Widest Tunnel in World: ଭାରତର ଏହି ପ୍ରକଳ୍ପ ପାଇଁ କମ୍ପି ଉଠିଲା ଚୀନ୍; ତାକତ ଦେଖି ଚମକି ପଡ଼ିଲା ବିଶ୍ୱ
Advertisement
Article Detail0/zeeodisha/odisha1802647

Widest Tunnel in World: ଭାରତର ଏହି ପ୍ରକଳ୍ପ ପାଇଁ କମ୍ପି ଉଠିଲା ଚୀନ୍; ତାକତ ଦେଖି ଚମକି ପଡ଼ିଲା ବିଶ୍ୱ

Widest Tunnel of the World: ବିଶ୍ୱର ସବୁଠାରୁ ଚଉଡ଼଼ା ସୁଡଙ୍ଗ ନିର୍ମାଣ କରିବାର ରେକର୍ଡ ଚୀନ୍ ନାମରେ ରହିଛି। ହେଲେ ଖୁବଶୀଘ୍ର ଏହି ରେକର୍ଡ ଭାରତ ହାତେଇବାକୁ ଯାଉଛି।

Widest Tunnel in World: ଭାରତର ଏହି ପ୍ରକଳ୍ପ ପାଇଁ କମ୍ପି ଉଠିଲା ଚୀନ୍; ତାକତ ଦେଖି ଚମକି ପଡ଼ିଲା ବିଶ୍ୱ

Mumbai-Pune Expressway: ବିଗତ ୯ ବର୍ଷ ମଧ୍ୟରେ ଦେଶରେ ସଡ଼କ, ରାଜପଥ ଏବଂ ଏକ୍ସପ୍ରେସୱେ ନିର୍ମାଣରେ ଅଦ୍ଭୂତପୂର୍ବ ଅଗ୍ରଗତି ହୋଇଛି। ହେଲେ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଏକ ପ୍ରକଳ୍ପ ପାଇଁ ପ୍ରତିଦ୍ୱନ୍ଦ୍ୱୀ କମ୍ପି ଉଠିଛି। ହେଲେ ଅନ୍ୟପଟେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭାରତ ପକ୍ଷରୁ କରାଯାଇଥିବା ପ୍ରୟାସକୁ ସମଗ୍ର ବିଶ୍ୱ ସମୁଦାୟ ପ୍ରଶଂସା କରିଛି। ଏବେ ଆମେ ଆପଣଙ୍କୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପ୍ରକଳ୍ପ ନିର୍ମାଣ ହେଉଥିବା ବିଶ୍ୱର ସର୍ବବୃହତ ଯୁଗ୍ମ ଟନେଲ ବିଷୟରେ କହୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବବୃହତ ସୁଡଙ୍ଗ ନିର୍ମାଣ କରିବାର ରେକର୍ଡ ଚୀନ୍ ପାଖରେ ରହିଥିଲା। ହେଲେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପ୍ରକଳ୍ପ ଅଧିନରେ ଟନେଲ ନିର୍ମାଣ ଶେଷ ହେବା ପରେ ସମଗ୍ର ବିଶ୍ୱର ସର୍ବ ବୃହତ ଟନେଲ ନିର୍ମାଣ କରିବାର ରେକର୍ଡ ଭାରତ ନାମରେ ରହିବ।

ମିସିଂ ଲିଙ୍କ ଆଧାରରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପ୍ରକଳ୍ପ (Mumbai Pune Missing Link Project) ଅଧିନରେ ଯୁଗ୍ମ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି। ଯେଉଁଠାରେ ଏହି ଟନେଲ୍ ନିର୍ମାଣ କରାଯାଉଛି, ସେହି ସ୍ଥାନ ପଶ୍ଚିମଘାଟ ପର୍ବତାମାଳ ଅଞ୍ଚଳରେ (Western Ghats Mountain Ranges) ଅଧିନରେ ଆସିଥାଏ। ଯେଉଁଠାରେ ରାସ୍ତା ଅଧିକ ବୁଲାଣିଆ ହୋଇଥାଏ। ଯେତେବେଳେ ରାସ୍ତା ଅଧିକ ବୁଲାଣିଆ ହୋଇଯାଏ ସେତେବେଳେ ସୁଡ଼ଙ୍ଗ ମୋଟେଇ ପ୍ରାୟତଃ କମିଯାଏ। ହେଲେ ଭାରତୀୟ ଇଞ୍ଜିନିୟର୍ସ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ସେମାନେ ଏକ ବୁଲାଣିଆ ରାସ୍ତାରେ ବିଶ୍ୱର ସବୁଠୁ ପ୍ରଶସ୍ତ ସୁଡଙ୍ଗ ନିର୍ମାଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

ଭାରତ ପଛରେ ପଡ଼ିଯିବ ଚୀନ
ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଚଉଡ଼଼ା ସୁଡଙ୍ଗ (widest tunnel of the world) ନିର୍ମାଣ କରିବାର ରେକର୍ଡ ଚୀନ୍ (China) ନାମରେ ରହିଛି। ଯାହାର ମୋଟେଇ ହେଉଛି ୧୩.୭ ମିଟର। ସଂଘାଇ ସହରକୁ (Shanghai City) ଚେଙ୍ଗଜିଙ୍ଗ ଦ୍ୱୀପ (Changxing Island) ସହିତ ସଂଯୋଗ କରୁଥିବା ଏହି ସୁଡଙ୍ଗର ଲମ୍ବ ହେଉଛି ୧୬.୬୨ କିଲୋମିଟର। ଏହି ସୁଡଙ୍ଗ ୟାଙ୍ଗଜେ ନଦୀ (Yangtze River) ତଳେ ନିର୍ମିତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଟନେଲ (Mumbai-Pune Expressway Tunnel) କାମ ଶେଷ ହେବା ମାତ୍ରେ ଏହି ରେକର୍ଡ ଭାରତ ନାମରେ ହୋଇଯିବ। ଖଣ୍ଡଲା ଟନେଲ (Khandala Tunnel Expressway) ମୋଟେଇ ୨୩ ମିଟର ଠାରୁ ଅଧିକ ରହିଛି। ଏହି ସୁଡଙ୍ଗ ୮ କିଲୋମିଟର ଲମ୍ବା ହୋଇଥିବା ବେଳେ ଏଠାରେ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ୭୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ଏହି ସୁଡଙ୍ଗ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଖବର ଅନୁସାରେ ଏହି ଯାଆଁଳା ସୁଡଙ୍ଗ (Mumbai Pune Expressway Joint Tunnel) ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଶେଷ ହେବ।

କେତେ ହେବ ଖର୍ଚ୍ଚ?
ଏହି ସୁଡଙ୍ଗ ନିର୍ମାଣରେ ୬୬୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ବିଶ୍ୱର ସବୁଠୁ ଲମ୍ବା ସୁଡଙ୍ଗ (longest tunnel in the world) ହେବ। ଯେଉଁ କାରଣରୁ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଦୂରତା (Mumbai Pune Distance) ଅଧ ଘଣ୍ଟା ହ୍ରାସ ପାଇବ। ବର୍ତ୍ତମାନ ଏକ୍ସପ୍ରେସୱେ ଠାରେ ଖୋପୋଲି ଠାରୁ ସିଂହଗଡ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଦୂରତା ହେଉଛି ୧୯ କିମି। ଟନେଲ ନିର୍ମାଣ ହେତୁ ଏହାର ଦୂରତା ୧୩.୩ କିଲୋମିଟର ହ୍ରାସ ପାଇବ। ଏହା କେବଳ ସମୟ ସଞ୍ଚୟ କରିବ ନାହିଁ ବରଂ ଦୁର୍ଘଟଣା ମଧ୍ୟ ହ୍ରାସ କରିବ। ସୁଡ଼ଙ୍ଗରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ସୁଡଙ୍ଗରେ ପଥର ନ ପଡ଼ିବା ପାଇଁ ପଥର ବୋଲ୍ଟ ନିର୍ମାଣ କରାଯାଇଛି। ପ୍ରତି ୩୦୦ ମିଟର ଦୂରତାରେ ଏକ୍ଜିଟ୍ ପଏଣ୍ଟ ଅଛି। କେବଳ ଏତିକି ନୁହେଁ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଏକ ଉଚ୍ଚ ଚାପର ଜଳ ମିଶ୍ରଣ ବ୍ୟବସ୍ଥା (High Pressure Water Mix System) ସ୍ଥାପନ କରାଯାଇଛି।