା ସହିତ,ଦେଶର ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାର ଏବଂ ସିବିଆଇକୁ ଚିଟ୍ ଫଣ୍ଡ ପାଣ୍ଠି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ହିତାଧିକାରୀଙ୍କୁ ଟଙ୍କା ଫେରସ୍ତରେ ଅଯଥା ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ ଏମ.ଆର ସାହା (Justice MR Saha) ଏବଂ ଜଷ୍ଟିସ କୃଷ୍ଣମୁରାରୀ (Justice Krishnamurari)ଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ବିଚାରପତି ବେଞ୍ଚ ରାଜ୍ୟ ସରକାର ତଥା ସିବିଆଇକୁ ଏପର୍ଯ୍ୟନ୍ତ ହାସଲ ହୋଇଥିବା ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ମାନ୍ୟବର  ସୁପପ୍ରିମକୋର୍ଟ ସିବିଆଇକୁ ନଭେମ୍ବର ୨୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ସିବିଆଇ (CBI) ଏହାର ରିପୋର୍ଟ ଦାଖଲ କରିବାକୁ ମାନ୍ୟବର କୋର୍ଟଙ୍କ ପାଖରେ ଅଧିକ ସମୟ ପାଇଁ ଆବେଦନ କରିଥିଲା । ଅନ୍ୟପଟେ ବିନିଯୋଗ କରିଥିବା ହିତାଧିକାରୀ ମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ,ଓଡିଶାରେ କାର୍ଯ୍ୟ କରୁଥିବା ୪୪ ଟି ଚିଟ୍ ଫଣ୍ଡ କମ୍ପାନୀ ଉପରେ ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ, ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଏକ ଅନୁସନ୍ଧାନ ଆୟୋଗ ଗଠନ କରିଥିଲେ।

ତେବେ ରାଜ୍ୟ ଅର୍ଥମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର କହୁଛି ୮ ଲକ୍ଷ ୯୬ ହଜାର ୩୧୨ ଜଣ ଚିଟଫଣ୍ଡ କ୍ଷତିଗ୍ରସ୍ତ ସତ୍ୟପାଠ ଦେଇଥିଲେ। ମାତ୍ର ଯାଞ୍ଚ ପରେ ତାଲିକା ଭୁକ୍ତ ହୋଇଥିଲା  ୮ ଲକ୍ଷ ୧୭ ହଜାର ୨୫୩ ସତ୍ୟପାଠ । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ ଜମାକାରୀ ଜଷ୍ଟିସ ଏମ ଏମ ଦାସଙ୍କ ପାଖରେ ସତ୍ୟପାଠ ଦେଲେ । ଅର୍ଥାତ ଦୁଇଟି ପର୍ୟ୍ୟାୟରେ ପ୍ରାୟ ୧୬ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ। ସରକାର ତଦନ୍ତ କରିବା ପାଇଁ କମିଶନ ମଧ୍ୟ ବସାଇଥିଲେ । ଆଉ କମିଶନ ତଦନ୍ତ କରି ୭ ଟି ଅନ୍ତରୀଣ  ରିପୋର୍ଟ ମଧ୍ୟ ଦେଇଛନ୍ତି । ହେଲେ କେତେ କ୍ଷତିଗ୍ରସ୍ତଙ୍କୁ ସରକାର କେତେ ଟଙ୍କା ଫେରାଇଲେ ତାର ସ୍ପଷ୍ଟ ଉତ୍ତର ଦେଇନଥିଲେ ଅର୍ଥମନ୍ତ୍ରୀ। ଗଠନ ହୋଇଥିବା ୩୦୦ କୋଟିର କର୍ପସ ଫଣ୍ଡରୁ କେତେ ଟଙ୍କା ଦିଆଯାଇଛି ସେ ନେଇ ବି ସରକାର ଚୁପ୍ ରହିଛନ୍ତି ।

ଏହାଭିତରେ ଅନେକ ଦିନ ବିତିଯାଇଥିବାବେଳେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ଚିଟ୍ ଫଣ୍ଡ ହିତାଧିକାରୀ (Chit Fund Beneficiary)। ସମୟ ଗଡ଼ି ଚାଲିଥିବାବେଳେ ସେମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ ପାଇବା ପାଇଁ ହତାଶ ହୋଇ ଅପେକ୍ଷା କରିଛନ୍ତି । ଏତିକିବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା  ଆମିକସ୍ କ୍ୟୁରିଙ୍କ ନିଯୁକ୍ତି ସେମାନଙ୍କ ଆଶାକୁ ପୁନର୍ଜିବିତ କରିଛି ।