Mango News: ଏଣିକି QR କୋଡ୍ ଜଣାଇଦେବ କେଉଁ ବଗିଚାରୁ ଏବଂ କେଉଁ ପ୍ରଜାତିର ଆମ୍ବ; ଠକାମୀ ଉପରେ ଲାଗିବ ରୋକ
Advertisement
Article Detail0/zeeodisha/odisha1686437

Mango News: ଏଣିକି QR କୋଡ୍ ଜଣାଇଦେବ କେଉଁ ବଗିଚାରୁ ଏବଂ କେଉଁ ପ୍ରଜାତିର ଆମ୍ବ; ଠକାମୀ ଉପରେ ଲାଗିବ ରୋକ

Latest Mango News: ଆମ୍ବ ବିକ୍ରି ସମୟରେ ହେଉଥିବା ଠକେଇ କବଳରୁ ଲୋକଙ୍କୁ ଦୂରେଇ ରଖିବା ଲାଗି ଅଭିନବ ଉପାୟ ଗ୍ରହଣ କରାଯାଇଛି। ଏଭଳି ଠକେଇକୁ ରୋକିବା ପାଇଁ କ୍ୟୁଆର କୋଡ୍ ବ୍ୟବହାର କରାଯିବ।

 

Mango News: ଏଣିକି QR କୋଡ୍ ଜଣାଇଦେବ କେଉଁ ବଗିଚାରୁ ଏବଂ କେଉଁ ପ୍ରଜାତିର ଆମ୍ବ; ଠକାମୀ ଉପରେ ଲାଗିବ ରୋକ

QR Code For Mango: ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ। ଗୋଟିଏ ପଟେ ଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଅନ୍ୟପଟେ ଖରା ତାତି ବଢିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବା
ଲୋକେ ତାତି ପ୍ରଭାବରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଏବଂ ଫଳ ରସରୁ ପ୍ରସ୍ତୁତ ଜୁସ ପିଉଛନ୍ତି।

ଖରା ଦିନ ଆରମ୍ଭ ହୋଇଯିବା ପରେ ଏବେ ବଜାରକୁ ବିଭିନ୍ନ ପ୍ରକାରର ଆମ୍ବ ଆସିବା ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ସମୟରେ ଆମ୍ବ ପ୍ରେମୀଙ୍କ (Mango Lover) ପାଇଁ ଆସିଛି ଏକ ବିଶେଷ ଖବର। ଏଥର ଯେତେବେଳେ ଆପଣ ଆମ୍ବ (Mango) କିଣିବାକୁ ଯିବେ, ସେତେବେଳେ ଆପଣଙ୍କୁ ଗୋଟିଏ ଛୋଟିଆ କାମ କରିବାକୁ ହେବ। ଯାହା ଦ୍ୱାରା ଆପଣ ଜାଣି ପାରିବେ ଯେ ଆପଣଙ୍କର ଦ୍ୱାରା କିଣାଯାଉଥିବା ଆମ୍ବ କେଉଁ ପ୍ରଜାତିର (Mango Species) ଏବଂ ଏହି ଆମ୍ବ ମାଲିକ କିଏ। କେବଳ ଏତିକି ନୁହେଁ ଏହି ଆମ୍ବ କେଉଁ ବଗିଚାରୁ ଅମଳ କରାଯାଇଛି ତାହା ମଧ୍ୟ ଜଣାପଡିବ। ଏପରି କରିବା ଦ୍ୱାରା ଆପଣ ଆପଣଙ୍କର ପ୍ରିୟ ଆମ୍ବ କିଣି ଏହାର ଆନନ୍ଦ ଉଠାଇବାକୁ ସମର୍ଥ ହେବେ।

ଠକାମୀରୁ ରକ୍ଷା ପାଇବା ପାଇଁ ଆମ୍ବ ଉପରେ ରହିବ କ୍ୟୁଆର କୋର୍ଡ
ମିଡିଆ ରିପୋର୍ଟ ଅନୁଯାୟୀ, ଏହି କୌଶଳ ମଲିହାବାଦୀ ଆମ୍ବ (Malihabad Mango) ଉପରେ ଲାଗୁ ହେବାକୁ ଯାଉଛି। କୁହାଯାଏ ଯେ ଦେଶରେ ମଲିହାବାଦୀ ପ୍ରଜାତିର ଆମ୍ବର (Malihabadi Species Mango) ସର୍ବାଧିକ ଚାହିଦା ରହିଛି। ହେଲେ ଅନେକ ଥର ବ୍ୟବସାୟୀ ମଲିହାବାଦୀ ଆମ୍ବ ନାମ ନେଇ ଅନ୍ୟ ପ୍ରଜାତିର ଆମ୍ବକୁ ଲୋକଙ୍କୁ ବିକ୍ରି କରି ଦେଇଥାନ୍ତି। ହେଲେ ପ୍ରକୃତରେ ଏହି ଆମ୍ବ ମଲିହାବାଦୀ ପ୍ରଜାତିର ହୋଇନଥାଏ। ଏଭଳି ଠକେଇକୁ ରୋକିବା ପାଇଁ କ୍ୟୁଆର କୋଡ୍ (QR Code) ବ୍ୟବହାର କରାଯିବ।

ଆମ୍ବ ଗଛର କରାଯିବ ଜିଓ ଟ୍ୟାଗିଂ
ଆମ୍ବ ଗଛର ଜିଓ ଟ୍ୟାଗିଂ (Geo Tagging of Mango Trees) କରିବା ଦ୍ୱାରା ଏହାର ଏକ ଫାଇଦା ମିଳିବ। ଯେତେବେଳେ ଆମ୍ବ କିଣିବା ସମୟରେ କୌଣସି ଗ୍ରାହକ କ୍ୟୁଆର କୋଡ୍ (QR Code on Mango) ବ୍ୟବହାର କରନ୍ତି ମାତ୍ରେ, ସେତେବେଳେ ତାଙ୍କୁ ଜଣାପଡ଼ିଯିବ ଯେ ସେ କିଣୁଥିବା ଆମ୍ବ ମଲିହାବାଦୀ ପ୍ରଜାତିର ନାଁ ନୁହେଁ। ମଲିହାବାଦୀ ପ୍ରଜାତିର ଆମ୍ବ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଲୋକଙ୍କୁ ସାମ୍ନାକୁ ଆସିଯିବ। ଯଦି ଏହା ମଲିହାବାଦୀ ପ୍ରଜାତିର ତାହେଲେ ଏହା କେଉଁ ବଗିଚାରୁ ଏହା ଏବଂ ଏହି ବଗିଚାର ମାଲିକ କିଏ ତାହା ଜଣାପଡ଼ିବ। ଆମ୍ବ ଗଛର ଜିଓ ଟ୍ୟାଗିଂ କରିବା ଦ୍ୱାରା ଆମ୍ବ ପ୍ରଜାତି ସମ୍ପର୍କରେ ଲୋକଙ୍କୁ ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ। ମଣ୍ଡି ପରିଷଦ ଏହି କାର୍ଯ୍ୟକୁ ମଲିହାବାଦ ଠାରେ ଅବସ୍ଥିତ ମ୍ୟାଙ୍ଗୋ ପ୍ୟାକ୍ ହାଉସ (Malihabad Mango Pack House) ଏକ ଘରୋଇ ସଂସ୍ଥାକୁ ଏହାର ଦାୟିତ୍ୱ ପ୍ରଦାନ କରିଛି। ଏହି ସଂସ୍ଥାକୁ ରହମାନଖେଡା ଠାରେ ଅବସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସବଟ୍ରୋପିକାଲ୍ ହର୍ଟିକଲଚର (Central Institute for Subtropical Horticulture) ସିଆଇଏସଏଚ (CISH) ପକ୍ଷରୁ ଏଭଳି ଜ୍ଞାନକୌଶଳ ପ୍ରଦାନ କରାଯାଇଛି।

ସହଜରେ ଚିହ୍ନଟ ହେବ ମଲିହାବାଦୀ ପ୍ରଜାତିର ଆମ୍ବ
କୁହାଯାଇଥିଲା ଯେ ମଲିହାବାଦୀ ପ୍ରଜାତିର ଆମ୍ବ ଉପରେ ଏକ ପ୍ରକାରର ଆବରଣ ଲଗାଯାଉଛି। ଯାହା ଦ୍ୱାରା ଏହି ଆମ୍ବ ଉପରେ କୌଣସି ପ୍ରକାରର ଦାଗ  ଯେପରି ନ ଲାଗିବ। ଆସନ୍ତା ୧୦ ତାରିଖରେ ସିଆଇଏସଏଚ ଠାରେ କୃଷକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆମ୍ବର ଜିଓ ଟ୍ୟାଗିଂ (Geo Tagging of Mango) ଉପରେ ଆଲୋଚନା କରାଯିବ। ଏହି ଜ୍ଞାନକୌଶଳ ମାଧ୍ୟମରେ ମଲିହାବାଦି ଆମ୍ବକୁ ଚିହ୍ନଟ କରାଯିବ। ଏହି ଆମ୍ବ ପ୍ୟାକିଂ ହେଉଥିବା ବାକ୍ସରେ (Mango Packaging Box) କ୍ୟୁଆର କୋଡ୍ ରହିବ। ଏହି କ୍ୟୁଆର କୋଡ୍ ମୋବାଇଲ ଦ୍ୱାରା ସ୍କାନ୍ ହେବା ମାତ୍ରେ ଏହି ଆମ୍ବ ସମ୍ପର୍କରେ ପ୍ରଦାନ କରାଯାଇଥିବା ବିବରଣୀ ଦୃଶ୍ୟମାନ ହେବ। ବର୍ତ୍ତମାନ କମ୍ପାନୀ ମାଲିହାବାଦସ୍ଥିତ ଆମ୍ବ ବଗିଚାରେ ବୁଲାବୁଲି ଜିଓ ଟ୍ୟାଗିଂ (Geo Tagging on Mango Trees) କରୁଛି।