Newcastle Disease: ବ୍ରିଟେନର ରହସ୍ୟଜନକ ପାରା, ବେକ ବଙ୍କା କରି ଦେଖାଉଛି ଅସ୍ୱାଭାବିକ ଆଚରଣ
Advertisement

Newcastle Disease: ବ୍ରିଟେନର ରହସ୍ୟଜନକ ପାରା, ବେକ ବଙ୍କା କରି ଦେଖାଉଛି ଅସ୍ୱାଭାବିକ ଆଚରଣ

Newcastle disease: ପାରାମିକ୍ସୋଭାଇରସ୍ ସଂକ୍ରମିତ ପକ୍ଷୀଙ୍କ ମଳ ସବୁଜ ଦେଖାଯାଉଥିବା ବେଳେ ତରଳ ଥିବା ଉଦ୍ଧାରକାରୀ ଟିମ୍ ପକ୍ଷରୁ କୁହାଯାଇଛି । ଯାହାକୁ ସଂକ୍ରମିତ ପକ୍ଷୀର ଲକ୍ଷଣ ଭାବରେ ଗ୍ରହଣ କରାଯାଇପାରେ । 

ସୌ: ସୋସିଆଲ ମିଡିଆ

Newcastle disease: ବ୍ରିଟେନରେ ଏବେ ପାରାମାନଙ୍କ ମଧ୍ୟରେ ଅଜବ ଧରଣର ରୋଗ ଦେଖିବାକୁ ମିଳୁଛି । ଅଜବ ରୋଗରେ ଜୋମ୍ୱି ଭଳି ପାର୍ଶ୍ୱ ପ୍ରତିକ୍ରିୟା (zombie like side effect) ଦେଖିବାକୁ ମିଳୁଛି । ଏହି ରୋଗରେ ବେକ ବଙ୍କା (distorted necks) ହୋଇଯିବା ସହ ଅସ୍ୱାଭାବିକ ଆଚରଣ ଦେଖାଉଛି ପାରା । ଏଭଳି ରୋଗାକ୍ରାନ୍ତ ପାରାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଯାହାକୁ ନେଇ ଜର୍ସି ସୋସାଇଟି ଫର ପ୍ରିଭେନସନ୍ ଅଫ୍ କ୍ରୁଲେଟି ଅଫ୍ ଆନିମଲ୍ସ (The Jersey Society for Prevention of the Cruelty of Animals)ପକ୍ଷରୁ ଫଟୋ ଜାରି କରାଯାଇ ସତର୍କ କରାଯାଇଛି ।

ଜର୍ସିରେ ଥିବା ଏକ ପଶୁପକ୍ଷୀ ଆଶ୍ରୟ ସ୍ଥଳୀ(Animals’ Shelter)କୁ ଗତ କିଛିଦିନ ହେବ ଆସୁଥିବା ପାରାମାନଙ୍କ କ୍ଷେତ୍ରରେ ଏହି ନ୍ୟୁରୋଲୋଜିକାଲ ଲକ୍ଷଣ(ବେକ ମୋଡ଼ିହେବା,ଅସ୍ୱାଭାବିକ ଲକ୍ଷଣ) ରହିଥିବା ନେଇ ଆଶ୍ରୟ ସ୍ଥଳୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏପରିକି ଅନେକ ପାରା ବୁଲିବା କିମ୍ୱା ଠିଆ ହେବାକୁ ଅସମର୍ଥ ବୋଲି ଜର୍ସିର ସେଣ୍ଟ ହେଲିରେ ଅବସ୍ଥିତ ଆଶ୍ରୟ ସ୍ଥଳୀ କର୍ତ୍ତୃପକ୍ଷ କହିଛନ୍ତି।

ଏହି ରୋଗ ପାରାମିକ୍ସୋଭାଇରସ୍ ବା ନ୍ୟୁ କାସେଲ୍ସ ଡିଜିଜ (PPMV or Newcastle's Disease)ଭାବରେ ଜଣାଶୁଣା । ନ୍ୟୁ କାସେଲ୍ସ ଡିଜିଜ ଏକ ଭୂତାଣୁ ଜନିତ ରୋଗ ହୋଇଥିବା ବେଳେ ପାରା, କପୋତ ଏବଂ କୁକୁଡ଼ାକୁ ସଂକ୍ରମିତ କରିପାରେ ।

ପାରାମିକ୍ସୋଭାଇରସ୍ ସଂକ୍ରମିତ ପକ୍ଷୀଙ୍କ ମଳ ସବୁଜ ଦେଖାଯାଉଥିବା ବେଳେ ତରଳ ଥିବା ଉଦ୍ଧାରକାରୀ ଟିମ୍ ପକ୍ଷରୁ କୁହାଯାଇଛି । ଯାହାକୁ ସଂକ୍ରମିତ ପକ୍ଷୀର ଲକ୍ଷଣ ଭାବରେ ଗ୍ରହଣ କରାଯାଇପାରେ । ଏହାସହ ଉଡ଼ିବା ବେଳେ ସନ୍ତୁଳନ ରକ୍ଷା କରିବାରେ ବିଫଳ କାରଣରୁ ଡେଣାରେ ଆଘାତ ମଧ୍ୟ ଲାଗିଥାଏ । ଅନ୍ୟପଟେ ବର୍ଷା ଓ ଶୀତ ଦିନରେ ଏହି ରୋଗ ଅଧିକ ବ୍ୟାପୁଥିବା କଥା ଉଦ୍ଧାରକାରୀ ଟିମ୍ କହିଛି ।

ପକ୍ଷୀମାନଙ୍କୁ ରୋଗରୁ ବର୍ତ୍ତିବାକୁ ହେଲେ ଟିକାକରଣ କରିବାକୁ ପଡ଼ିବ । ଟିକାକରଣ ନେଇ ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ କୌଣସି ପକ୍ଷୀଙ୍କ ଠାରେ ପାରାମିକ୍ସୋଭାଇରସ୍ ଥିବା ସନ୍ଦେହ ହେଲେ ହେଲ୍ପଲାଇନକୁ କଲ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି । ଗ୍ରାମାଞ୍ଚଳ ପାଇଁ 03000200301 ନମ୍ୱର ଜାରି କରାଯାଇଥିବା ବେଳେ ୱେଲ୍ସ ପାଇଁ 03003038268 ନମ୍ୱର ଓ ସ୍କଟଲାଣ୍ଡ ପାଇଁ ଲୋକାଲ ଫିଲ୍ଡ ସର୍ଭିସ ଅଫିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ସୌଭାଗ୍ୟବଶତଃ ପାରାମିକ୍ସୋଭାଇରସ୍ ମନୁଷ୍ୟକୁ ବ୍ୟାପୁନାହିଁ । ତେଣୁ ପକ୍ଷୀ ଧରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ୱନ କରିବାକୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ: November Changes: ୧ ନଭେମ୍ବରରୁ ହେବାକୁ ଯାଉଛି ଏହି ୫ଟି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ହେବ ଅଧିକ ଖାଲି!

ଏହା ବି ପଢ଼ନ୍ତୁ: LAC ରେ ଗାଲୱାନ୍ ପରି ଆକ୍ରମଣ କରିବାକୁ ଆଉ ସାହସ କରିବ ନାହିଁ ଚୀନ୍, ଭାରତ ନେଲା ବଡ଼ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ: Health Tips: ଖବରକାଗଜରେ ଖାଦ୍ୟ ରଖି ଖାଉଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ବିପଜ୍ଜନକ ରୋଗ