School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ
Advertisement

School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ

School Uniform: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ବଦଳିଲା ହାଇସ୍କୁଲ ୟୁନିଫର୍ମ (School Uniform) । ଏଣିକି ସମ୍ପୁର୍ଣ୍ଣ ନୂଆ ଲୁକରେ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ (Odisha high School Student ) ୟୁନିଫର୍ମ ରଙ୍ଗ ବଦଳିବ (New Dress Code) । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

School Uniform: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ବଦଳିଲା ହାଇସ୍କୁଲ ୟୁନିଫର୍ମ (School Uniform) । ଏଣିକି ସମ୍ପୁର୍ଣ୍ଣ ନୂଆ ଲୁକରେ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ (Odisha high School Student ) ୟୁନିଫର୍ମ ରଙ୍ଗ ବଦଳିବ (New Dress Code) ।  ହଂଟର ଗ୍ରୀନ୍ (Hunter Green)  ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । କେବଳ ସେତିକି ନୁହେଁ,  ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ ।

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Also Read: Odisha Train Accident: ଜେରା ବେଳେ CBI ହାତରେ ଲାଗିଲା ବଡ଼ ସୁରାଖ୍! ଏହି ତିନି ଅଭିଯୁକ୍ତଙ୍କ ବଢିପାରେ ରିମାଣ୍ତ ଅବଧି

ଛାତ୍ରଛାତ୍ରୀମାନେ ସପ୍ତାହର ୫ ଦିନ ୟୁନିଫର୍ମ ପିନ୍ଧିବେ । ଏବଂ ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ ବୋଲି ଏଭଳି ନିୟମ ହୋଇଛି। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ପାଇଁ ଜୋତା ଓ ମୋଜା ମଧ୍ୟ ବାଧ୍ୟତାମୂଳକ ହୋଇଛି । (Academic Session 2023 and 24) ଚଳିତ ଶିକ୍ଷାବ‌ର୍ଷରୁ ମିଳିବ ମାଗଣା ୟୁନିଫର୍ମ ବୋଲି ଜଣାପଡିଛି। । ଏହି ଯୋଜନାକୁ ଚଳିତ ଶିକ୍ଷାବ‌ର୍ଷରୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏନେଇ ସବୁ ଜିଲ୍ଲାପାଳ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍‌ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ। 

Also Read: Horoscope Today 11 July 2023: ଆଜି ବିପଦରେ ପଡ଼ିପାରନ୍ତି ଏହି ୪ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Also Read: MS Dhoni on Dipak Chahar: ଏହି ଖେଳାଳିଙ୍କୁ ନେଇ ବହୁତ ବଡ଼ ବୟାନ ଦେଲେ କ୍ୟାପ୍ଟେନ କୁଲ, ଜାଣନ୍ତୁ କଣ କହିଲେ ଧୋନୀ

ଅଗଷ୍ଟ ୧୫ରେ ସ୍କୁଲର ନୂଆ ୟୁନିଫର୍ମ ବଣ୍ଟନ ହେବାର ଯୋଜନା ରହିଛି । ଏଥିପାଇଁ ସରକାର ଜଣେ ପିଲା ପିଛା ୧ ହଜାର ଟଙ୍କା ବହନ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ । ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ ଟଙ୍କା, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ପାଇଁ ୨ ଶହ ଟଙ୍କା, ଟି-ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍ ପ୍ୟାଣ୍ଟ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।  ସୂଚନାଥାଉ ଅନୁସାରେ, ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋ‌ଷାକ, ଜୋତା ଓ ମୋଜା ମିଳୁଥିଲା। ହେଲେ ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ପୋଷାକ, ଜୋତା ଓ ମୋଜା କ୍ରୟ ଏବଂ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି। ତେବେ ଏହି କମିଟି ନେତୃତ୍ୱରେ ସ୍ୱୀକୃତିପ୍ରାପ୍ତ ଏସ୍‌ଏଚ୍‌ଜିଙ୍କୁ ପୋଷାକ ଗୁଡ଼ିକ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହ ଜୋତା, ମୋଜା ସଂଗ୍ରହ କରି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବେ।