Morning tips: ସକାଳୁ କରନ୍ତୁ ଏହିସବୁ କାମ, ଧନ ବର୍ଷା କରିବେ ମହାଲକ୍ଷ୍ମୀ!
Advertisement

Morning tips: ସକାଳୁ କରନ୍ତୁ ଏହିସବୁ କାମ, ଧନ ବର୍ଷା କରିବେ ମହାଲକ୍ଷ୍ମୀ!

Morning tips: କୁହାଯାଏ ଦିନର ଆରମ୍ଭ ଭଲ ହେଲେ ସାରା ଦିନ ଭଲରେ ବିତିବା ସହ ସବୁ କାମରେ ସଫଳତା ମିଳିଥାଏ । ଯଦି ଆପଣ ମଧ୍ଯ ସଫଳତା ପାଇବାକୁ ଚାହୁଁଛନ୍ତି ତାହାଲେ ସକାଳୁ ଉଠି ଏହିସବୁ କାମ କରନ୍ତୁ । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ଓ ବାସୁ ଶାସ୍ତ୍ରରେ କିଛି କାମକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ପୂଜା ବା ଏହା ସହ ଜଡ଼ିତ କିଛି ଉପକାର କରିବା ଦ୍ବାରା ସୌଭାଗ୍ୟ ବା ସହ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଆଜି ସେ ସବୁ ଉପାୟ ବିଷୟରେ ଆଲୋଚନା କରିବା, ଯାହା କରିବା ଦ୍ବାରା ଜୀବନରେ ସଫଳତା ମିଳିବା ସହ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ।

Morning tips: ସକାଳୁ କରନ୍ତୁ ଏହିସବୁ କାମ, ଧନ ବର୍ଷା କରିବେ ମହାଲକ୍ଷ୍ମୀ!

Morning tips: କୁହାଯାଏ ଦିନର ଆରମ୍ଭ ଭଲ ହେଲେ ସାରା ଦିନ ଭଲରେ ବିତିବା ସହ ସବୁ କାମରେ ସଫଳତା ମିଳିଥାଏ । ଯଦି ଆପଣ ମଧ୍ଯ ସଫଳତା ପାଇବାକୁ ଚାହୁଁଛନ୍ତି ତାହାଲେ ସକାଳୁ ଉଠି ଏହିସବୁ କାମ କରନ୍ତୁ । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ଓ ବାସୁ ଶାସ୍ତ୍ରରେ କିଛି କାମକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ସେହିପରି କିଛି ପ୍ରତୀକକୁ ପୂଜନୀୟ ଭାବେ ମଧ୍ଯ ଗ୍ରହଣ କରାଯାଇଛି । ଏହି ପୂଜା ବା ଏହା ସହ ଜଡ଼ିତ କିଛି ଉପକାର କରିବା ଦ୍ବାରା ସୌଭାଗ୍ୟ ବା ସହ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଆଜି ସେ ସବୁ ଉପାୟ ବିଷୟରେ ଆଲୋଚନା କରିବା, ଯାହା କରିବା ଦ୍ବାରା ଜୀବନରେ ସଫଳତା ମିଳିବା ସହ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ।

ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ମାନ୍ୟତା ଦିଆଯାଇଛି। ଗାଈ ପୂଜନୀୟ ମଧ୍ଯ। ଗାଈ ସହ ଜଡ଼ିତ ସମସ୍ତ ଜିନିଷ ଯଥା କ୍ଷୀର, ଗୋମୁତ୍ର, ଗୋବର ଇତ୍ୟାଦିକୁ ବେଶ ପବିତ୍ର ବୋଲି ବିବେଚନା କରାଯାଏ । ପୁରାଣ ଅନୁଯାୟୀ, ଗାଈରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାଆନ୍ତି। ଏପରି ପରିସ୍ଥିତିରେ, ପ୍ରତିଦିନ ସକାଳେ ଗାଈ ସହିତ ଜଡିତ କିଛି ଉପାୟ କରିବା ଦ୍ବାରା ଜୀବନରେ ଶୁଭ, ସୁଖ ଓ ସମୃଦ୍ଧତା ଆସିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ ।

ପ୍ରତିଦିନ ସକାଳୁ ଗାଧେଇବା ପରେ ଗୋମାତାଙ୍କ ପୂଜା କରନ୍ତୁ ଏପରି କରିବା ଦ୍ବାରା ଦେବୀ ଦେବତାଙ୍କ ଆର୍ଶିବାଦ ଲାଭ ହୋଇଥାଏ । ଧନର ଦେବୀ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଯେଉଁମାନେ ଗୋମାତାଙ୍କ ପୂଜା କରନ୍ତି ସେମାନଙ୍କ ଜୀବନେରେ କେବେ ଆର୍ଥିକ ସମସ୍ୟା ଦେଇନଥାଏ ।

ଗାଈକୁ ପ୍ରତ୍ୟେକ ଦିନ ଚାରା ଖାଇବାକୁ ଦିଅନ୍ତୁ । ଖାସ୍ କରି ଗାଈକୁ ବୁଧବାର ଦିନ ଚାରା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସଂଙ୍କଟ ଦୂର ହେବା ସହ ସମସ୍ୟାର ସମାଧାନ ହୋଇଥାଏ । ଖାଲି ଏତିକି ନୁହେଁ ଏହି ଉପାୟ କରିବା ଦ୍ବାରା ଜାତକରେ ବୁଧ ଗ୍ରହଙ୍କ ସ୍ଥିତି ମଜଭୁତ ହୋଇଥାଏ ।

ଗାଈର ପିଠିର ଉପର ଭାଗକୁ ଆଉଁସିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହି ସ୍ଥାନ ସୂର୍ଯ୍ୟ-କେତୁଙ୍କ ସ୍ଥାନ ହୋଇଥିବାରୁ ଏପରି କରିବା ଦ୍ବାରା ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ ।

ଯଦି ଆପଣଙ୍କ ଜାତକରେ ଗ୍ରହଙ୍କ ଦୁର୍ବଳ ଅଛି ବା ଆପଣ କୌଣସି କାମରେ ସଫଳତା ପାଇ ପାରୁନାହାଁନ୍ତି ତେବେ ଏକ କଳା ଗାଈକୁ ପୂଜା କରନ୍ତୁ । ଏହି ଉପାୟ କରିବା ଦ୍ବାରା ଗ୍ରହମାନଙ୍କ ଖରାପ ପ୍ରଭାବ ଦୂର ହେବା ସହ ଶତ୍ରୁମାନେ ପରାଜିତ ହୋଇଥାଆନ୍ତି।

Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read: Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ

Also Read: ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍

Also Read: Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ