Bus Fire: ଉତ୍କଳ ଦିବସରେ ଅଘଟଣ, ଯାତ୍ରୀବାହୀ ବସ୍ ଜାଳିଲେ ନକ୍ସଲ
Advertisement
Article Detail0/zeeodisha/odisha1635317

Bus Fire: ଉତ୍କଳ ଦିବସରେ ଅଘଟଣ, ଯାତ୍ରୀବାହୀ ବସ୍ ଜାଳିଲେ ନକ୍ସଲ

Naxalites set Narayanpur Dantewada passenger bus on fire: ଛତିଶଗଡ(Chhattisgarh)- ଓଡିଶା (Odisha) ରାଜ୍ୟରେ କମୁନି ନକ୍ସଲଙ୍କ (Naxalites) ଉତ୍ପାତ । ନକ୍ସଲ ଦମନ ଅଭିଯାନ କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ସବୁଥିଲେ ଫେଲ୍ ମାରୁଛନ୍ତି ସରକାର! ଏନେଇ ନକ୍ସଲମାନେ ଦିନକୁ ଦିନ ଅଧିକ ଅଭାବନୀୟକାଣ୍ତ ଭିଆଉଛନ୍ତି । କିଛି ଦିନର ନିରବତା ପରେ ପୁଣି ମାତିଲେ ନକ୍ସଲ । ଶନିବାର ବିଳମ୍ବିତ ରାତିରେ ନକ୍ସଲମାନେ ଏକ ଯାତ୍ରୀବାହୀ ବସକୁ ଜାଳି (Naxalites Torch Bus in Chhattisgarh) ଦେଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Naxalites set Narayanpur Dantewada passenger bus on fire: ଛତିଶଗଡ(Chhattisgarh)- ଓଡିଶା (Odisha) ରାଜ୍ୟରେ କମୁନି ନକ୍ସଲଙ୍କ (Naxalites) ଉତ୍ପାତ । ନକ୍ସଲ ଦମନ ଅଭିଯାନ କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ସବୁଥିଲେ ଫେଲ୍ ମାରୁଛନ୍ତି ସରକାର! ଏନେଇ ନକ୍ସଲମାନେ ଦିନକୁ ଦିନ ଅଧିକ ଅଭାବନୀୟକାଣ୍ତ ଭିଆଉଛନ୍ତି । କିଛି ଦିନର ନିରବତା ପରେ ପୁଣି ମାତିଲେ ନକ୍ସଲ । ଶନିବାର ବିଳମ୍ବିତ ରାତିରେ ନକ୍ସଲମାନେ ଏକ ଯାତ୍ରୀବାହୀ ବସକୁ ଜାଳି (Naxalites Torch Bus in Chhattisgarh) ଦେଇଛନ୍ତି । ବସଟି ପୋଡି ଜଳି ପାଉଁସ ହୋଇଯାଇଛି । ଶନିବାର ଦିନ ରାତିରେ ଏଭଳିକାଣ୍ତ ଭିଆଇଛନ୍ତି । ଛଡିଶଗଡ଼ର ନାରାୟଣପୁର(narayanpur) ଏବଂ ଦାଣ୍ତେଓ୍ବାଡା (dantewada) ମଧ୍ୟରେ ଚଳାଚଳ କରୁଥିବା ଏହି ବସକୁ ଜାଳି ନିଜର ଦବଦବା ଜାହିର କରିଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ,ବସ୍ ଜାଳିବା ଘଟଣାରେ ୨୦ରୁ ୨୫ ନକ୍ସଲଙ୍କ ହାତ ଥିବା ପୋଲିସ୍ କହିଛି । 

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ଦନ୍ତେବାଡା ଜିଲ୍ଲାରୁ ପାଲି ନାରାୟଣପୁରକୁ ଚଳିତ ବର୍ଷ ନୂଆ କରି ରାସ୍ତା ହୋଇଥିଲା । ରାସ୍ତା କାମ ବେଳେ ମଧ୍ୟ ନକ୍ସଲମାନେ ରାସ୍ତା କାମକୁ ବିରୋଧ କରିବା ସହ ରାସ୍ତା କାମ ମଧ୍ୟ ବନ୍ଦ କରିବାକୁ ବହୁବାର ଚେତାବନୀ ସ୍ଥାନୀୟ ଲୋକଙ୍କୁ ଦେଇଥିଲେ। ହେଲେ ସେମାନଙ୍କ ଏହି ଚେତାବନୀକୁ ସ୍ଥାନୀୟ ଲୋକେ କି ଜିଲ୍ଲା ପ୍ରଶାସନ ଖାତିର କରି ନଥିଲା । ପରେ ରାସ୍ତା କାମ ଶେଷ ହେବା ପରେ ସେହି ରୁଟରେ ଏହି ବସ୍ ଚଳାଚଳ ଆରମ୍ଭ କରିଥିଲା । ଯାହାକୁ ନେଇ ତାତି ଯାଇଥିଲେ ନକ୍ସଲ । ପରେ ଶନିବାର ଦିନ ବିଳମ୍ବିତ ରାତିରେ ବସଟି ଯାତ୍ରା କରୁଥିବା ସମୟରେ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ବସରେ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ କରିଛି । ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା ଜାରି ରଖିଛି ।

Also Read : Kalia Scheme: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି, ଆଜି ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

Also Read : Mo Bus: ଆଜିଠୁ ଆଉ ୬ଟି ନୂଆ ରୁଟରେ ଗଡ଼ିଲା ମୋ ବସ୍

ନିକଟରେ ମଧ୍ୟ ଏଭଳି ଏକ ଯାତ୍ରୀବାହୀ ବସକୁ ପୋଡି ଦେଇଥିଲେ ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ କତୁର ନିକଟରେ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ବସ୍‌ଟି ଉମରକୋଟରୁ ହାଇଦ୍ରାବାଦକୁ ଯାଉଥିଲା। ସୂଚନାଅନୁସାରେ ନକ୍ସଲମାନେ ଦଣ୍ଡକାରଣ୍ୟ ବନ୍ଦ ଦେଇଥିଲେ। କିନ୍ତୁ ନକ୍ସଲଙ୍କ ବନ୍ଦ ଡାକରାକୁ ଖାତିର କରିନଥିଲେ ଘରୋଇ ବସ୍‌ ମାଲିକ । ପରିଣାମ ସ୍ୱରୂପ ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏହି ଅଘଟଣ। ବସ ପୋଡିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି। ବସ୍‌ପୋଡି ସମ୍ପର୍କରେ ସୂଚନାପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରହିଛି । ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇ ନ ଥିବା ସତ୍ତ୍ୱେ କୁଟୁରଠାରେ ଶତାଧିକ ନକ୍ସଲ ଏପରି କାଣ୍ଡ ଘଟାଇଥିବାରୁ ସେଠାରେ ସେମାନଙ୍କ ଦବଦବା ବଢ଼ିଥିବା ଅନୁମାନ କରାଯାଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ଅପରେସନ ବଢ଼ାଇ ଦେଇଛି।