Cyclone michaung:ବାତ୍ୟା 'ମିଚାଓଙ୍ଗ୍' ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟିର ପ୍ରସ୍ତୁତି ସମୀକ୍ଷା
Advertisement
Article Detail0/zeeodisha/odisha1992869

Cyclone michaung:ବାତ୍ୟା 'ମିଚାଓଙ୍ଗ୍' ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟିର ପ୍ରସ୍ତୁତି ସମୀକ୍ଷା

Cyclone michaung: ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆସୁଥିବା ଘୂର୍ଣ୍ଣିବଳୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରସ୍ତୁତି ନେଇ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

Cyclone michaung:ବାତ୍ୟା 'ମିଚାଓଙ୍ଗ୍' ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟିର ପ୍ରସ୍ତୁତି ସମୀକ୍ଷା

Cyclone michaung: ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ୨୧ଟି ଟିମ୍ ନିୟୋଜିତ କରିଛି ଏବଂ ବଙ୍ଗୋପସାଗରରେ ଆସୁଥିବା ବାତ୍ୟା 'ମିଚାଓଙ୍ଗ୍'କୁ ଦୃଷ୍ଟିରେ ରଖି ଆଠଟି ଅତିରିକ୍ତ ଦଳକୁ ରିଜର୍ଭରେ ରଖାଯାଇଛି । ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଏହାର ପ୍ରଭାଵ ରହିବ। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) କୁ ଏନେଇ ସୂଚନା ଦିଆଯାଇଛି, ଯାହାର ବୈଠକ ଏଠାରେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆସୁଥିବା ଘୂର୍ଣ୍ଣିବଳୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରସ୍ତୁତି ସମୀକ୍ଷା କରାଯାଇଛି।

ଡାଇରେକ୍ଟର ଜେନେରାଲ୍, ଭାରତ ପାଣିପାଗ ବିଭାଗ (ଆଇଏମଡି) ସାଇକ୍ଲୋନିକ୍ ଷ୍ଟ୍ରୋମ ‘ମିଚୌଙ୍ଗ୍’ର ସ୍ଥିତି ବିଷୟରେ ଏନସିଏମସିକୁ ସୂଚନା ଦେଇଛି। ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଘୂର୍ଣ୍ଣିବଳୟ ଝଡ଼ ଗତ ୬ ଘଣ୍ଟା ମଧ୍ୟରେ ୯ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ବଢ଼ିଯାଇଥିଲା ଓ ରବିବାର ଦିନ ସନ୍ଧ୍ୟା ୪.୩୦ ରେ IST ରେ ଉକ୍ତ କ୍ଷେତ୍ରରେ 11.8N ଅକ୍ଷାଂଶ ଏବଂ ଦ୍ରାଘିମା 82.2E ନିକଟରେ, ପୁଡୁଚେରୀଠାରୁ ପ୍ରାୟ ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା । ଚେନ୍ନାଇଠାରୁ ୨୫୦ କିଲୋମିଟର ଦକ୍ଷିଣ-ପୂର୍ବରେ, ନେଲୋରଠାରୁ ୩୮୦ କିଲୋମିଟର ଦକ୍ଷିଣ-ପୂର୍ବରେ, ବାପାଟଲାଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ମାସିଲିପାଟନମ୍ ଠାରୁ ୫୦୦ କିଲୋମିଟର ଦକ୍ଷିଣ-ପୂର୍ବ ।

ସୋମବାର ପୂର୍ବାହ୍ନ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏଵଂ ଆଖପାଖ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରେ, ଏହା ପ୍ରାୟ ଉତ୍ତର ଆଡକୁ ସମାନ୍ତରାଳ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ବଢ଼ିବ ଏଵଂ ୫ ଡିସେମ୍ବରକୁ ପୂର୍ବାହ୍ନ ସମୟରେ ଏକ ଗମ୍ଭୀର ଘୂର୍ଣ୍ଣିବଳୟ ରୂପ ନେଇ ନେଲୋର ଏବଂ ମାଚିଲିପାଟନମ୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ଅତିକ୍ରମ କରିବ, ଯାହାର ସର୍ବାଧିକ ଗତି ୯୦-୧୦୦ କିଲୋମିଟର ବେଗ ରହିବ । ଯାହା ଘଣ୍ଟା ପ୍ରତି ୧୧୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି ବିବୃତ୍ତିରେ କୁହାଯାଇଛି।

କ୍ୟାବିନେଟ ସଚିବ ଗୁରୁତ୍ୱାରୋପ କରିଛନ୍ତି କି IMD ଦ୍ବାରା ହୋଇଥିବା ପୂର୍ବାନୁମାନ ଅନୁସାରେ ସମ୍ପୃକ୍ତ ରାଜ୍ୟଗୁଡିକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଏଥିରେ ଯେପରି କୌଣସି ଜୀବନ ହାନି ନହୁଏ ଏବଂ ଦୁର୍ବଳ ଅଞ୍ଚଳରୁ ସ୍ଥାନାନ୍ତର ଠିକ୍ ସମୟରେ ଶେଷ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତାମିଲନାଡୁ, ଓଡ଼ିଶା, ପୁଡୁଚେରୀର ମୁଖ୍ୟ ସଚିବ ଓ ଆନ୍ଧ୍ରପ୍ରଦେଶର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନାର ସ୍ଵତନ୍ତ୍ର ମୁଖ୍ୟ ସଚିବମାନେ ନିଆଯାଉଥିବା ପ୍ରସ୍ତୁତି ସମ୍ପର୍କରେ ଏନସିଏମସିକୁ  ସୂଚନା ଦେଇଛନ୍ତି। କମିଟିକୁ ସୂଚନା ଦିଆଯାଇଥିଲା ଯେ ତଳିଆ ଅଞ୍ଚଳଗୁଡିକୁ ଚିହ୍ନଟ କରାଯାଇଛି ଏବଂ ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର ଆରମ୍ଭ କରାଯାଇଛି।

ସ୍ଥାନୀୟ ଭାଷାରେ ମେସେଜ ଏବଂ ପାଣିପାଗ ବୁଲେଟିନ୍ ମାଧ୍ୟମରେ ଆଲର୍ଟ ଜାରି କରାଯାଉଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଜାହାଜଗୁଡ଼ିକ ନିରାପଦକୁ ଫେରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ହୋଇଛି । ପରିସ୍ଥିତିକୁ ତଦାରଖ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପର୍ଯ୍ୟାପ୍ତ ସଂଖ୍ୟକ ଅଧିକାରୀଙ୍କୁ ନିୟୋଜିତ କରିଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ୨୧ଟି NDRF ଟିମ୍ ନିୟୋଜିତ କରିଛି ଏବଂ ଆଠଟି ଅତିରିକ୍ତ ଦଳକୁ ରିଜର୍ଭରେ ରଖାଯାଇଛି। କୋଷ୍ଟଗାର୍ଡ, ଆର୍ମି ଏବଂ ନୌସେନା ଏବଂ ରିଲିଫ ଦଳ ଜାହାଜ ଏବଂ ବିମାନ ସହିତ ଷ୍ଟାଣ୍ଡବାଇରେ ରଖାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।

କେନ୍ଦ୍ରୀୟ ଏଜେନ୍ସି ଏବଂ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପୁଡୁଚେରୀ ସରକାରଙ୍କ ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ କହିଛନ୍ତି ଯେ ସମସ୍ତ ପ୍ରତିଷେଧକ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। କୌଣସି ଜୀବନ ହାନିକୁ ଏଡ଼ାଇବା ଏବଂ ସମ୍ପତ୍ତିର କ୍ଷତି କମ୍ ହେବା ନେଇ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଉଦ୍ଧାରକାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବା ଉଚିତ୍ । ସ୍ଥାନୀୟ ଭାଷାରେ ଠିକ୍ ସମୟରେ ଆଲର୍ଟ ପଠାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତ ଡଙ୍ଗା ଓ ଜାହାଜ ଏବଂ ଲୋକମାନଙ୍କୁ ତୁରନ୍ତ ବିପଦମୁକ୍ତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ।

ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପୁଡୁଚେରୀ ସରକାରଙ୍କୁ ସେ ଆଶ୍ୱାସନା ଦେଇଛନ୍ତି ।  ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ସଂଖ୍ୟକ ଏନଡିଆରଏଫ ଦଳ ନିୟୋଜିତ ହେବେ ଏବଂ ଯେକୌଣସି ସହାୟତା ପାଇଁ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଉପଲବ୍ଧ ଅଛନ୍ତି।

Also Read- KCR Resignation: ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପଠାଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Also Read- ଅଧିକାରୀ ହୋଇ ପ୍ରତିଶୋଧ ନେଲେ ଝିଅ ! ୩୧ ବର୍ଷ ପରେ ପାଇଲେ ନ୍ୟାୟ, ପିତାଙ୍କୁ କରାଯାଇଥିଲା ହତ୍ୟା