NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ
Advertisement
Article Detail0/zeeodisha/odisha2354815

NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫଳ ପ୍ରକାଶ କରିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ NTA । exams.nta.ac.in. ମାଧ୍ୟମରେ ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଦେଖିପାରିବେ ।

NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ

NEET-UG Exam Results 2024: ଆଜି NEET-UG ୨୦୨୪ ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫଳ ପ୍ରକାଶ କରିଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ NTA । exams.nta.ac.in. ମାଧ୍ୟମରେ ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଦେଖିପାରିବେ ।

ସୂଚନାଯୋଗ୍ୟ, ୨୦୨୪ ମଇ ୫ ତାରିଖରେ NEET-UG ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରସାୟନ ବିଜ୍ଞାନ ପରୀକ୍ଷାରେ ଗୋଟିଏ ପ୍ରଶ୍ନର ଉତ୍ତର ୪ଟି ବିକଳ୍ପ ମଧ୍ୟରୁ ୨ଟି ସଠିକ୍ ହୋଇଥିବା କାରଣରୁ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏହାକୁ କିଛି ଛାତ୍ରଛାତ୍ରୀ ବିରୋଧ କରିବା ସହ ଉତ୍ତର ଗୋଟିଏ ହେବା ନେଇ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଏହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଇଆଇଟି ଦିଲ୍ଲୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିବା ପରେ ପୁନଃପରୀକ୍ଷା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଥିଲା । ତେବେ ଜୁଲାଇ ୨୩ରେ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖାନ କରିଥିଲେ ।

Also Read- Lucky Zodiac Sign: ୨୭ ଜୁଲାଇ ଶନିବାର, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ପୁଲିସରେ ୧୦ ପ୍ରତିଶତ ଆରକ୍ଷଣ, ୫ ବର୍ଷ ବୟସସୀମା କୋହଳ