Nita Ambani Birthday: ଜନ୍ମଦିନରେ ୩ହଜାର ଗରିବ ପିଲାଙ୍କୁ ଖାଇବାକୁ ଦେଲେ ନୀତା ଅମ୍ବାନୀ
Advertisement
Article Detail0/zeeodisha/odisha1941584

Nita Ambani Birthday: ଜନ୍ମଦିନରେ ୩ହଜାର ଗରିବ ପିଲାଙ୍କୁ ଖାଇବାକୁ ଦେଲେ ନୀତା ଅମ୍ବାନୀ

Nita Ambani Birthday: ନୀତା ଅମ୍ବାନୀ ନିଜର ୬୦ତମ ଜନ୍ମଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ସେ ମୁମ୍ବାଇରେ ୩ ହଜାର ଗରିବ ପିଲାଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରିବେଷଣ କରିଥିଲେ । ସେ ନିଜ ହାତରେ ପିଲାମାନଙ୍କୁ ସୁସ୍ୱାଦୁ ଖାଦ୍ୟ ବାଢିଦେଇଥିଲେ । 

Nita Ambani Birthday: ଜନ୍ମଦିନରେ ୩ହଜାର ଗରିବ ପିଲାଙ୍କୁ ଖାଇବାକୁ ଦେଲେ ନୀତା ଅମ୍ବାନୀ

Nita Ambani Birthday: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Mukesh ambani)ଙ୍କ ପତ୍ନୀ ନୀତା ଅମ୍ବାନୀ ନିଜର ୬୦ତମ ଜନ୍ମଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ସେ ମୁମ୍ବାଇରେ ୩ ହଜାର ଗରିବ ପିଲାଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରିବେଷଣ କରିଥିଲେ । ସେ ନିଜ ହାତରେ ପିଲାମାନଙ୍କୁ ସୁସ୍ୱାଦୁ ଖାଦ୍ୟ ବାଢିଦେଇଥିଲେ । ପିଲାମାନଙ୍କ ଗହଣରେ କେକ୍ କାଟିବା ସହିତ ପିଲାଙ୍କୁ କେକ୍ ଖୁଆଇ ଜନ୍ମଦିନ ପାଳନ କରିଥିଲେ । ସୁସ୍ୱାଦୁ ଖାଦ୍ୟ ବାଣ୍ଟିବା ସହିତ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥିଲେ ନୀତା ଅମ୍ୱାନୀ । ଗରିବ ପିଲାମାନଙ୍କ ସହିତ ତାଙ୍କର ଏହି ବିଶେଷ ମୁହୂର୍ତ୍ତର ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ନୀତା ଅମ୍ବାନୀ ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନୀତା ନରସି ମୋଞ୍ଜି କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ସେ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି। ତାଙ୍କ ନୃତ୍ୟର ଝଲକ ପ୍ରାୟତଃ ନିଜ ପାରିବାରିକ କାର୍ଯ୍ୟରେ ଦେଖିବାକୁ ମିଳିଥାଏ । ଛୋଟ ପିଲା ଏବଂ ମହିଳାମାନେ ନୀତାଙ୍କର ଅତି ନିକଟତର ହୋଇ ତାଙ୍କ ଜନ୍ମଦିନର କେକ୍ କାଟିଥିବାରୁ ଅନେକ ଖୁସି ପ୍ରକାଶ କରିଛନ୍ତି । ଶିଶୁ ଏବଂ ମହିଳାଙ୍କ ପ୍ରତି ନୀତା ଅମ୍ବାନୀଙ୍କର ବହୁତ ଭଲପାଇବା ଅଛି । ଅନେକ ସମୟରେ ଛୋଟ ପିଲା ଓ ମହିଳାଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ ।

ନଭେମ୍ବର ୧ ରେ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ଜୁନିଅର ସ୍କୁଲ (NMAJS)ର ଉଦଘାଟନ କରାଯାଇଥିଲା । ଏହା ଏକ ହାଇ-ଟେକ୍ ବିଦ୍ୟାଳୟ, ଯେଉଁଥିରେ ପାଠପଢା ସହିତ ପିଲାମାନଙ୍କ ପାଇଁ ଅନେକ ମନୋରଞ୍ଜନର ମାଧ୍ୟମ ରହିବ । ଏହି ଜୁନିଅର ସ୍କୁଲ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟ ନିକଟରେ ଅବସ୍ଥିତ ।

Also Read- Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ

Also Read- Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ