New Year 2023 Offer: ନୂଆ ବର୍ଷରେ ଗାଡ଼ି କିଣିଲେ ମିଳିବ ବଡ଼ ଉପହାର
Advertisement

New Year 2023 Offer: ନୂଆ ବର୍ଷରେ ଗାଡ଼ି କିଣିଲେ ମିଳିବ ବଡ଼ ଉପହାର

New Year 2023 Offer: ଲୋକମାନେ ନୂଆ ବର୍ଷରେ ଗାଡି କିଣିବାକୁ ଭାରି ପସନ୍ଦ କରନ୍ତି। ଆପଣ ମଧ୍ୟ ଏଭଳି କିଛି ଯୋଜନା କରିଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି।

New Year 2023 Offer: ନୂଆ ବର୍ଷରେ ଗାଡ଼ି କିଣିଲେ ମିଳିବ ବଡ଼ ଉପହାର

New Year 2023 Offer, ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ୨୦୨୨ ବର୍ଷ ଯାଇ ୨୦୨୩ କ୍ୟାଲେଣ୍ଡର ଆରମ୍ଭ ହେବ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଦିନକୁ ସ୍ମୃତି କରି ରଖିବା ପାଇଁ ପ୍ରାୟତଃ ସବୁ ଲୋକ ନୂଆ ଜିନିଷ କିଣିବାକୁ ଯୋଜନା କରିଥାନ୍ତି। ବିଶେଷ କରି ଲୋକମାନେ ନୂଆ ଗାଡି କିଣିବାକୁ ଭାରି ପସନ୍ଦ କରନ୍ତି। ଆପଣ ମଧ୍ୟ ଏଭଳି କିଛି ଯୋଜନା କରିଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି।

ଯଦି ଆପଣ ଆସନ୍ତା ନୂଆ ବର୍ଷରେ ଏକ ନୂଆ ଗାଡି କିଣିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ଯେ, ରାଜ୍ୟଗୁଡିକ ପରି କେନ୍ଦ୍ର ସରକାର ମଧ୍ୟ ବୈଦ୍ୟୁତିକ ଯାନ କିଣିବା ପାଇଁ ସବସିଡି ଦେବେ। ଯାହା ସାଧାରଣ ଲୋକଙ୍କ ପାଇଁ ଇଭି କିଣିବା ଅଧିକ ସହଜ କରିବ। ଫଳରେ ପ୍ରଦୂଷଣରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ। 

Also Read: Oyo Layoffs: Twitter Amazon ପରେ ଏବେ Oyoର ପାଳି, କମ୍ପାନୀ ଛଟେଇ କରିବ ଏତେ କର୍ମଚାରୀ

ଅନେକ ରାଜ୍ୟ ଇଭି ପ୍ରୋତ୍ସାହନ ପାଇଁ ସବସିଡି ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରେ ଇଭି କିଣିବା ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଛି। ବାସ୍ତବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ସରକାର ଇଭିଏମ୍ ପ୍ରଚାର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଇଭିଏମ୍ ପ୍ରୋତ୍ସାହନ କେବଳ ପ୍ରଦୂଷଣକୁ ହ୍ରାସ କରିବ ନାହିଁ ବରଂ ଅଶୋଧିତ ତୈଳ ଉପରେ ଅନ୍ୟ ଦେଶର ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିବ।

ଡିଜେଲ ଏବଂ ପେଟ୍ରୋଲ ତୁଳନାରେ ଏକ ଇଭି ଚଳାଇବା ବହୁତ ଶସ୍ତା। ସମ୍ପ୍ରତି ଭାରତରେ ଇଭିଏମର ମୂଲ୍ୟ ଅଧିକ, କିନ୍ତୁ ସରକାର ବିଶ୍ୱାସ କରନ୍ତି ଯେ ଟେକ୍ନୋଲୋଜି ଅଗ୍ରଗତି କଲେ ସେଗୁଡିକ ଶସ୍ତା ହୋଇଯିବ। ଏହା ସହିତ, ଉତ୍ପାଦନ ବୃଦ୍ଧି ହେବା ସହିତ ଏହାର ମୂଲ୍ୟ ଆହୁରି ହ୍ରାସ ପାଇବ। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର କିମି ପିଛା ପ୍ରାୟ ସାତ ଟଙ୍କା ଥିବାବେଳେ ଇଭିରେ ସମାନ ଦୂରତା ଅତିକ୍ରମ ପାଇଁ ଏକ ଟଙ୍କା ଲାଗୁଛି। ଏଥିପାଇଁ ଦେଶର ସମସ୍ତ ପ୍ରମୁଖ ସହରରେ ଚାର୍ଜିଂ ଷ୍ଟେସନ ସଂଖ୍ୟା ବୃଦ୍ଧି ଉପରେ ସରକାର କାର୍ଯ୍ୟ କରୁଛନ୍ତି।