Weird News: ୧୪ଟି ଦେଶର ଜ୍ୱାଇଁ, କରିଛନ୍ତି ୩୨ ବର୍ଷରେ ୧୦୦ଟି ବିବାହ
Advertisement

Weird News: ୧୪ଟି ଦେଶର ଜ୍ୱାଇଁ, କରିଛନ୍ତି ୩୨ ବର୍ଷରେ ୧୦୦ଟି ବିବାହ

World Record of Most Marriages News In Odia: ବିବାହ (wedding) ଏକ ପବିତ୍ର ବନ୍ଧନ। ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ (wedding) କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ତାଙ୍କ ବିବାହକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚିତ । ୩୨ ବର୍ଷ ବୟସରେ ୧୦୦ ଟି ବିବାହ (man did 100 weddings) କରି ରେକର୍ଡ ସୃଷ୍ଟି କରୁଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

World Record of Most Marriages News In Odia: ବିବାହ (wedding) ଏକ ପବିତ୍ର ବନ୍ଧନ। ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ (wedding) କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ତାଙ୍କ ବିବାହକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚିତ । ୩୨ ବର୍ଷ ବୟସରେ ୧୦୦ ଟି ବିବାହ (man did 100 weddings) କରି ରେକର୍ଡ ସୃଷ୍ଟି କରୁଛନ୍ତି । ଏଭଳି ବିବାହ କରି ରେକର୍ଡ ସୃଷ୍ଟି କରିଥିବା ବ୍ୟକ୍ତି ହେଉଛନ୍ତି ପାକିସ୍ତାନର ଜିୟୋଭାନ୍ନି ବିଗଲିୟୋଟି (Giovanni Vigliotto) । ଯିଏକି ତାଙ୍କ ଜୀବନରେ ମୋଟ ୧୦୦ଟି ବିବାହ କରିଛନ୍ତି । ଏବଂ ଏ-ପର୍ଯ୍ୟନ୍ତ କାହାକୁ ସେ ଛାଡପତ୍ର ଦେଇ ନାହାଁନ୍ତି । ସେ ବର୍ତ୍ତମାନ ୧୪ ଟି ଦେଶର ଜ୍ୱାଇଁ ହୋଇସାରିଛନ୍ତି। କାରଣ ସେ ୧୪ ଦେଶର କନ୍ୟାଙ୍କୁ ନିଜର ଜୀବନ ସାଥୀ କରିଛନ୍ତି । 

୧୦୦ ଜଣ ମହିଳାଙ୍କୁ ନିଜର ଜୀବନ ସାଥୀ କରିଛନ୍ତି:
ଜିୟୋଭାନ୍ନି ବିଗଲିୟୋଟି (Giovanni Vigliotto), ସେ ୩୨ ବର୍ଷ ମଧ୍ୟରେ ୧୦୦ଟି ବିବାହ କରିଛନ୍ତି। ଆଉ ଏହି ସବୁ ବିବାହ ସେ ୧୯୪୯ରୁ ୧୯୮୧ ମସିହା ଭିତରେ କରିଛନ୍ତି । ଏତେ ବିବାହ ପରେ ବି ସେ କାହାରିକୁ ଛାଡପତ୍ର ଦେଇନଥିଲେ । ଆଉ ସେଥିପାଇଁ ଦୁନିଆରେ ସବୁଠାରୁ ଅଧିକ ଦ୍ୱିତୀୟ ବିବାହ କରିବାର ରେକର୍ଡ ନିଜ ନାଁରେ କରିପାରିଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ (guinness world records) ବି ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛି । ଏଥିରେ ଶତାଧିକ ବିବାହ କରିଥିବା ବ୍ୟକ୍ତି ଜିୟୋବନ୍ନି ବିଗଲିୟୋଟିଙ୍କ କାହାଣୀ କୁହାଯାଇଛି । କୁହାଯାଏ ଏହି ବ୍ୟକ୍ତିଙ୍କ ପ୍ରକୃତ ନାଁ ଜିୟୋବନ୍ନି ବିଗଲିୟୋଟି ନୁହେଁ । ହେଲେ ସେ ଶେଷ ବିବାହ କରିବା ବେଳେ ଏହି ନାଁର ବ୍ୟବହାର କରିଥିଲେ । ୫୩ ବର୍ଷ ବୟସରେ ତାଙ୍କ କଳାକାରନାମା ସାମ୍ନାକୁ ଆସିଥିଲା । ପରେ ସେ ଦାବି କରିଥିଲେ କି, ତାଙ୍କ ଜନ୍ମ ଇଟାଲୀର ସିସିଲିରେ ୧୯୨୯ ମସିହା ଏପ୍ରିଲ ୩ରେ ହୋଇଥିଲା । ସେତେବେଳେ ସେ ତାଙ୍କ ନାଁ ନିକୋଲୋଇ ପେରୁସ୍କୋବ କହିଥିଲେ ।

fallback

Also Read : Jacqueline Fernandez: ଜ୍ୟାକଲିନଙ୍କୁ ଭୁଲିପାରୁନି ଠକ ସୁକେଶ, ପୁଣି ଭାଇରାଲ ହେଲା 'ବେବି ଆଇ ଲଭ ୟୁ' ଚିଠି...

Also Read : Vastu Plants: ଘରେ ଲଗାନ୍ତୁ ଏହି ଗଛ, କେବେ ହେବନି ଟଙ୍କାର ଅଭାବ!

କୌଣସି ପତ୍ନୀ ତାଙ୍କ ରହସ୍ୟ ଜାଣି ପାରିନଥିଲେ :
ବିଗଲିୟୋଟି ୧୯୪୯ ମସିହାରୁ ୧୯୮୧ ଭିତରେ ୧୦୪ରୁ ୧୦୫ ମହିଳାଙ୍କୁ ବିବାହ କରିଛନ୍ତି । ତାଙ୍କର କୌଣସି ପତ୍ନୀ ପରସ୍ପରକୁ ଜାଣିନଥିଲେ । ଏମିତି କି ତାଙ୍କ ପତ୍ନୀମାନେ ସ୍ୱାମୀ ବିଗଲିୟୋଟିଙ୍କ ବିଷୟରେ କମ ଜାଣିଥିଲେ । ଏମିତି କୁହାଯାଉଛି କି ସେ ଆମେରିକାର ୨୭ ଅଲଗା ଅଲଗା ରାଜ୍ୟ ଓ ୧୪ ଦେଶରେ ବିବାହ କରିଛନ୍ତି । ସବୁଥର ସେ ନକଲି ପରିଚୟ ପତ୍ର ଦେଇ ଏମିତି କରୁଥିଲେ । ସେ ସବୁ ମହିଳାଙ୍କୁ ଚୋର ବଜାରରେ ଦେଖା ହଉଥିଲି । ବିବାହ ହେବା ପରେ ସେ ନିଜ ପତ୍ନୀଙ୍କ ଟଙ୍କା ଓ ଦାମୀ ଜିନିଷ ନେଇ ଫେରାର ହୋଇ ଯାଉଥିଲେ । ୧୯୮୧ ମସିହାରେ ପୋଲିସ୍ ବିଗଲିୟୋଟିଙ୍କୁ ଫ୍ଲୋରିଡାରୁ ଗିରଫ କରିଥିଲା। ଏହାପରେ ୧୯୮୩ ମସିହାରେ ତାଙ୍କ ବିରୋଧରେ ମକଦ୍ଦମା ଆରମ୍ଭ ହୋଇଥିଲା । ତାଙ୍କୁ ୩୪ ବର୍ଷ ସଜା ବି ହୋଇଥିଲା । ନିଜ ଜୀବନର ଶେଷ ୮ ବର୍ଷ ସେ ଏରିଜୋନା ଷ୍ଟେଟ ଜେଲରେ ବିତାଇଥିଲେ । ଏହାପରେ ୬୧ ବର୍ଷ ବୟସରେ ବ୍ରେନ ହମ୍ପ୍ରେଜ କାରଣରୁ ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା