Manipur Violence Update: ସ୍ୱାଭାବିକ ହେଉଛି ପରିସ୍ଥିତି; ଆରମ୍ଭ ହେବ ଇଣ୍ଟରନେଟ ସେବା
Advertisement
Article Detail0/zeeodisha/odisha1884579

Manipur Violence Update: ସ୍ୱାଭାବିକ ହେଉଛି ପରିସ୍ଥିତି; ଆରମ୍ଭ ହେବ ଇଣ୍ଟରନେଟ ସେବା

internet shut down in manipur: ମଣିପୁରରେ ଚାଲିଥିବା ହିଂସା ପ୍ରାୟ ବନ୍ଦ ହୋଇଯାଇଛି। ତଥାପି କେତେକ କ୍ଷେତ୍ରରେ ପରିସ୍ଥିତି ସୁଧୁରି ନାହିଁ। ଏହା ସତ୍ତ୍ୱେ ରାଜ୍ୟରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

 

Manipur Violence Update: ସ୍ୱାଭାବିକ ହେଉଛି ପରିସ୍ଥିତି; ଆରମ୍ଭ ହେବ ଇଣ୍ଟରନେଟ ସେବା

internet service restored in manipur from today: କିଛି ମାସ ଧରି ଜାତିଗତ ହିଂସାର ନିଆଁରେ ଜଳି ଉଠିଥିବା ମଣିପୁରରେ ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି। ଧିରେ ଧିରେ ମଣିପୁର ବାସିନ୍ଦାଙ୍କ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେଠାରେ ଲଗାଯାଇଥିବା ସରକାରୀ ପ୍ରତିବନ୍ଧକକୁ କୋହଳ କରାଯିବା ଆରମ୍ଭ କରାଯାଇଛି। ଏହି ସମୟ ମଧ୍ୟରେ ମଣିପୁର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 

ଜାତିଗତ ହିଂସା କାରଣରୁ ମାସ ମାସ ଧରି ବନ୍ଦ ରହିଥିବା ଇଣ୍ଟରନେଟ୍ ସେବା ପୁନର୍ବାର ଚାଲୁ କରିବାକୁ (internet service restored in manipur from today) ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ (Manipur CM N.Biren Singh) ନିଜେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଗତ ମେ ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ଜାତିଗତ ହିଂସା (Manipur Ethnic Violence 2023) ପରେ ମଣିପୁର ସରକାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ (internet shut down in manipur) ଲଗାଇଥିଲେ।

କ'ଣ ଥିଲା ପୁରା ଘଟଣାକ୍ରମ?
ମଣିପୁରର ସଂଖ୍ୟାଲଘୁ ମୈତେଇ ସମ୍ପ୍ରଦାୟ (Meitei Community Manipur) ଏବଂ ସଂଖ୍ୟାଲଘୁ କୁକି ଜନଜାତି (Kuki Tribe Manipur) ମଧ୍ୟରେ ଜାତିଗତ ହିଂସା (Meitei Kuki Conflict in Manipur) ଆରମ୍ଭ ହୋଇଥିଲା। ହିଂସାକାଣ୍ଡ ସମୟରରେ ରାଜ୍ୟର ପ୍ରଶାସନିକ କଳ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲା। ହିଂସାକାଣ୍ଡ ସମୟରେ ମହିଳାଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ପ୍ୟାରେଡ୍ କରାଇବା ଭଳି ଘଟଣା ଘଟିଥିଲା। ଯାହା ସମଗ୍ର ଦେଶକୁ ଲଜ୍ଜିତ କରିଥିଲା। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ପ୍ରାୟ ୪ ମାସ ଧରି ମଣିପୁର ଜଳି ଉଠିଥିଲା। ହିଂସାର ନିଆଁରେ ସମଗ୍ର ରାଜ୍ୟ ଜଳି ଉଠିଥିଲା। ସରକାରୀ ଗାଡ଼ି ଏବଂ କାର୍ଯ୍ୟାଳୟ ପୋଡି ପାଉଁଶ ହୋଇଯାଇଥିଲା। ଏପରିକି ପୋଲିସ ଷ୍ଟେସନ ମଧ୍ୟ ବର୍ତ୍ତି ପାରିନଥିଲ। 

ସ୍ଥିତି ଏପରି ହୋଇଥିଲା ଯେ ଉଭୟ ମୈତେଇ ଏବଂ କୁକି ସମ୍ପ୍ରଦାୟ ରକ୍ତମୁଖା ହୋଇଉଠିଥିଲେ। ଏହି ହିଂସାକାଣ୍ଡରେ ପ୍ରାୟ ୧୮୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩ ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ହିଂସାକାଣ୍ଡରେ ୧୦୦ ଜଣରୁ ଉର୍ଦ୍ଧ୍ୱ କୁକି ଜନଜାତିର ଲୋକ ଏବଂ ୬୦ ଜଣରୁ ଉର୍ଦ୍ଧ୍ୱ ମୈତେଇ ସମ୍ପ୍ରଦାୟ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ୬୦ ହଜାର ଲୋକ ବେଘର ହୋଇଯାଇଥିବା ବେଳେ ୪୦୦ ଚର୍ଚ୍ଚ ଏବଂ ୧୭ ମନ୍ଦିର ହିଂସାର ନିଆଁରେ ଜଳି ଯାଇଥିଲା।

Also Read: Manipur Violence Update: ହିଂସାକାଣ୍ଡ ପରେ ଉପଦ୍ରବୀଙ୍କୁ ମଣିପୁର ସରକାରଙ୍କୁ ଚେତାବନୀ; କହିଲେ...

ଜନସାଧାରଣଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ମଣିପୁରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ ସତ୍ତ୍ୱେ ବହୁ ପରିମାଣରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଶାନ୍ତି ସ୍ଥାପନ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ସହିତ ରାଜ୍ୟର ବୁଦ୍ଧିଜୀବୀଙ୍କ ପକ୍ଷରୁ କରାଯାଇଥିବା ପ୍ରୟାସ ସଫଳ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନର୍ବାର ଚାଲୁ ହେବା ସାଧାରଣ ଲୋକଙ୍କ ପାଇଁ କୌଣସି ବଡ଼ ଆଶ୍ୱସ୍ତି ଠାରୁ କମ୍ ନୁହେଁ।