Nisha Maharana: ଥାନାକୁ ଘୋଷରା ହେବେ ଓଡ଼ିଶାର ସନ୍ନି ଲିଓନି ! ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1522802

Nisha Maharana: ଥାନାକୁ ଘୋଷରା ହେବେ ଓଡ଼ିଶାର ସନ୍ନି ଲିଓନି ! ଜାଣନ୍ତୁ କାରଣ

Nisha Maharana Controversy: ପପୁଲାର ହେବାକୁ କ୍ୟାମେରା ସାମ୍ନାରେ ପାଟିକୁ ଯାହା ଆସିଥିଲା ସେ କହିଚାଲିଥିଲେ।  ନିଜର ଲଭ୍ ଲାଇଫ ସହ ବିବାହ କରିବେ ନା ନାହିଁ ତା ସହ ଓଲିଉଡ ଇଣ୍ଡଷ୍ଟ୍ରି ବିଷୟରେ କହି ଚର୍ଚ୍ଚାକୁ ଆସିଥିଲେ। ଏହାସହ ବ୍ଲୁ ଫିଲ୍ମ ବା ଅଶ୍ଲିଳ ଭିଡିଓରେ କାମ କରିବାକୁ ଅଫର ଦେଲେ ସେ କାମ କରିବେ ବୋଲି ସେ କହିଛନ୍ତି।

Nisha Maharana: ଥାନାକୁ ଘୋଷରା ହେବେ ଓଡ଼ିଶାର ସନ୍ନି ଲିଓନି ! ଜାଣନ୍ତୁ କାରଣ

Nisha Maharana: ଗତ କିଛିଦିନ ହେବ ଓଡ଼ିଶାର ଜଣେ ଯୁବତୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇ ଫସିଯାଇଛନ୍ତି ଯୁବତୀ ନିଶା ମହାରଣା। ସେ ନିଜକୁ ଓଡ଼ିଶାର ସନ୍ନି ଲିଓନି ବୋଲି କହିଛନ୍ତି । ତେବେ ଏପରି ଉତ୍ତେଜିତ କଲାପରି ପ୍ରତିକ୍ରିୟା ଦେଇ ନିଶା ଏବେ ନିଜ ଜାଲରେ ଫସିଛନ୍ତି। ଗତକିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ନିଶା ମହାରଣାଙ୍କ ସାକ୍ଷାତକାର। କିଛି ୱେବ ଚ୍ୟାନେଲକୁ ଖୁଲମଖୁଲା ପ୍ରତିକ୍ରିୟା ଦେବାବେଳେ ଭାଷାର ସଂଯମତା ବିଷୟରେ ଭୁଲିଯାଇଥିଲେ ନିଶା ମହାରଣା। ପାଟିକୁ ଯାହା ଆସିଥିଲା ସେ କହିଚାଲିଥିଲେ।  ନିଜର ଲଭ୍ ଲାଇଫ ସହ ବିବାହ କରିବେ ନା ନାହିଁ ତା ସହ ଓଲିଉଡ ଇଣ୍ଡଷ୍ଟ୍ରି ବିଷୟରେ କହି ଚର୍ଚ୍ଚାକୁ ଆସିଥିଲେ। ଏହାସହ ବ୍ଲୁ ଫିଲ୍ମ ବା ଅଶ୍ଲିଳ ଭିଡିଓରେ କାମ କରିବାକୁ ଅଫର ଦେଲେ ସେ କାମ କରିବେ ବୋଲି ସେ କହିଛନ୍ତି।

ମନଇଚ୍ଛା ଗପିବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଏମିତି କଥା କହିଥିଲେ ଯାହା ଲେଖିବା ଆମ ପାଖେ ସମ୍ଭବ ନୁହେଁ। ଏକ ଭିଡିଓ ୟୁଟ୍ୟୁବରେ ଅଛି ଯେଉଁଥିରେ ଅଶ୍ଳିଳ ଡ୍ରେସ ପିନ୍ଧିବା ସହ ଅଶ୍ଳିଳ ଭାବେ ନିଜର ମନ୍ତବ୍ୟ ରଖିଥିଲେ। ଯୌନ ସମ୍ୱନ୍ଧୀୟ କଥାବାର୍ତ୍ତା କରି ଏହି ଭିଡିଓ ସେ ରିଲିଜ କରିଛନ୍ତି । ସେ ଜନସାଧାରଣଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ, ବଲିଉଡ ର ସନ୍ନି ଲିଓନି (Sunny Leone) ତାଙ୍କ ପାଇଁ ଆଦର୍ଶ ବୋଲି ସେ କହିଛନ୍ତି।ଏହାସହ ଯେବେ ତାଙ୍କ ଦେହରେ ସନ୍ନି ଲିଓନି ପାର୍ଟ 2 (Sunny Leone Part 2) ର ଷ୍ଟାମ୍ପ ଲାଗିଯିବ ସେବେ ସେ ଓଡ଼ିଶା ବାସୀଙ୍କ ସାମ୍ନାରେ ଉ** ହୋଇଯିବେ ବୋଲି ମଧ୍ୟ କହିଛନ୍ତି। ଯାହାକୁ ନେଇ ବିବାଦ ଘେରରେ ଫସିଛନ୍ତି ନିଶା ମହାରଣା । 

ଖୁଲମଖୁଲା ଅଭଦ୍ର ଭାଷା ପ୍ରୟୋଗ କରିବା ନିଶା ମହାରଣାଙ୍କ (Nisha Maharana)  ପାଇଁ ଏବେ ରାଗିଗଲେଣି ଲୋକ । କିଛି ବ୍ୟକ୍ତି ନିଶାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଏଫଆଇଆର ଦେଇଥିବା ଜଣେ ଯୁବକ କହିଛନ୍ତି ଯେ, ନିଶା ମହାରଣା ଅଭଦ୍ରାମୀର ଚରମ ସୀମାରେ ପହଞ୍ଚିଗଲେଣି । ନିଜର ପବ୍ଲିସିଟି ପାଇଁ ସେ କ୍ୟାମେରା ଆଗରେ କିଛି ବି ଗପୁଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ସାମାଜିକ ଦାୟିତ୍ୱବୋଧ ଭୁଲି ସେ ଅଶ୍ଳିଳ ଭାଷା କହିବାର ସୀମା ଟପିଛନ୍ତି ନିଶା । ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବକ ଯୁବତୀଙ୍କ ଉପରେ ଏହା ଖରାପ ପ୍ରଭାବ ପକାଉଛି ବୋଲି ଅଭିଯୋଗ ହୋଇଛି । ତେଣୁ ଓଡ଼ିଶାର ଏକ ଫାଉଣ୍ଡେସନ (Odisha Foundation)  ତରଫରୁ ନିଶା ମହାରଣାଙ୍କ ନାମରେ ନିଶ୍ଚିତ କୋଇଲି ଥାନାରେ ମାମଲା ଦାୟର କରାଯାଇଛି। ତେବେ ଏନେଇ ନିଶା ମହାରଣାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Also Read: Oscars 2023: ଅନୁପମ୍ ଖେରଙ୍କୁ ଏହି ଫିଲ୍ମ ପାଇଁ ମିଳିବ ଓସ୍କାର