Odisha Cabinet Meeting: ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
Advertisement
Article Detail0/zeeodisha/odisha2073452

Odisha Cabinet Meeting: ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Odisha Cabinet Meeting: ସୋମବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।

 Odisha Cabinet Meeting: ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Odisha Cabinet Decision Today: ଜାନୁଆରୀ ୨୨ ତାରିଖ ସୋମବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀର କୁମାର ଜେନା ଜଣାଇଛନ୍ତି। କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ୬ ଜିଲ୍ଲା କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଗଜପତି ଠାରେ ସ୍ଥାୟୀ ଜୀବିକା ଲାଗି କଫି ଚାଷ କାର୍ଯ୍ୟକାରୀ କରାଯିବ। ଯାହା ମାଧ୍ୟମରେ ୨୦୨୨ ବର୍ଷରୁ ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 

ସେହିପରି ନରାଜ ଠାରେ ବୈଦ୍ୟୁତିକ ଯାନ ଏବଂ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ କରାଯିବ। ଯାହାକୁ ଜେଏସଡବ୍ଲ୍ୟୁ ଗ୍ରୁପ ପକ୍ଷରୁ କାର୍ଯ୍ୟକାରୀ କରାଯିବ। ଯାହା ଦ୍ୱାରା ୪ ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ଅନ୍ୟପଟେ କଳାହାଣ୍ଡି ଜିଲ୍ଲା କୋକସରା ଠାରେ ନୂତନ ଅବକାରୀ ଥାନା, ଓଡିଶା ଅଗ୍ନିଶମ ସେବାର କ ଓ ଖ ବର୍ଗ ଅଧିକାରୀଙ୍କୁ ନିଯୁକ୍ତି ତଥା ଚାକିରି ସର୍ତ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଡେରାସ ଠାରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ କରାଯିବ। ଏନେଇ ୩୬୧.୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 

ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ଭିଏଲଡବ୍ଲ୍ୟୁ ପଦବୀରେ ନିଯୁକ୍ତ ହୋଇଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଅବସର ପରେ ସର୍ବନିମ୍ନ ପେନସନ୍ ପାଇବେ। ରାଜ୍ୟ କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବଂ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ଲାଗି ଲିଜ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ଵରେ ପରିବର୍ତ୍ତନ କରିବା ପାଇଁ ଜମିର ମୂଲ୍ୟର ୧୦ ପ୍ରତିଶତ ବଦଳରେ ଏଣିକି ୩ ପ୍ରତିଶତ ଦେବାକୁ ପଡିବ।