Chhatisgarh: ପାରସ ପଥର ପାଇଁ ଗୁଣିଆକୁ ହତ୍ୟା, ୧୦ ଗିରଫ
Advertisement
Article Detail0/zeeodisha/odisha1256217

Chhatisgarh: ପାରସ ପଥର ପାଇଁ ଗୁଣିଆକୁ ହତ୍ୟା, ୧୦ ଗିରଫ

Murder for Paras Pathar:  ଛତିଶଗଡ ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ପାରସ ପଥର ପାଇବା ଆଶାରେ ଜଣେ ୭୦ ବର୍ଷୀୟ ଗୁଣିଆକୁ ହତ୍ୟା କରାଯାଇଛି। 

 Chhatisgarh: ପାରସ ପଥର ପାଇଁ ଗୁଣିଆକୁ ହତ୍ୟା, ୧୦ ଗିରଫ

Murder for Paras Pathar: ଛତିଶଗଡ ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ହତ୍ୟାକାଣ୍ଡ ସହ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ଏନେଇ ପ୍ରତିକ୍ରିୟା ରଖି ସ୍ଥାନୀୟ ପୋଲିସ ଅଧିକାରୀ ପାରସ ପଥର ପାଇବା ଆଶାରେ ଜଣେ ୭୦ ବର୍ଷୀୟ ଗୁଣିଆକୁ ହତ୍ୟା କରାଯାଇଛି। ଜାଞ୍ଜଗିର-ଚମ୍ପା ଜିଲ୍ଲାର ଜାଞ୍ଜଗିର ଥାନା ଅଧିନସ୍ଥ ମୁନୁନ୍ଦ ଗ୍ରାମର ଗୁଣିଆ ବାବୁଲାଲ ଯାଦବଙ୍କୁ ହତ୍ୟା କରିବା ଅଭିଯୋଗରେ ଟେକଚାନ୍ଦ ଜୈସୱାଲ, ରାମନାଥ ଶ୍ରୀବାସ, ରାଜେଶ ହରବଂଶ, ମନବୋଧନ ଯାଦବ, ଛବି ପ୍ରକାଶ ଜୈସୱାଲ, ଟେକଚାନ୍ଦ ଜୟସୱାଲ, ୟାସିନ ଖାନ, ଖିଲେଶ୍ୱର ରାମ ପଟେଲ, ତେଜରାମ ପଟେଲ, ଅଞ୍ଜୁ କୁମାର ପଟେଲ, ଶାନ୍ତିବାଇ ଯାଦବଙ୍କୁ ଗିରଫ କରାଯାଇଛି।

ମୃତକ ଗୁଣିଆ ବାବୁଲାଲ ଯାଦବଙ୍କ ପତ୍ନୀ ରାମବତୀ ଯାଦବ ଏକ ମାମଲା ଦାଏର କରିଥିଲେ। ଯେଉଁଥିରେ କୁହାଯାଇଥିଲା ଜୁଲାଇ ୮ ତାରିଖରେ ଯେତେବେଳେ ତାଙ୍କ ସ୍ୱାମୀ ଗୁଣିଆ କାମ କରିବାକୁ ଯାଇଥିଲେ ସେତେବେଳେ କିଛି ଲୋକ ରାତି ପ୍ରାୟ ବାକଟା ସମୟରେ ତାଙ୍କ ଘରେ ପହଞ୍ଚି ତାଙ୍କ ହାତ ଗୋଡ ବାନ୍ଧି ୨୩ ହଜାର ଟଙ୍କା ଏବଂ ସୁନା ରୂପା ଅଳଙ୍କାର ଲୁଟି ନେଇଥିଲେ। ଏହି ସମୟରେ ସେ ଘରର ପୂଜାପାଠ ସ୍ଥାନ ନିକଟରେ ମଧ୍ୟ ଖନନ କରିଥିଲେ। ଯେତେବେଳେ ପୋଲିସ ଏହି ଘଟଣାର ଅନୁସନ୍ଧାନ କଲା ସେତେବେଳେ ଅଭିଯୁକ୍ତ ଟେକଚାନ୍ଦ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସନ୍ଦେହ ଆଧାରରେ ଜେରା କରାଯାଇଥିଲା। ପରେ ସମସ୍ତେ ସେମାନଙ୍କ ଅପରାଧ ସ୍ୱୀକାର କରିଥଲେ। ଅଭିଯୁକ୍ତ କହିଥିଲେ ଯେ ସେମାନେ ପରାସ୍ ପଥର ସନ୍ଧାନରେ ବାବୁଲାଲ ଯାଦବଙ୍କୁ ହତ୍ୟା କରିଛନ୍ତି। କାହାଣୀ, ଗପ, ଲୋକକଥା ଅନୁସାରେ ପାରସ ପଥର ହେଉଛି ଏପରି ଏକ ପଥର ଯାହାର ସ୍ପର୍ଶରେ ଲୁହା ସୁନାରେ ପରିଣତ ହୋଇଯାଏ।

ଅଭିଯୁକ୍ତଙ୍କୁ ଜେରା ବେଳେ ଏକଥା ଜାଣିବାକୁ ମିଳିଥିଲା ​​ଯେ ଗତ ବର୍ଷ ଶେଷରେ ଜିଲ୍ଲାର ଲୋହରାକୋଟ ଗ୍ରାମର ବାସିନ୍ଦା ଜୈସୱାଲ ଗ୍ରାମବାସୀ ଅବତାର ସିଂହଙ୍କ ଘରେ ପାରସ ପଥର ରହିଥିବାର ସୂଚନା ପାଇଥିଲେ। ଜୈସୱାଲ ସେହି ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଯେଉଁମାନେ ତାଙ୍କୁ ପଥର ପାଇବାରେ ସାହାଯ୍ୟ କରିପାରିବେ। ଏହି ସମୟରେ ସେ ଯାଦବଙ୍କ ସହ ଯୋଗାଯୋଗ କରିଥିଲେ। ଜୈସୱାଲ, ଯାଦବ ଏବଂ ଅନ୍ୟ ୨ ଜଣଙ୍କୁ ସାଙ୍ଗରେ ନେଇଥିଲେ ଏବଂ ସମସ୍ତେ ଅବତାର ସିଂହଙ୍କ ଘରେ ପଶିଥିଲେ ଯେତେବେଳେ ଅବତାର ସିଂହ ତାଙ୍କ ପରିବାର ସହିତ କାମ କରିବାକୁ ଜାମୁ କାଶ୍ମୀର ଯାଇଥିଲେ। ଜୈସୱାଲ ଏବଂ ଅନ୍ୟମାନେ ଘରେ ଏକ ଉଜ୍ଜ୍ୱଳ ପଥର ପାଇଥିଲେ ଏବଂ ସେମାନେ ଏହା ଖୋଜୁଥିବା ପଥର ବୋଲି ଭାବିଥିଲେ। ଏହା ପରେ ସେମାନେ ସେଠାରେ ଶୋଇପଡି଼ଲେ।

ଯେତେବେଳେ ପରଦିନ ସକାଳେ ଜୈସୱାଲ ଉଠିଲେ ସେତେବେଳେ ସେ ନିଜକୁ ଏକୁଟିଆ ପାଇଥିଲେ ଏବଂ ପଥର ମଧ୍ୟ ସେଠାରେ ନଥିଲା। ପରେ ଯେତେବେଳେ ସେ ଯାଦବ ଏବଂ ଅନ୍ୟଙ୍କୁ ଘଟଣା ବାବଦରେ ପଚରାଉଚରା କରିଥିଲେ ସମସ୍ତେ ସେହି ପଥର ନେଇଥିବା କଥାକୁ ଅସ୍ୱୀକାର କରିଥିଲେ। କିଛି ସମୟ ପରେ ଜୈସୱାଲ ଜାଣିବାକୁ ପାଇଲେ ଯେ ଗୁଣିଆ ବାବୁଲାଲ ଯାଦବ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ପୂଜା କରୁବା ବେଳେ ତାଙ୍କ ସହ ପଥର ରଖିଥାନ୍ତି। ଜୈସୱାଲ ଏହାକୁ ପାରସ ପଥର ବୋଲି ଭାବି ଏହାକୁ ପାଇବା ପାଇଁ କରିଥିବା ଷଡଯନ୍ତ୍ରରେ ଜଣେ ମହିଳାଙ୍କ ସମେତ ଅନ୍ୟ ୯ ଜଣଙ୍କୁ ସାମିଲ କରିଥିଲେ। ସେ ସମସ୍ତଙ୍କୁ ପ୍ରଲୋଭିତ କଲେ ଯେ ପଥର ପାଇବା ମାତ୍ରେ ସମସ୍ତେ ଧନୀ ହୋଇଯିବେ।

ପାରାସ ପଥର  ପାଇବା ଲୋଭରେ ଜୈସୱାଲ ତାଙ୍କର ଅନ୍ୟ ସାଥୀଙ୍କୁ ଗତ ୮ ତାରିଖରେ ଗୁଣିଆ ବାବୁଲାଲ ଯାଦବଙ୍କ ଘରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେ ଘରୁ ବାହାରିବା ପରେ ଜୈସୱାଲଙ୍କ ସାଥୀ ତାଙ୍କୁ ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲରେ ବାବୁଲାଲ ଯାଦବଙ୍କୁ ପାରସ ପଥର ବାବଦରେ ପଚରା ଯାଇଥିଲା। ଯେତେବେଳେ ବାବୁଲାଲ ଯାଦବ କହିଥିଲେ ଯେ ତାଙ୍କ ପାଖରେ ପଥର ନାହିଁ, ସେତେବେଳେ ତାଙ୍କୁ ବନ୍ଧକ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଅନ୍ୟ କେତେକ ଲୋକଙ୍କୁ ରାତିରେ ତାଙ୍କ ଘରକୁ ପଠାଯାଇଥିଲା। ତାଙ୍କ ଘରେ ପହଞ୍ଚି ସେହି ଲୋକ ତାଙ୍କ ପତ୍ନୀ ରାମବତୀ ଯାଦବଙ୍କୁ ବନ୍ଧକ ରଖି ପୂଜା ପାଠ କରାଯାଉଥିବା ସ୍ଥାନରେ ଖୋଳାଖୋଳି କରିଥିଲେ। ମାତ୍ର ଏହ ନ ମିଳିବା ପରେ ସେମାନେ ସେଠାରୁ ଚାଲି ଯାଇଥଲେ। ଯେତେବେଳେ ସମସ୍ତେ ଜଙ୍ଗଲରେ ପହଞ୍ଚିଲେ ସେତେବେଳେ ଜୈସୱାଲ ପୁଣି ଥରେ ବାବୁଲାଲ ଯାଦବଙ୍କୁ ପଥର ବାବଦରେ ପଚାରିଥିଲେ। ହେଲେ ସେ ପଥର ବାବଦରେ ଜାଣି ନଥିବା କହିଥିଲେ ଯାଦବ। ଏହା ପରେ ସମସ୍ତେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହି କାରଣରୁ ବାବୁଲାଲ ଯାଦବଙ୍କ ମୃତ୍ୟୁ ହୋଇଥିଲା। ପରେ ସମସ୍ତେ ମୃତଦେହକୁ ଏକ ଗାତ ଖୋଳି ପୋତି ଦେଇଥିଲେ। ପୋଲିସ ଏହି ଘଟଣାରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରି ମୃତଦେହ ଜବତ କରିଛି।  ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଜେରା କରିବା ଜାରି ରହିଛି।

Also Read: ଦୀପାବଳିରେ ଅଘଟଣ; ଝଡା଼ ଫୁଙ୍କା କରୁଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣ ବୃଦ୍ଧ ଗୁଣିଆ ମୃତ