Monkey Steals Money: ପାର୍କିଂ ବାଇକରୁ ଦେଢ ଲକ୍ଷ ଟଙ୍କା ଚୋରି କଲା ମାଙ୍କଡ: ଆଉ ତାପରେ...
Advertisement
Article Detail0/zeeodisha/odisha1768898

Monkey Steals Money: ପାର୍କିଂ ବାଇକରୁ ଦେଢ ଲକ୍ଷ ଟଙ୍କା ଚୋରି କଲା ମାଙ୍କଡ: ଆଉ ତାପରେ...

Monkey Steals Money: କୌଣସି ପରିବା କିମ୍ୱା ଖାଦ୍ୟ ସାମଗ୍ରୀ ନୁହେଁ, ମାଙ୍କଡ ଚୋରି କରିନେଲା ଦେଢ ଲକ୍ଷ ଟଙ୍କାର ବ୍ୟାଗ୍ ..

Monkey Steals Money: ପାର୍କିଂ ବାଇକରୁ ଦେଢ ଲକ୍ଷ ଟଙ୍କା ଚୋରି କଲା ମାଙ୍କଡ: ଆଉ ତାପରେ...

Monkey Steals Money: ମଙ୍ଗଳବାର ଦିନ ଉତ୍ତରପ୍ରଦେଶ (Uttar Pradesh)ର ଶାହାବାଦରେ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ରେଜିଷ୍ଟ୍ରି କାର୍ଯ୍ୟାଳୟ (Registry Office) ବାହାରେ ପାର୍କିଂ ହୋଇଥିବା ଏକ ବାଇକ (Bike)ରୁ ଦେଢ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ (Bag)କୁ ଚୋରି କରିଥିବା ଜଣା ପଡିଛି । ମାଙ୍କଡର ସବୁ ହରକତ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା (CCTV Camera)ରେ କଏଦ ହୋଇଛି । କିଛି କାମରେ ମୋଟା ଅଙ୍କର ଟଙ୍କା ଆବଶ୍ୟକ ଥିବାରୁ ବାଇକର ମାଲିକ ଶରଫତ ହୁସେନ୍ ଅଫିସରେ ପହଞ୍ଚିଥିଲେ। ଅଫିସ ନିକଟରେ ଥିବା ପାର୍କି ଅଞ୍ଚଳରେ ଗାଡି ରଖି ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ସମୟରେ ଏପରି ଘଟଣା ଘଟିଛି ।

ମାଙ୍କଡ (Monkey) ଟଙ୍କା ଚୋରି କରୁଥିବାର ଦୃଶ୍ୟ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ନଜରରେ ପଡିବା ପରେ ସେମାନେ ହୋ ହଲ୍ଲା କରିଥିଲେ । ହୋହଲ୍ଲା ଶୁଣି ଶରଫତ ଘଟଣାସ୍ଥଳରେ ପହଞ୍ଚିଗଲେ । ନିଜ ଗାଡିରେ ଥିବା ଟଙ୍କା ନଥିବାରୁ ଶରଫତ ଏକପ୍ରକାର ଚିନ୍ତାରେ ପଡିଗଲେ । ହୋହଲ୍ଲା ହେବାରୁ ମାଙ୍କଡଟି ଟଙ୍କା ବ୍ୟାଗ ଧରି ଗଛ (Tree) ଉପରକୁ ଚଢିଯାଇଥିଲା । ମାଙ୍କଡଠାରୁ ଟଙ୍କା ବ୍ୟାଗ ଆଣିବା ପାଇଁ ଶରଫତଙ୍କ ସମେତ ଉପସ୍ଥିତ ଲୋକମାନେ ଅନେକ ପରିଶ୍ରମ (Hard Work) କରିଥିଲେ । କିନ୍ତୁ ମାଙ୍କଡଟି ଧରା ଛୁଆଁ ଦେଉନଥିଲା ।  ବହୁ ଚେଷ୍ଟା ପରେ ଲୋକଙ୍କ ପାଟି ତୁଣ୍ଡରେ ମାଙ୍କଡଟି ଭୟବିତ ହେବାରୁ ଶେଷରେ ଟଙ୍କା ବ୍ୟାଗଟିକୁ ଛାଡି ଦେଇଥିଲା । ଏହା ପରେ ଶରଫତ ଟଙ୍କା ବ୍ୟାଗଟିକୁ ଯାଞ୍ଚ କରିଥିଲେ । ତେବେ ସବୁତକ ଟଙ୍କା ବ୍ୟାଗରେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଏପରି ଛାତି ଥରାଇବା ପରି ଘଟଣାଟିଏ ମାଙ୍କଡ ଘଟାଇଥିବାରୁ ଶରଫତଙ୍କ ସମେତ ଅନେକ ବ୍ୟକ୍ତି ଚିନ୍ତାରେ ପଡିଥିବା ଜଣାପଡିଛି । କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ମାଙ୍କଡଙ୍କ ଏପରି ଉପଦ୍ରବରେ ଲୋକମାନେ ବିରକ୍ତିଭାବ (Irritability) ପ୍ରକାଶ କରିଛନ୍ତି । ଶରଫତ କହିଛନ୍ତି ଯେ, ପ୍ରଶାସନ ମାଙ୍କଡଙ୍କୁ କାବୁ କରି ସୁରକ୍ଷିତ ଭାବରେ ପ୍ରାକୃତିକ ପରିବେଶ (Natural environment)ରେ ଛାଡିବାର ଆବଶ୍ୟକତା ରହିଛି । କାରଣ ମାଙ୍କଡମାନେ ଜନବସତି ମୁହାଁ ହେବାରୁ ଅନେକ ସମସ୍ୟା (Problem) ଲୋକମାନେ ଭୋଗୁଛନ୍ତି । ଏଥିସହ ସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ମତ ବ୍ୟକ୍ତ କରିଛନ୍ତି ଯେ, ମାଙ୍କଡଙ୍କ ଉପଦ୍ରବ ଚାଷ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଝାଳବୁହା ପରିଶ୍ରମ କରି ଚାଷୀମାନେ ଫସଲ ଅମଳ (Crop harvest) କରୁଥିବା ସମୟରେ କ୍ଷେତରେ ପସି ମାଙ୍କଡମାନେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଗୋଟିଏ ଗୋଟିଏ ମାଙ୍କଡ ପଲରେ ୧୦ରୁ ଅଧିକ ମାଙ୍କଡ ରହୁଛନ୍ତି । ତେଣୁ ସେମାନଙ୍କୁ ଘଉଡାଇବା ପାଇଁ ଲୋକଙ୍କୁ ଭୟ ମଧ୍ୟ ଲାଗୁଛି । ଅନେକ ସମୟରେ ଲୋକଙ୍କୁ ମାଙ୍କଡ କାମୁଡୁଥିବାର ଖବର ମଧ୍ୟ ମିଳୁଛି । ତେବେ ମାଙ୍କଡର ଚୋରାଇନେବା ଘଟଣା ସବୁ ଘଟଣାଠାରୁ ବଳିଯାଇଛି । ଏହି ଖବର ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇପଡୁଛି । ମାଙ୍କଡଙ୍କ ଉପଦ୍ରବ ଏତେ ଅଧିକ ହେଲାଣି ଯେ, ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ସାବଧାନତା ଅବଲମ୍ୱନ କରିବା ପାଇଁ ଲୋକମାନେ ମତ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି କହିଥିଲେ ଯେ, ଆଗରୁ ପାଖରେ ଟଙ୍କା ଥିଲେ ଚୋର ଲୁଟେରାଙ୍କ ପ୍ରତି ମନରେ ଭୟ ରହୁଥିଲା । କିନ୍ତୁ ବର୍ତ୍ତମାନ ଏକ ନୂଆ ଭୟ ସେଥିରେ ଯୋଡି ହୋଇଗଲା ।

ଅନ୍ୟପଟେ ଶାହବାଗର ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ୍ ଅନିଲ କୁମାର କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ମାଙ୍କଡମାନେ ଅଧିକ ଉପଦ୍ରବ କରୁଛନ୍ତି ସେହି ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ଉପଯୁକ୍ତ କାର୍ଯ୍ୟୀନୁଷ୍ଠାନ ଗ୍ରହଣ କରାଯିବ । ସୁରକ୍ଷିତ ଭାବରେ କିପରି ଏହି କାମ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇ ପଦକ୍ଷପ ନିଆହେବ ।

Also Read- Crime News: ଟଙ୍କାକର ଚକୋଲେଟ୍ ପାଇଁ ନାବାଳକକୁ ବାନ୍ଧି ୯ ଘଣ୍ଟା ପିଟିଲେ: ଭିଡ଼ିଓ ଭାଇରାଲ