Rule Change From 1 August: ୧ ଅଗଷ୍ଟରୁ ପରିବର୍ତ୍ତନ ହେବ ଅନେକ ନିୟମ, ସିଧାସଳଖ ପ୍ରଭାବିତ ହେବ ଆପଣଙ୍କ ପକେଟ୍
Advertisement
Article Detail0/zeeodisha/odisha1799391

Rule Change From 1 August: ୧ ଅଗଷ୍ଟରୁ ପରିବର୍ତ୍ତନ ହେବ ଅନେକ ନିୟମ, ସିଧାସଳଖ ପ୍ରଭାବିତ ହେବ ଆପଣଙ୍କ ପକେଟ୍

Rule Change From 1 August: ଅଗଷ୍ଟ ମାସ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ପ୍ରତି ମାସର ପ୍ରଥମ ଦିନରେ ଦେଶରେ କିଛି ନିୟମ ପରିବର୍ତ୍ତନ ହୁଏ । ଆସନ୍ତା ମାସରେ ମଧ୍ୟ କିଛି ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନଗୁଡ଼ିକର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପକାଇବ । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବରେ ।

ସାଙ୍କେତିକ ଫଟୋ

Rules Changing form 1st August 2023: ମାତ୍ର କିଛି ଦିନ ପରେ ଜୁଲାଇ ମାସ ଶେଷ ହେବ ଓ ଏକ ନୂଆ ମାସ ଆରମ୍ଭ ହେବ । ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦେଶରେ ଅନେକ ନିୟମ ବଦଳିଥାଏ । ଆସନ୍ତା ମାସରେ ମଧ୍ୟ ଅନେକ ନିୟମରେ ପରିବର୍ତ୍ତନ ଆସିବ । ଏହି ନୂତନ ନିୟମଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଆସନ୍ତୁ ଜାଣିବା ୧ ଅଗଷ୍ଟରୁ ଦେଶରେ କେଉଁ କେଉଁ ନିୟମ ବଦଳିବ ।

ବ୍ୟାଙ୍କ ଛୁଟି 
ଆସନ୍ତା ମାସରେ ଅନେକ ପର୍ବପର୍ବାଣି ଆସୁଛି, ଏଥିପାଇଁ ବ୍ୟାଙ୍କଗୁଡିକ ଆସନ୍ତା ମାସରେ ୧୪ ଦିନ ବନ୍ଦ ରହିବ । ବ୍ୟାଙ୍କକୁ ଯିବା ପୂର୍ବରୁ ଆପଣ ଥରେ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଉଚିତ୍ । ରାକ୍ଷୀ, ସ୍ୱାଧୀନତା ଦିବସ ତଥା ଅନ୍ୟାନ୍ୟ ଉତ୍ସବ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହା ବ୍ୟତୀତ ରବିବାର, ଦ୍ୱିତୀୟ-ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରତିବର୍ଷ ବ୍ୟାଙ୍କ ଛୁଟିଦିନ କ୍ୟାଲେଣ୍ଡର ପ୍ରକାଶ କରିଥାଏ । ଆପଣ ଆରବିଆଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିପାରିବେ ।

ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ
ଅଗଷ୍ଟ ୧ ରେ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ । ତୌଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡର ସହିତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରିପାରନ୍ତି । ଦେଶରେ ପ୍ରତି ମାସର ୧ ଓ ୧୬ ତାରିଖରେ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ କରାଯାଇଥାଏ । LPG ସିଲିଣ୍ଡରର ମୂଲ୍ୟ ସହିତ, PNG ଓ CNG ର ଦର ମଧ୍ୟ ପରିବର୍ତ୍ତନ ହୋଇପାରେ ।

ITR ପାଇଁ ଦେବାକୁ ପଡିବ ଜରିମାନା 
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟର୍ନ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି । ଆପଣ ଏହି ତାରିଖ ସୁଦ୍ଧା ରିଟର୍ନ ଫାଇଲ୍ କରିବା ଉଚିତ୍ । ଏପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଟିକସଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି । ଯଦି ଜଣେ କରଦାତା ଓ ୩୧ ଜୁଲାଇ ୨୦୨୩ ପରେ ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ଆପଣଙ୍କୁ ଏକ ଜରିମାନା ଦେବାକୁ ପଡିବ । ITR ର ବିଳମ୍ବ ଦାଖଲ କରିବା ଦ୍ୱାରା ୧୦୦୦ ହଜାର କିମ୍ବା ୫୦୦୦ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ ।

ଅର୍ଥ ମନ୍ତ୍ରଣାଳୟ ଦ୍ରବ୍ୟ ଓ ସେବା କର (GST) ସିଷ୍ଟମ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ୫ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଅଗଷ୍ଟ ୧ ରୁ ଇ-ଇନଭଏସ୍ କ୍ରିଏଟ କରିବାକୁ ପଡିବ । ୧ ଅଗଷ୍ଟରୁ B2B କାରବାର ମୂଲ୍ୟ ୫ କୋଟିରୁ ଅଧିକ ଥିବା କମ୍ପାନୀଗୁଡିକ ଇଲେକ୍ଟ୍ରୋନିକ୍ କିମ୍ବା ଇ-ଇନଭଏସ୍ କ୍ରିଏଟ କରିବାକୁ ପଡିବ । ସମସ୍ତ B2B କାରବାର ପାଇଁ, କମ୍ପାନୀଗୁଡିକ ବର୍ତ୍ତମାନ ଏକ ଇଲେକ୍ଟ୍ରୋନିକ୍ ଇନଭଏସ୍ କ୍ରିଏଟ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: West Bengal: ଆଇଫୋନ୍ ପାଇଁ ଆଠ ମାସର ପୁଅକୁ ବିକ୍ରି କଲେ ପିତା-ମାତା; ମାଆ ଗିରଫ, ଜାଣନ୍ତୁ ମାମଲା

ଏହା ବି ପଢ଼ନ୍ତୁ: Maternity Leave: ସରକାରୀ ମହିଳା କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କଲେ ସରକାର! ବଢ଼ିଲା ମାତୃତ୍ଵ ଛୁଟିର ଅବଧି