Miss India 2023: ମିସ୍ ଇଣ୍ତିଆ ତାଜ ପିନ୍ଧିଲେ ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା, ଦିଲ୍ଲୀର ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍
Advertisement
Article Detail0/zeeodisha/odisha1654624

Miss India 2023: ମିସ୍ ଇଣ୍ତିଆ ତାଜ ପିନ୍ଧିଲେ ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା, ଦିଲ୍ଲୀର ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍

Rajasthan's Nandini Gupta wins Miss India 2023​: ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଚଳିତ ବର୍ଷ କୋଟା ରାଜସ୍ଥାନର ନନ୍ଦିନୀ ଗୁପ୍ତା ମୁକୁଟ (Crown) ହାସଲ କରିଛନ୍ତି । ଏହି ଦିଲ୍ଲୀର ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍ ଓ ମଣିପୁରର ଥୁନାୱେଜମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Miss India 2023: ଫେମିନା ମିସ୍ ଇଣ୍ଡିଆ (Miss India 2023) ଦେଶର ଝିଅ ମାନଙ୍କର ଦକ୍ଷତା, ବୁଦ୍ଧି ଓ ଆତ୍ମବିଶ୍ୱାସ ପ୍ରଦର୍ଶନ କରିବା ପାଇଁ ସର୍ବଦା ଏକ ପ୍ଲାଟଫର୍ମ ଅଟେ । ତେବେ କୋଟା ରାଜସ୍ଥାନର (Rajasthan) ନନ୍ଦିନୀ ଗୁପ୍ତା (Nandini Gupta) ଚଳିତ ବର୍ଷର ଫେମିନା ମିସ୍ ଇଣ୍ଡିଆ ୨୦୨୩ରେ ( Miss femina india 2023) ମୁକୁଟ (Crown) ହାସଲ କରିଛନ୍ତି । ମଣିପୁରର ଇମ୍ଫାଲରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର (Femina miss india 2022 winner) ବିଜେତା କର୍ଣ୍ଣାଟକର ସିନି ଶେଟ୍ଟୀ (Miss india 2022 winner Sini Shetty) ୧୯ ବର୍ଷିୟା ନନ୍ଦିନୀ ଗୁପ୍ତାଙ୍କୁ (Miss india 2023 winner Nandini Gupta) ମୁକୁଟ ପିନ୍ଧିଥିଲେ। ନନ୍ଦିନୀ ରାଜସ୍ଥାନର କୋଟା ବାସିନ୍ଦା ଅଟନ୍ତି ।  ସେ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ପିଲାଦିନରୁ ମଡେଲିଂ ପାଇଁ ନନ୍ଦିନୀଙ୍କ ବେଶ ଆଗ୍ରହ ଥିଲା ।

ଏହି ପ୍ରତିଯୋଗିତାରେ ଦିଲ୍ଲୀର (Delhi) ଶ୍ରେୟା ପୂଞ୍ଜା (Shreya Poonja) ପ୍ରଥମ ରନର୍ ଅପ୍ (first runner up) ଓ ମଣିପୁରର ଥୁନାୱେଜମ ଷ୍ଟ୍ରେଲା ଲୁୱାଙ୍ଗ (Manipur's Thounaojam Strela Luwang) ଦ୍ୱିତୀୟ ରନର୍ ଅପ୍ (Second runner-up) ହୋଇଛନ୍ତି । ଉଭୟଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ ଅପ୍ ରାଜସ୍ଥାନର ରୁବଲ୍ ଶେଖାୱାତ୍ (Rubal shekhawat) ଓ ଦ୍ୱିତୀୟ ରନର୍ ଅପ୍ ଉତ୍ତରପ୍ରଦେଶର ଶିନାତା ଚୌହାନ (2nd runner up Shinata chauhan) ମୁକୁଟ ପିନ୍ଧାଇଥିଲେ। ଫେମିନା ମିସ୍ ଇଣ୍ଡିଆ ୨୦୨୨ ବିଜେତା ସିନି ଶେଟ୍ଟୀ (Sini Shetty) ବର୍ତ୍ତମାନ ମିସ୍ ୱାର୍ଲ୍ଡ ୨୦୨୪ରେ (Miss world 2024) ଭାରତ ପାଇଁ ପ୍ରତିନିଧିତ୍ୱ କରିବେ । ମଣିପୁରରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଚାରପତି ପ୍ୟାନେଲରେ ସିନି ସେଟ୍ଟୀ, ମେଣ୍ଟର ନେହା ଧୂପିଆ(Neha dhupia), କୋରିଓଗ୍ରାଫର ଟେରେନ୍ସ ଲୁଇସ୍ (Terence Lawrence), ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି (Harshavardhan kulkarni), ବକ୍ସିଂ ଆଇକନ୍ ସରିତା ଦେବୀ, ପ୍ରଖ୍ୟାତ ଡିଜାଇନର୍ ରକି ଷ୍ଟାର (Rocky star designer) ଓ ନମ୍ରତା ଜୋଶିପୁରା ରହିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩୦ଟି ରାଜ୍ୟର ପ୍ରତିଯୋଗୀ ମାନେ ରକି ଷ୍ଟାର (Rocky star) ଓ ରୋବର୍ଟ ନୋରେମଙ୍କ ପାରମ୍ପାରିକ ପୋଷାକ ପିନ୍ଧିଥିଲେ । ଏହାସହ ନମ୍ରତା ଜୋଶିପୁରାଙ୍କ (Namrata Joshipura) ଆର୍କଷଣୀୟ କଲେକ୍ସସନ୍ ର ମଧ୍ଯ ପ୍ରଦର୍ଶନ କରାଯାଇଥିଲା ।

ଏହା ବି ପଢନ୍ତୁ-Modern Shravan Kumar: କଳିଯୁଗର ଶ୍ରବଣ କୁମାର! ଏହି କାରଣ ପାଇଁ ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା

ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ (kartik aaryan) ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେ (Ananya pandey) ନିଜର ଜଲୱା ଦେଖାଇଥିଲେ। ଏଥି ସହିତ ମନୀଷ ପଲ (Manish Paul) ଓ ଭୂମି ପେଡ଼ନେକର (Bhumi Pednekar) ନିଜର ଅନୁଭୂତି ଶୁଣାଇ ଦର୍ଶକଙ୍କ ମନୋରଞ୍ଜ କରିଥିଲେ ।

ଏହା ବି ପଢନ୍ତୁ-Atiq Ahmed Ashraf Ahmed Shot Dead: ଅତିକ୍ ଅହମ୍ମଦ ଓ ଆଶରଫକୁ ଗୁଳି ମାରି ହତ୍ୟା; ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ହୋଇଥିଲା ଫାଇରିଙ୍ଗ୍

ଏହା ବି ପଢନ୍ତୁ-Artificial Intelligence ଆସିବା ପରେ କିଏ ହେବ ପୃଥିବୀର ମାଲିକ? ରୋବଟ୍, ଏଲିଏନ୍ ନା ମଣିଷ

ଏହା ବି ପଢନ୍ତୁ-Pini Village: ଦେଶର ଏହି ଗାଁରେ ଉଲଗ୍ନ ରୁହନ୍ତି ମହିଳା, ଜାଣନ୍ତୁ କାହିଁକି ଓ କିପରି ଆରମ୍ଭ ହେଲା ଏହି ପରମ୍ପରା?

ଏହା ବି ପଢନ୍ତୁ- Weird News: ଏଠାରେ ଗୋରା ଶିଶୁଙ୍କୁ କରାଯାଇଥାଏ ହତ୍ୟା! ପରମ୍ପରା ପଛରେ ରହିଛି ଏହି କାରଣ