Weird News: ବିଶ୍ବର ସବୁଠୁ ବିପଜ୍ଜନକ ଆପାର୍ଟମେଣ୍ଟ, ଯେଉଁଠାରେ ରୁହନ୍ତି କେବଳ ହତ୍ୟାକାରୀ,ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ?
Advertisement
Article Detail0/zeeodisha/odisha1626062

Weird News: ବିଶ୍ବର ସବୁଠୁ ବିପଜ୍ଜନକ ଆପାର୍ଟମେଣ୍ଟ, ଯେଉଁଠାରେ ରୁହନ୍ତି କେବଳ ହତ୍ୟାକାରୀ,ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ?

Weird News: ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପାର୍ଟମେଣ୍ଟ (real estate) ବିଷୟରେ କହିବାକୁ ଯାଉଛୁ । ଯାହା ବିଶ୍ବର ସବୁଠୁ ଖତରନାକ୍ ଆପାର୍ଟମେଣ୍ଟ ବୋଲି ବିବେଚନା କରାଯାଏ । ଯେଉଁ ଆପାର୍ଟମେଣ୍ଟରେ (most dangerous real estate )କେବଳ ହତ୍ୟାକାରୀ ଓ ଦୁର୍ଦ୍ଦାନ୍ତ ଅପରାଧି ରୁହନ୍ତି। ଆଜି ନୁହେଁ କାହିଁ କେଉଁ କାଳରୁ ଏ-ହି ଆପାର୍ଟମେଣ୍ଟ କେବଳ ଗ୍ୟାଙ୍ଗଷ୍ଟାର (criminals) ଶ୍ରେଣୀର ଲୋକେ ରୁହନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weird News: ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ମଣିଷ ନିଜକୁ ସୁରକ୍ଷିତ ବୋଲି ମନେକରେ । ଆଉ ଜଣେ ବ୍ୟକ୍ତି ଘରକୁ ଯିବା ମାତ୍ରେ ବାହାରେ ଥିବା ସମସ୍ତ କ୍ଲାନ୍ତକୁ ଭୁଲିଯାଏ । ଆଉ ଘରେ ଟିକେ ଆରାମ କରେ । କିନ୍ତୁ ଯଦି ଘରେ ମଣିଷ ନିଜକୁ ସୁରକ୍ଷିତ ମନେ କରେ ନାହିଁ । ତେବେ, ସେ ଘର ତା ପାଇଁ ନର୍କ ପାଲଟିଯାଏ । ତେବେ, ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପାର୍ଟମେଣ୍ଟ (real estate) ବିଷୟରେ କହିବାକୁ ଯାଉଛୁ । ଯାହା ବିଶ୍ବର ସବୁଠୁ ଖତରନାକ୍ ଆପାର୍ଟମେଣ୍ଟ ବୋଲି ବିବେଚନା କରାଯାଏ । ଯେଉଁ ଆପାର୍ଟମେଣ୍ଟରେ (most dangerous real estate )କେବଳ ହତ୍ୟାକାରୀ ଓ ଦୁର୍ଦ୍ଦାନ୍ତ ଅପରାଧି ରୁହନ୍ତି। 

ତେବେ,ବିଶ୍ବର ଏଭଳି ଏକ ସ୍ଥାନ(real estate) ଆମେରିକାରେ ରହିଛି ।  ପଶ୍ଚିମ ଲଣ୍ଡନର ୱିଲୋ ଟ୍ରି ଲେନ୍ (Willow Tree Lane in West London) । ଏହା ଦୁନିଆର ସବୁଠାରୁ ବିପଜ୍ଜନକ ରିଏଲ୍ ଇଷ୍ଟେଟ୍ ମଧ୍ୟରେ ଗଣାଯାଏ ।  ଏଠାରେ ଥିବା ଆପାର୍ଟମେଣ୍ଟରେ କେବଳ ଦୁର୍ଦ୍ଦାନ୍ତ ଅପରାଧି ରୁହନ୍ତି।  ଏ-ହାର ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ରାତିରେ ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି। ଆଜି ନୁହେଁ କାହିଁ କେଉଁ କାଳରୁ ଏ-ହି ଆପାର୍ଟମେଣ୍ଟ କେବଳ ଗ୍ୟାଙ୍ଗଷ୍ଟାର (criminals) ଶ୍ରେଣୀର ଲୋକେ ରୁହନ୍ତି । 

Also Read : Weather Update: ୨୬ରୁ ବଢ଼ିବ ଝଡ଼ବର୍ଷା ପ୍ରକୋପ, ୧୭ ଜିଲ୍ଲାକୁ ୟେଲୋୱାଣ୍ଣିଂ ଜାରି

Also Read : Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା

ଏହି ବର୍ଷ ଅନେକ ଅପରାଧ ଘଟିଥିଲା ​​: (OurWatch ) ଆଓ୍ବାର ଓ୍ବାଚ୍ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ,ତିନି ମାସ ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୪୬୩ଟି ଅପରାଧ ଘଟିଛି। ଏହି ସମସ୍ତ ଅପରାଧିକ ମାମଲା ଏହି ବିଲ୍ଡିଂରେ ହିଁ ଘଟିଛି ।  ବର୍ତ୍ତମାନ ଏହି ଆପାର୍ଟମେଣ୍ଟ ନିକଟରେ ରହୁଥିବା ଲୋକେମାନେ ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି।  ଏହି ବିଲ୍ଡିଂରେ ରହୁଥିବା ଲୋକେମାନେ ହିଁ ହତ୍ୟାକାଣ୍ତ କରୁଥିବା ଅଭିଯୋଗ ହୋଇଛି ।  ଏହି ଗୋଟିଏ ଆପାର୍ଟମେଣ୍ଟ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସନ୍ଧ୍ୟା ପରେ କେହି ଏହି ଅଞ୍ଚଳକୁ ଆସିବାକୁ ଚାହାଁନ୍ତି ନାହିଁ ।

ଏଠାକାର ସ୍ଥାନୀୟ ବାସିନ୍ଦା, ପଟେଲ ହାର୍ଦ୍ଦିକ କହିଛନ୍ତି ଯେ , 'ସେ ଏଠାରେ ବହୁ ବର୍ଷ ଧରି ଏକ ଦୋକାନ କରିଥିଲେ । କିନ୍ତୁ ବର୍ତ୍ତମାନ ଦୋନାକକୁ ବନ୍ଦ କରିଦେଇଛନ୍ତି । କାହିଁକିନା ଏହି ଆପାର୍ଟମେଣ୍ଟରେ ରହୁଥିବା ଗୁଣ୍ତା ଜାତୀୟ ଲୋକେ ଦୋକନାକୁ ଆସନ୍ତି । ଏବଂ ମାଗଣାରେ ସମସ୍ତ ରାସନ ସାମଗ୍ରୀ ନିଅନ୍ତି । ଏବଂ ଟଙ୍କା ଦିଅନ୍ତି ନାହିଁ । ଟଙ୍କା ମାଗିଲେ ହତ୍ୟା କରି ଚାଲି ଯାଆନ୍ତି । ଆଉ ଯଦି କୌଣସି ଦୋକାନୀ ଟଙ୍କା ପାଇଁ ଜବରଦସ୍ତି କରେ ତେବେ, ତାଙ୍କୁ ହତ୍ୟା କରିଦିଅନ୍ତି । 'ଏହା ସହିତ ଅନ୍ୟ ଜଣେ ୬୭ ବର୍ଷ ବୟସ୍କା ମହିଳା କହିଛନ୍ତି  ଯେ, 'ଏହି ଅଞ୍ଚଳରେ ଘର କରିଥିବାରୁ ଭୟରେ ରହିବାକୁ ପଡୁଛି । ଘରର କାବାଟ ମଧ୍ୟ ଖୋଲିବାକୁ ଡର ଲାଗୁଛି । କେତେବେଳେ ବି ଆମ ଜୀବନ ଯାଇପାରେ ।'