Mohan Yadav: ଛାତ୍ର ସଂଘର ସହ ସଚିବରୁ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ କିପରି ରହିଥିଲା ମୋହନ ଯାଦବଙ୍କ ଯାତ୍ରା?
Advertisement
Article Detail0/zeeodisha/odisha2005939

Mohan Yadav: ଛାତ୍ର ସଂଘର ସହ ସଚିବରୁ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ କିପରି ରହିଥିଲା ମୋହନ ଯାଦବଙ୍କ ଯାତ୍ରା?

Mohan Yadav Political Journey: ଛାତ୍ର ସଂଘର ସହ ସଚିବ ପଦରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ବିଜେପି ବିଧାୟକ ମୋହନ ଯାଦବ ଏବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବାକୁ ଯାଉଛନ୍ତି।

 

Mohan Yadav: ଛାତ୍ର ସଂଘର ସହ ସଚିବରୁ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ କିପରି ରହିଥିଲା ମୋହନ ଯାଦବଙ୍କ ଯାତ୍ରା?

Mohan Yadav Political Career: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚାଲିଥିବା ଦୌଡ଼ରେ ବାଜି ମାରି ନେଇଛନ୍ତି ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ। ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃ। ବିଜେପି ନେତା ଡକ୍ଟର ମୋହନ ଯାଦବ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯିଏ ସର୍ବପ୍ରଥମେ ପ୍ରଥମେ ୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଦକ୍ଷିଣ ଉଜ୍ୱୈନ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପଛୁଆ ବର୍ଗରୁ ଆସୁଥିବା ଡକ୍ଟର ମୋହନ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। 

ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ ଜଣେ ହିନ୍ଦୁତ୍ୱବାଦୀ ନେତା ଭାବେ ଜଣାଶୁଣା। ଯିଏ ନିଜର କ୍ୟାରିଅର ଛାତ୍ର ସଂଘ ସହ ସଚିବ ପଦରୁ ଆରମ୍ଭ କରିଥିଲେ। ୧୯୬୫ ମସିହା ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ପ୍ରଦେଶର ଉଜ୍ୱୈନ ଠାରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟ ପ୍ରଦେଶ ରାଜନୀତିରେ ଡକ୍ଟର ମୋହନ ଯାଦବ ଜଣେ ପ୍ରମୁଖ ଶିକ୍ଷିତ ରାଜନେତା ଭାବରେ ଜଣାଶୁଣା। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବି.ଏସ୍.ସି ଏବଂ ଏଲଏଲବି। ସେ ରାଜନୀତି ବିଜ୍ଞାନରେ ଏମ.ଏ ଡିଗ୍ରୀ ହାସଲକରିଛନ୍ତି। ଏହା ସହିତ ବ୍ୟବସାୟ ପରିଚାଳନାରେ ଏମବିଏ ଏବଂ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ନିଜର ଗୃହ ଜିଲ୍ଲା ଉଜ୍ୱୈନ ସ୍ଥିତ ବିକ୍ରମ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ବିଜେପି ନେତା ଡକ୍ଟର ମୋହନ ଯାଦବ।  

କିପରି ଥିଲା ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ ରାଜନୈତିକ ଯାତ୍ରା

  • ୧୯୮୨: ମାଧବ ସାଇନ୍ସ କଲେଜ ଛାତ୍ର ସଙ୍ଗଠନର ସହ ସଚିବ ନିଯୁକ୍ତ 
  • ୧୯୮୪: ମାଧବ ସାଇନ୍ସ କଲେଜ ଛାତ୍ର ସଙ୍ଗଠନର ଅଧ୍ୟକ୍ଷ ନିଯୁକ୍ତ 
  • ୧୯୮୪: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉଜ୍ୱୈନ ନଗର ମନ୍ତ୍ରୀ ନିଯୁକ୍ତ 
  • ୧୯୮୬: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉଜ୍ୱୈନ ନଗର ବିଭାଗ ମୁଖ୍ୟ ନିଯୁକ୍ତ
  • ୧୯୮୮: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ପ୍ରଦେଶ ଶାଖା ରାଜ୍ୟ ସହ-ସଚିବ ନିଯୁକ୍ତ ତଥା ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ
  • ୧୯୮୯-୯୦: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ପ୍ରଦେଶ ଶାଖା ରାଜ୍ୟ ମନ୍ତ୍ରୀ ନିଯୁକ୍ତ
  • ୧୯୯୧-୯୨: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ରୀୟ ମନ୍ତ୍ରୀ ନିଯୁକ୍ତ
  • ୧୯୯୩-୯୫: ରାଷ୍ଟ୍ରୀୟ ସ୍ୱୟଂସେବକ ସଘ ଉଜ୍ୱୈନ ନଗର ଶାଖାର ସହ-ବିଭାଗ କାର୍ଯ୍ୟବାହ, ସାୟଂ ଭାଗ ନଗର କାର୍ଯ୍ୟବାହ ନିଯୁକ୍ତ
  • ୧୯୯୬: ରାଷ୍ଟ୍ରୀୟ ସ୍ୱୟଂସେବକ ସଘ ଉଜ୍ୱୈନ ନଗର ଶାଖାର ଖଣ୍ଡ କାର୍ଯ୍ୟବାହ ଏବଂ ନଗର କାର୍ଯ୍ୟବାହ ନିଯୁକ୍ତ 
  • ୧୯୯୭: ମଧ୍ୟ ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ
  • ୧୯୯୮: ପଶ୍ଚିମ ରେଳ ବୋର୍ଡ ପରାମର୍ଶଦାତା କମିଟି ସଦସ୍ୟ ନିଯୁକ୍ତ
  • ୧୯୯୯: ମଧ୍ୟ ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା ଉଜ୍ୱୈନ ବିଭାଗ ପ୍ରଭାରୀ ନିଯୁକ୍ତ  
  • ୨୦୦୦-୨୦୦୩: ଉଜ୍ୱୈନ ବିକ୍ରମ ବିଶ୍ୱବିଦ୍ୟାଳୟ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମନୋନୀତ
  • ୨୦୦୦-୨୦୦୩: ବିଜେପି ନଗର ଜିଲ୍ଲା ସାଧାରଣ ସମ୍ପାଦକ ନିଯୁକ୍ତ
  • ୨୦୦୪: ମଧ୍ୟ ପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ନିଯୁକ୍ତ
  • ୨୦୦୪: ମଧ୍ୟ ପ୍ରଦେଶ ସିଂହସ୍ୟ କେନ୍ଦ୍ରୀୟ କମିଟି ସଦସ୍ୟ ନିଯୁକ୍ତ
  • ୨୦୦୪-୨୦୧୦: ଉଜ୍ୱୈନ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ନିଯୁକ୍ତ (ରାଜ୍ୟ ପାହ୍ୟ ମନ୍ତ୍ରୀ ମାନ୍ୟତା)
  • ୨୦୦୮:  ଭରତ ସ୍କାଉଟ୍ସ ଏବଂ ଗାଇଡ୍ସ ଜିଲ୍ଲା ଶାଖା ସଭାପତି ନିଯୁକ୍ତ
  • ୨୦୧୧-୨୦୧୩: ମଧ୍ୟ ପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ସଭାପତି (କ୍ୟାବିନେଟ ପାହ୍ୟ ମନ୍ତ୍ରୀ ମାନ୍ୟତା)
  • ୨୦୧୧-୨୦୧୩: ମଧ୍ୟ ପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ନିଯୁକ୍ତ 
  • ୨୦୧୩-୨୦୧୬: ବିଜେପି ଅଖିଳ ଭାରତୀୟ ସାଂସ୍କୃତିକ ପ୍ରକୋଷ୍ଠ ସହ-ସଂଯୋଜକ ନିଯୁକ୍ତ 
  • ଉଜ୍ୱୈନ ସହରର ସାମଗ୍ରିକ ବିକାଶ ପାଇଁ ପ୍ରବାସୀ ସଙ୍ଗଠନ ଚିକାଗୋ (ଯୁକ୍ତରାଷ୍ଟ୍ର ଆମେରିକା) ଏବଂ ISKCON ଆନ୍ତର୍ଜାତୀୟ ଫାଉଣ୍ଡେସନ୍ ଦ୍ୱାରା ମହାତ୍ମା ଗାନ୍ଧୀ ପୁରସ୍କାରରେ ସମ୍ମାନିତ।
  • ୨୦୧୧-୨୦୧୨ ଏବଂ ୨୦୧୨୨୦୧୩: ମଧ୍ୟପ୍ରଦେଶରେ ପର୍ଯ୍ୟଟନର ନିରନ୍ତର ବିକାଶ ପାଇଁ ରାଷ୍ଟ୍ରପତି ପୁରସ୍କାର 
  • ୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ 
  • ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ ଦ୍ୱିତୀୟ ଥର ଲାଗି ବିଧାୟକ ନିର୍ବାଚିତ 
  • ୨ ଜୁଲାଇ ୨୦୨୦:  ମଧ୍ୟ ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତ 
  • ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ ତୃତୀୟ ଥର ଲାଗି ବିଧାୟକ ନିର୍ବାଚିତ