୨ ହଜାର କୋଟିରେ ବିକ୍ରିହେବ GIP ମଲ୍, କିଣିବ ପାନମସଲା କମ୍ପାନୀ
Advertisement
Article Detail0/zeeodisha/odisha1919714

୨ ହଜାର କୋଟିରେ ବିକ୍ରିହେବ GIP ମଲ୍, କିଣିବ ପାନମସଲା କମ୍ପାନୀ

Great india place noida: ନୋଏଡା ସେକ୍ଟର ୧୮ରେ ଥିବା ଜିଆଇପି ମଲ ବିକ୍ରି ହେବାକୁ ଯାଉଛି । ୧୪୭ ଏକରର ଯାଗାରେ ନିର୍ମିତ ହୋଇଥିବା ଏହି ମଲଟି ଦିଲ୍ଲୀ ଏନସିଆରର ସବୁଠାରୁ ବଡ଼ ମଲ ଭାବରେ ଜଣାଶୁଣା ।

୨ ହଜାର କୋଟିରେ ବିକ୍ରିହେବ GIP ମଲ୍, କିଣିବ ପାନମସଲା କମ୍ପାନୀ

Great india place noida: ଦିଲ୍ଲୀ ଏନସିଆରରେ ସବୁଠାରୁ ବଡ଼ ମଲ୍ କୁହାଯାଉଥିବା ଜିଆଇପି ମଲ୍ ବିକ୍ରି ହେବାକୁ ଯାଉଛି। ରଜନୀଗନ୍ଧା ପାନ ମସଲା ତିଆରି କରୁଥିବା କମ୍ପାନୀ ଡିଏସ୍ ଗ୍ରୁପ୍ (DS Group) ଏହି ମଲଟିକୁ କିଣିବ ବୋଲି ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ, ଏହି ଡିଲର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଯଦି ଏହି ଡିଲ୍ ସମ୍ପୂର୍ଣ୍ଣ ହୁଏ ତେବେ ଏହା କୁହାଯାଉଛି ଯେ, ଏହା ନୋଏଡାର ସବୁଠାରୁ ବଡ ରିଏଲ୍ ଇଷ୍ଟେଟ୍ ଡିଲ୍ (Big real estate deal) ହେବ । ପାନ ମସଲା କମ୍ପାନୀ ରଜନୀଗନ୍ଧା (ଡିଏସ୍ ଗ୍ରୁପ୍) ନିଜର ବ୍ୟବସାୟକୁ ବଢାଇବା ପାଇଁ ଏପରି ନିଷ୍ପତ୍ତି ନେଇଛି ।

ସେକ୍ଟର ୧୮ରେ ଥିବା ଜିଆଇପିର କ୍ୟାମ୍ପସ ୧୪୭ ଏକର ଜମିରେ ଅବସ୍ଥିତ । ଏଥିରେ ଅନେକ ମଲ୍ ଏବଂ ଖାଲି ସ୍ଥାନ ରହିଛି । ଏହି ସ୍ଥାନକୁ ବ୍ୟବସାୟ ଭିର୍ତ୍ତିରେ ଲଗାଇବା ପାଇଁ ଖୁବ ସୁବିଧାଯୋଗ୍ୟ । 'ଦ ଗ୍ରେ ଇଣ୍ଡିଆ ପ୍ଲେସ୍' ଆପୁ ଘାର୍ ଗ୍ରୁପ୍ ଏବଂ ୟୁନିଟେକ୍ ଗ୍ରୁପ୍ ଦ୍ୱାରା ମିଳିତ ଭାବରେ ପରିଚାଳିତ ହୋଇଥିଲା । ବର୍ତ୍ତମାନ, ୟୁନିଟେକ୍ ମଲ୍ ରେ ୪୨ ପ୍ରତିଶତ ଅଂଶଧନ ଥିବାବେଳେ ଅବଶିଷ୍ଟ ଅଂଶଧନ ଅନ୍ୟ ନିବେଶକଙ୍କ ନିକଟରେ ରହିଛି ।

GIP ବିକ୍ରିର କାରଣ
ମିଳିଥିବା ସୂଚନା ଅନୁଯାୟୀ, କମ୍ପ୍ଲେକ୍ସରେ ୧ ହଜାର କୋଟି ଟଙ୍କାର ଋଣ ଥିବାବେଳେ ପ୍ରମୋଟର ୟୁନିଟେକ୍ ଗ୍ରୁପ୍‌ (Unitech Group) ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି । ତେଣୁ ଏହି କାରଣରୁ ଜିଆଇପିକୁ ବିକ୍ରି କରାଯାଇଛି। ଏହି ଡିଲ୍ ଖୁଚୁରା କାରବାରରେ ବିସ୍ତାର କରୁଥିବା ଯେକୌଣସି କମ୍ପାନୀକୁ ବହୁ ଆଗକୁ ନେଇପାରେ । କୋଭିଡ୍ ୧୯ ସମୟରେ ଗ୍ରେଟ୍ ଇଣ୍ଡିଆ ପ୍ଲେସ୍ ମଲ୍ ପ୍ରଭାବିତ ହୋଇଥିଲା। ଏଥିସହିତ ଏହାର ଆଖପାଖରେ ଅନେକ ମଲ ଥିଲେ ମଧ୍ୟ ଜିଆଇପିର କ୍ରେଜ୍ ସ୍ୱତନ୍ତ୍ର ଭାବରେ ରହିଛି । ଏହା ଆକଳନ କରାଯାଇଛି ଯେ, ଲକଡାଉନ ସମୟରେ ତାଲା ବନ୍ଦ କାରଣରୁ ଭାରତର ମଲ୍ ଗୁଡିକ ପ୍ରାୟ ୩ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି।

ଏହି ମଲ୍ କିଣିବା ନେଇ ଡିଏସ୍ ଗ୍ରୁପ୍ ର ଏକ ବୃହତ ରଣନୀତି (Grand strategy) ରହିଛି । ଜୁଲାଇରେ ଏହି ଟିମ୍ ବେଙ୍ଗାଲୁରୁ ସ୍ଥିତ ଭିକେରୋ ହୋଟେକୁ କିଣିଥିଲେ ଯାହା ମ୍ୟାରିଅଟ୍ ଦ୍ୱାରା ପରିଚାଳିତ ଥିଲା । ତେବେ ଏହି କିଣା ବିକା ପ୍ରସଙ୍ଗରେ ଡିଏସ୍ ଗ୍ରୁପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ୟୁନିଟେକ୍ ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ନାହିଁ।

ଖୁଚୁରା କ୍ଷେତ୍ରରେ କ୍ରମାଗତ ଅଭିବୃଦ୍ଧି 
ଅନାରକ୍ ଏବଂ ରିଟେଲର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (RAI) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶର ସଂଗଠିତ ଖୁଚୁରା କ୍ଷେତ୍ର ବାର୍ଷିକ ୨୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଢୁଥିବା ସାଧାରଣବର୍ଗର ଲୋକଙ୍କ କାରଣରୁ ଭାରତୀୟ ଖୁଚୁରା ବଜାର ୨୦୨୭ ସୁଦ୍ଧା ୧.୧ ଟ୍ରିଲିୟନ ଡଲାର ଏବଂ ୨୦୩୨ ସୁଦ୍ଧା ୨ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସିବିଏସ୍ଇର ଏକ ରିପୋର୍ଟରେ ଏହା ଦର୍ଶାଇଛି ଯେ, ୨୦୨୨ ମସିହାରେ ଭାରତରେ ଖୁଚୁରା ଲିଜ୍ ୨୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମୁଖ୍ୟତଃ ଫ୍ୟାଶନ୍ ରିଟେଲର୍, ହାଇପର ମାର୍କେଟ ଏବଂ ରେଷ୍ଟୁରାଣ୍ଟ ଦ୍ୱାରା ପରିଚାଳିତ । ଅନ୍ୟାନ୍ୟ ପ୍ରମୁଖ ଯୋଗଦାନ କ୍ଷେତ୍ର ମଧ୍ୟରେ ରହିଛି ଫ୍ୟାଶନ୍ ଏବଂ ପୋଷାକ, ଖାଦ୍ୟ ଏବଂ ପାନୀୟ, ହାଇପର ମାର୍କେଟ, ହୋମୱେୟାର ଏବଂ ବିଭାଗୀୟ ଷ୍ଟୋର ।

Also Read- ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଯାଉଛି ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

Also Read- 69 National film award: ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି