Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...
Advertisement
Article Detail0/zeeodisha/odisha1633867

Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...

Odisha News: ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ (Medical student dies )। ହେଷ୍ଟେଲ୍ ନିକଟ କୋଠାରୁ ପଡ଼଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ମେଡିକାଲ ଛାତ୍ର ହେଲେ ବାଲେଶ୍ୱରର (balasore) ହିତେଂଶୁ ଦାସ । ତେବେ କେଉଁ କାରଣରୁ ଏ-ପରି ଘଟଣା ଘଟିଲା, ତାହାର କାରଣ ଏ-ପର୍ଯ୍ୟନ୍ତ ସ୍ସଷ୍ଟ ହୋଇ ପାରି ନାହିଁ । ଶିଳ୍ପାଞ୍ଚଳ ପୋଲିସ (police) ଘଟଣାର ତଦନ୍ତ କରୁଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

ହିତେଂଶୁ ଫକୀରମୋହନ ମେଡିକାଲ କଲେଜର (Fakir Mohan Medical College and Hospital)ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମରେ ରହୁଥିଲେ । ଗତକାଲି(ଗୁରୁବାର) ରାତିରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା  ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଂଶୁଙ୍କ ମୃତଦେହ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ ।

Also Read :  Puri News: ଜଗା ଶରଣରେ ଜୟପ୍ରଦା ,କହିଲେ କାଳିଆର ଡୋରୀ ଲାଗିଛି ବୋଲି...

Also Read : Rath Yatra 2023: ରଥଯାତ୍ରା ନିମନ୍ତେ ବସିଲା ପ୍ରସ୍ତୁତି ବୈଠକ, ବିଭାଗୀୟ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ

ତେବେ ଘଟଣା ପଛରେ ପ୍ରକୃତ ରହସ୍ୟ କ’ଣ ରହିଛି, ସେ କୌଣସି କାରଣରୁ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି, ଏତେ ରାତିରେ ୫ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ ଉପରକୁ ସେ କାହିଁକି ଯାଇଥିଲେ। ସେଠାକୁ ଯଦି ଆତ୍ମହତ୍ୟା କରିବାକୁ ଯାଇଥିଲେ ତେବେ ନିଜେ ରହୁଥିବା ୫ମହଲା ବିଶିଷ୍ଟ ଛାତ୍ରାବାସ ବିଲ୍ଡିଂରୁ ନ ଡେଇଁ ଏକାଡେମିକ ବିଲ୍ଡିଂକୁ କାହିଁକି ଗଲେ । ଏସବୁ ତମାମ ପ୍ରଶ୍ନ ଉପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ ମୁର୍ମୁ କହିଛନ୍ତି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ସୂଚନାନୁସାରେ, ହିତେଷ୍ଣୁଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ରସାଲପୁର ପଞ୍ଚାୟତ ଭୀମପୁରା ଗାଁରେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟ(ଡିପିଓ)ରେ ମୁଖ୍ୟ କିରାଣି ଭାବେ ଚାକିରୀ କରିଥିଲେ । ନିକଟରେ ସେ ଅବସର ନେଇଛନ୍ତି ଏବଂ ବାଲେଶ୍ୱର ସହର ଓଟିରୋଡ ସ୍ଥିତ ପୋଲିସ କଲୋନିରେ କ୍ୱାର୍ଟରରେ ତାଙ୍କ ପରିବାର ରହୁଛନ୍ତି । ତେବେ,ଗତକାଲି ମଧ୍ୟ ସେ ନିଜ ବାପାଙ୍କୁ ଶେଷ ମେସେଜ୍ କରିଥିଲେ । ମେସେଜରେ ସେ ବାପାଙ୍କୁ 'ଆଇ ଲଭ୍‌ ୟୁ 'ଲେଖିଛନ୍ତି । 

Also Read : Puri News: ଶ୍ରୀମନ୍ଦିରର ଶାଢ଼ୀବନ୍ଧା ପରମ୍ପରା କେବେଠୁ ଆରମ୍ଭ ହୋଇଛି? ଜାଣନ୍ତୁ ଏହି ରିପୋର୍ଟରୁ...

Also Read : World Idle Day: ଜଣେ ବ୍ୟକ୍ତି ବର୍ଷକରେ ଖାଇଗଲେ ୬ ଲକ୍ଷ ଟଙ୍କାର ଇଡଲୀ, ରିପୋର୍ଟରୁ ଖୁଲାସା ହେଲା ଏହି ତଥ୍ୟ