Indian Politics: ନୋଟା ବିକଳ୍ପକୁ ପୂରିଲା ୧୦ ବର୍ଷ; ଜାଣନ୍ତୁ କ'ଣ ରହିଛି ନିର୍ବାଚନରେ ସ୍ଥିତି
Advertisement
Article Detail0/zeeodisha/odisha1994750

Indian Politics: ନୋଟା ବିକଳ୍ପକୁ ପୂରିଲା ୧୦ ବର୍ଷ; ଜାଣନ୍ତୁ କ'ଣ ରହିଛି ନିର୍ବାଚନରେ ସ୍ଥିତି

NOTA Option in India: ଦେଶରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ନୋଟା ବିକଳ୍ପର ବ୍ୟବହାରକୁ ୧୦ ବର୍ଷ ପୂରଣ ହୋଇସାରିଛି।

Indian Politics: ନୋଟା ବିକଳ୍ପକୁ ପୂରିଲା ୧୦ ବର୍ଷ; ଜାଣନ୍ତୁ କ'ଣ ରହିଛି ନିର୍ବାଚନରେ ସ୍ଥିତି

NOTA use in Elections 2023: ଯଦି ନିର୍ବାଚନ ଲଢୁଥିବା କୌଣସି ପ୍ରାର୍ଥୀଙ୍କୁ ମତଦାତା ପସନ୍ଦ କରନ୍ତି ନାହିଁ ତାହେଲେ କ'ଣ ହେବ? ଏହି ପ୍ରସଙ୍ଗରେ ଦେଶର ରାଜନୀତିରେ ଅନେକ ବିତର୍କ ହୋଇଥିଲା। ଏହି ସମସ୍ୟାର ସମାଧାନ କରିବାକୁ ଯାଇ ଶେଷରେ ନିର୍ବାଚନ ଆୟୋଗ ଗତ ୨୦୧୩ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ନୋଟା ବିକଳ୍ପ ପ୍ରଚଳନ କରିଥିଲେ। ଗତ ୨୦୧୩ ବର୍ଷ ପରେ ଦେଶରେ ଦୁଇଟି ସାଧାରଣ ନିର୍ବାଚନ ସହିତ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏବେ ପ୍ରଶ୍ନ ହେଉଛି ନୋଟା ବିକଳ୍ପ ସମ୍ପର୍କରେ ମତଦାତାଙ୍କ ପ୍ରତିକ୍ରିୟା କ'ଣ ରହିଛି? ନୋଟା ବିକଳ୍ପ ନିର୍ବାଚନରେ ମତଦାତାଙ୍କ ପାଇଁ କେବଳ ଏକ ପ୍ରଦର୍ଶନୀରେ ପରିଣତ ହୋଇଛି ନାଁ ଲାଭଦାୟକ ହୋଇଛି? ଏହାର ଉତ୍ତର ଜାଣିବାକୁ ହେଲେ ଆମକୁ ଚଳିତ ବର୍ଷର ଦେଶର ୪ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିବା ଆବଶ୍ୟକ।

୨୦୨୩ ବିଧାନସଭା ନିର୍ବାଚନରେ କ'ଣ ରହିଛି ନୋଟା ବିକଳ୍ପର ସ୍ଥିତି? 
ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ପ୍ରଭୃତି ଦେଶର ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୧ ପ୍ରତିଶତରୁ କମ୍ ଭୋଟର କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବା ବଦଳରେ ନୋଟା ବିକଳ୍ପ ଚୟନ କରିଛନ୍ତି। ମଧ୍ୟ ପ୍ରଦେଶରେ ୭୭.୧୫ ପ୍ରତିଶତ ମତଦାନ ହୋଇଥିବା ବେଳେ ୦.୯୮% ଭୋଟର ନୋଟା ବିକଳ୍ପ ଚୟନ କରିଛନ୍ତି। ପଡୋଶୀ ଛତିଶଗଡ଼ରେ ୭୨.୩୧% ଭୋଟିଂ ହୋଇଥିବା ବେଳେ ୧.୨୬ ପ୍ରତିଶତ ଭୋଟର ନୋଟା ବଟନ୍ ଦବାଇଛନ୍ତି। ତେଲେଙ୍ଗାନାରେ ୭୧.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୦.୭୩ ପ୍ରତିଶତ ଭୋଟର ନୋଟା ଚୟନ କରିଛନ୍ତି। ସେହିପରି ରାଜସ୍ଥାନରେ ୭୪.୬୨ ପ୍ରତିଶତ ମତଦାନ ହୋଇଥିବା ବେଳେ  ୦.୯୬ ପ୍ରତିଶତ ଭୋଟର ନୋଟା ବିକଳ୍ପ ଚୟନ କରିଛନ୍ତି। 

କାହିଁକି ଲୋକଙ୍କ ପସନ୍ଦଯୋଗ୍ୟ ହୋଇ ପାରୁନାହଁ ନୋଟା 
ନୋଟା ବିକଳ୍ପ ଉପରେ ପ୍ରତିକ୍ରିୟା ରଖି "କଞ୍ଜୁମର ଡାଟା ଇଣ୍ଟେଲିଜେନ୍ସ କମ୍ପାନୀ "ଆକ୍ସିସ୍ ମାଇ ଇଣ୍ଡିଆ" ନିର୍ଦ୍ଦେଶକ ପ୍ରଦୀପ ଗୁପ୍ତା କହିଛନ୍ତି ଯେ ନୋଟା ବିକଳ୍ପକୁ .୦୧ ପ୍ରତିଶତରୁ ସର୍ବାଧିକ ୨ ପ୍ରତିଶତ ପର୍ଯ୍ୟନ୍ତ ବ୍ୟବହାର କରାଯାଇଛି। ଯଦି କୌଣସି ନୂଆ ବ୍ୟବସ୍ଥା ଆରମ୍ଭ ହୁଏ, ତାହେଲେ ଏହା କେତେ ପ୍ରଭାବଶାଳୀ ହେବ ତାହା ଫଳାଫଳ ଉପରେ ନିର୍ଭର କରିଥାଏ। ଯଦି ନୋଟା ବିକଳ୍ପକୁ ପ୍ରକୃତରେ ପ୍ରଭାବଶାଳୀ କରିବାକୁ ହେଲେ କିଛି ପରିବର୍ତ୍ତନ ଆଣିବାକୁ ହେବ। ଅର୍ଥାତ ଯଦି ସର୍ବାଧିକ ସଂଖ୍ୟକ ଲୋକ ନୋଟା ବଟନ୍ ଦବାଇଲେ ନୋଟା କୁ ବିଜୟୀ ଭାବେ ଘୋଷଣା କରାଯିବା ଆବଶ୍ୟକ।

"ଆକ୍ସିସ୍ ମାଇ ଇଣ୍ଡିଆ" ନିର୍ଦ୍ଦେଶକ ପ୍ରଦୀପ ଗୁପ୍ତା ଦେଶରେ ଆପଣା ଯାଇଥିବା "First Past The Post" ନୀତି ବିଷୟରେ ଉଲ୍ଲେଖ କରିଥିଲେ। ଯେଉଁଥିରେ ସର୍ବାଧିକ ଭୋଟ୍ ଗ୍ରହଣ କରୁଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥାଏ। ସେ ଏହା ମଧ୍ୟ କହିଛନ୍ତି ଯେ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ପ୍ରାର୍ଥୀଙ୍କୁ ପୁନର୍ବାର ନିର୍ବାଚନରେ ଅବତୀର୍ଣ୍ଣ କରାଇବା ଉଚିତ୍ ନୁହେଁ। ଯେଉଁଠାରେ ନୋଟା ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ଭୋଟ୍ ପାଇଥାଏ। ଲୋକେ ଏଭଳି ପରିସ୍ଥିତିରେ ନୋଟା ବିକଳ୍ପକୁ ସଠିକ୍ ଭାବରେ ବ୍ୟବହାର କରିପାରିବେ। ଅନ୍ୟଥା ନୋଟା ବିକଳ୍ପ ନିର୍ବାଚନରେ କେବଳ ଲୋକ ଦେଖାଣିଆ ହୋଇ ରହିଯିବ।