Monsoon 2023 Date: ଶୀଘ୍ର ନାଁ ବିଳମ୍ବ କେବେ ପହଞ୍ଚିବ ମୌସୁମୀ? ଜାଣନ୍ତୁ କ'ଣ କହୁଛି ପାଣିପାଗ ବିଭାଗ?
Advertisement

Monsoon 2023 Date: ଶୀଘ୍ର ନାଁ ବିଳମ୍ବ କେବେ ପହଞ୍ଚିବ ମୌସୁମୀ? ଜାଣନ୍ତୁ କ'ଣ କହୁଛି ପାଣିପାଗ ବିଭାଗ?

IMD Released Monsoon 2023 Date: ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ କହିସାରିଛି ୟେ ଏଲ ନିନୋ ପ୍ରଭାବ ସତ୍ତ୍ୱେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଦେଶରେ ସାଧାରଣ ବର୍ଷା ହେବାର ଆଶଙ୍କା ରହିଛି। ଗତ ୨୦୧୫ ବର୍ଷ ବ୍ୟତୀତ ମୌସୁମୀ ସମ୍ବନ୍ଧରେ ଆଇଏମଡ଼ି ଦ୍ୱାରା ହୋଇଥିବା ପୂର୍ବାନୁମାନ ବିଗତ ୧୮ ବର୍ଷ ମଧ୍ୟରେ ସଠିକ୍ ପ୍ରମାଣିତ ହୋଇଛି।

Monsoon 2023 Date: ଶୀଘ୍ର ନାଁ ବିଳମ୍ବ କେବେ ପହଞ୍ଚିବ ମୌସୁମୀ? ଜାଣନ୍ତୁ କ'ଣ କହୁଛି ପାଣିପାଗ ବିଭାଗ?

IMD Monsoon Forecast 2023: ଗୋଟିଏ ପଟେ ଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ହେଲେ ଅନ୍ୟପଟେ ସମଗ୍ର ଦେଶ ମୌସୁମୀକୁ ଅପେକ୍ଷା କରିଛି। ଏହାର କାରଣ ହେଉଛି ସମଗ୍ର ଦେଶରେ ଅନୁଭୂତ ହେଉଉଥିବା ପ୍ରଚଣ୍ଡ ଉତ୍ତାପ। ମେ ୧୬ ତାରିଖ ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ମୌସୁମୀ ଆଗମନ ସମ୍ପର୍କରେ ଏକ ପୂର୍ବାନୁମାନ କରାଯାଇଛି। ଏନେଇ ଆଇଏମଡି ପକ୍ଷରୁ କୁହାୟାଇଛି ଯେ ଏଥର ମୌସୁମୀ ଆସିବା ବିଳମ୍ବ ହୋଇପାରେ। ହେଲେ ଏହି ବିଳମ୍ବ ଅଧିକ ସମୟ ଲାଗି ହେବ ନାହିଁ। ଆଇଏମଡି ଅନୁଯାୟୀ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍ ୪ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଯଦି ମୌସୁମୀ ବାୟୁର (Monsoon Wind) ଗତି ସଠିକ୍ ରୁହେ, ତାହେଲେ ଆସନ୍ତା ଜୁନ୍ ପହିଲା ସୁଦ୍ଧା ଏହା କେରଳରେ (Kerala) ପ୍ରବେଶ କରିବ। ହେଲେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ (South West Monsoon) କେରଳରେ ପ୍ରବେଶ କରିବା ଆରମ୍ଭରୁ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। କିଛି ଦିନ ବିଳମ୍ବ ସହିତ ଜୁନ୍ ୪ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିବ।

Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ

ଯଦି ଗତ ବର୍ଷ କଥା କୁହାଯାଏ ତାହେଲେ ମୌସୁମୀ ୨୯ ମେ, ୨୦୨୧ ବର୍ଷରେ ୩ ଜୁନ୍ ଏବଂ ୨୦୨୦ ବର୍ଷରେ ଜୁନ୍ ପହିଲାରେ କେରଳରେ ପ୍ରବେଶ କରିଥିଲା। ଭାରତୀୟ ପାଣିପାଗ ବିଭାଗ (India Meteorological Department) ଗତ ମାସରେ କହିଥିଲା ​​ଯେ, ଏଲ ନିନୋ (El Nino Effect On Indian Monsoon) ଅବସ୍ଥା ସତ୍ତ୍ୱେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତରେ (India) ସାଧାରଣ ବର୍ଷା ହେବାର ଆଶଙ୍କା ରହିଛି। ଏଠାରେ ଧ୍ୟାନ ଦେବା ଆବଶ୍ୟକ ଯେ ୨୦୧୫ ବର୍ଷ ବ୍ୟତୀତ ମୌସୁମୀ ସମ୍ବନ୍ଧରେ ଆଇଏମଡ଼ି (IMD) ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ବିଗତ ୧୮ ବର୍ଷ ମଧ୍ୟରେ ସଠିକ୍ ପ୍ରମାଣିତ ହୋଇଛି।

ବର୍ଷା ଜଳ ଆଧାରିତ କୃଷି ହେଉଛି ଭାରତୀୟ କୃଷି ପରିଦୃଶ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପ୍ରାୟ ୫୨ ପ୍ରତିଶତ କୃଷି ​​କ୍ଷେତ୍ର ବର୍ଷା ଜଳ ଉପରେ ନିର୍ଭରଶୀଳ। ଏହା ଦେଶର ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୪୦ ପ୍ରତିଶତ। ଯାହା ଦେଶର ଖାଦ୍ୟ ନିରାପତ୍ତା ଏବଂ ଅର୍ଥନୈତିକ ସ୍ଥିରତା ପାଇଁ ଏକ ପ୍ରମୁଖ ଯୋଗଦାନ ଦେଇଥାଏ।

Also Read: Southwest Monsoon: ମୌସୁମୀ ବାୟୁକୁ ନେଇ ସକରାତ୍ମକ ଭବିଷ୍ୟବାଣୀ କଲା ପାଣିପାଗ ବିଭାଗ, ଜାଣନ୍ତୁ ଏଥର କେତେ ହେବ ବର୍ଷା?

 

ମୌସୁମୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ 

  • ମୌସୁମୀ ଏବଂ ଦେଶରେ ସମୁଦାୟ ବୃଷ୍ଟିପାତ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
  • କେରଳରେ ମୌସୁମୀର ଶୀଘ୍ର କିମ୍ବା ବିଳମ୍ବରେ ପହଞ୍ଚିବା ଅର୍ଥ ନୁହେଁ ଯେ ଦେଶର ଅନ୍ୟ ଅଞ୍ଚଳରେ ଏହା ପୂର୍ବରୁ ବର୍ଷା ହୋଇପାରିବ ନାହିଁ।
  • ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ମୋଚା" ମୌସୁମୀ ବିଳମ୍ବ ହେବାର କାରଣ ବୋଲି ବିଶ୍ୱାସ କରାଯାଏ।
  • ଭାରତୀୟ ଉପମହାଦେଶରେ ପର୍ଯ୍ୟାପ୍ତ ଉତ୍ତାପ ହେତୁ ଏହା ହୋଇପାରେ। ମୌସୁମୀ ବାୟୁର ଅଗ୍ରଗତି ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ।