Odia jawan Martyred: ଗୁମୁରି ଗୁମୁରି କାନ୍ଦୁଛି ଖଣ୍ଡାୟତ ସାହି, ଗାଁ ଶ୍ମଶାନରେ ହେଲା ସହିଦ ଦେବାଶିଷଙ୍କ ଶେଷକୃତ୍ୟ
Advertisement
Article Detail0/zeeodisha/odisha1663567

Odia jawan Martyred: ଗୁମୁରି ଗୁମୁରି କାନ୍ଦୁଛି ଖଣ୍ଡାୟତ ସାହି, ଗାଁ ଶ୍ମଶାନରେ ହେଲା ସହିଦ ଦେବାଶିଷଙ୍କ ଶେଷକୃତ୍ୟ

Odia jawan Martyred News In Odia: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଭାରତ । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳ (Debashish Biswal)। ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ସାହସୀ ପୁଅର ଶେଷକୃତ୍ୟ । ସତ୍ୟବାଦୀ ଖଣ୍ଡାୟତ ସାହିର ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ବୀର ଯବାନଙ୍କୁ ଶେଷ ବିଦାୟ ଦେଇଛନ୍ତି ଗ୍ରାମବାସୀ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odia jawan Martyred News In Odia: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଭାରତ । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳ (Debashish Biswal)। ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ସାହସୀ ପୁଅର ଶେଷକୃତ୍ୟ । ସତ୍ୟବାଦୀ ଖଣ୍ଡାୟତ ସାହିର ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ବୀର ଯବାନଙ୍କୁ ଶେଷ ବିଦାୟ ଦେଇଛନ୍ତି ଗ୍ରାମବାସୀ । ବୀରପୁଅକୁ ମୁଖାଗ୍ନି ଦେଇଛନ୍ତି ସାନଭାଇ ।  ଆଖିରେ ଲୁହ ଏବଂ ଛାତିରେ କୋହ ଧରି ଦେବାଶିଷଙ୍କୁ ଝୁରୁଛି ଗାଁର ଆମ୍ବ ତୋଟା ଆଉ ନଦୀ ପଠା । କିନ୍ତୁ ସମସ୍ତଙ୍କଠୁ ମେଲାଣି ନେଇ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ସହିଦ୍ ଯବାନ ଦେବାଶିଷ ବିଶ୍ୱାଳ(jawan Debashish Biswal) । ସେନାବାହିନୀ ପକ୍ଷରୁ ସହୀଦଙ୍କୁ ତୋପ ସଲାମ ସହ ଶେଷ ବିଦାୟ ଦିଆଯାଇଛି । ତାଙ୍କର ଶେଷକୃତ୍ୟରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି । ସେପଟେ ବୀର ପୁଅକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଖଣ୍ଡାୟତ ସାହି ( Khandayat Sahi under Puri’s Sakhigopal )। 

ସୂଚନା ଅନୁସାରେ, ଆଜି ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ (Debashish Biswal)ମରଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ(Governor Professor Ganeshi Lal ) ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦ ଦେବାଶିଷଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ୍‌ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ହମଲାରେ ୫ଜଣ ଯବାନ ସହିଦ ହୋଇଥିଲେ ( terror attack in Jammu and Kashmir's Poonch district )। ଯେଉଁଥିରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ (Debashish Biswal)। ୫ ମାସ ତଳେ ଝିଅ ଜନ୍ମ ହେବା ଖୁସିରେ ଦେବାଶିଷ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ (Martyred Debashish Biswal)।

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ବର୍ଷସାରା ହେବ ଧନର ବର୍ଷା!

Also Read: Cuttack News: ଜନ୍ମଦିନ ପାର୍ଟିରେ ହୋଟେଲ୍ ଯାଇଥିଲେ ଆଇନ ଛାତ୍ରୀ, ହୋଟେଲ ମ୍ୟାନେଜର କଲା ଏମିତି କାମ

ସେପଟେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଅନ୍ୟ ୪ଜଣଙ୍କୁ ପଞ୍ଜାବରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକ ପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି । ୪ ସହିଦଙ୍କୁ ନିଜ ନିଜ ଜନ୍ମମାଟିରେ ଗାର୍ଡ ଅଫ୍ ଅନର ଦିଆଯାଉଛି । ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ପଞ୍ଜାବ ଜିଲ୍ଲା ମୋଗା ଅଞ୍ଚଳର କୁଲୱନ୍ତ ସିଂ, ଗୁରୁଦାସପୁରର ହରକିଷନ ସିଂ, ବଠିଣ୍ଡାର ସେବକ ସିଂ ଓ ଲୁଧିଆନାର ମନଦୀପ ସିଂ । ସହିଦ୍ ୪ ଜଣଙ୍କ ପରିବାରକୁ ପଞ୍ଜାବ ସରକାର ୧ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ (Martyred Debashish Biswal) ଓଡ଼ିଶା ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିଲେ।