ସରକାରୀ ବାସଭବନ ଖାଲି କରିବାକୁ ମହୁଆଙ୍କୁ ନୋଟିସ୍, ହାଇକୋର୍ଟରେ କଲେ ଏହି ଦାବି
Advertisement
Article Detail0/zeeodisha/odisha2017290

ସରକାରୀ ବାସଭବନ ଖାଲି କରିବାକୁ ମହୁଆଙ୍କୁ ନୋଟିସ୍, ହାଇକୋର୍ଟରେ କଲେ ଏହି ଦାବି

Mahua Moitra: ଲୋକସଭାରୁ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୈତ୍ର ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ତାଙ୍କୁ ସରକାରୀ ବାସଭବନ ଛାଡିବାକୁ ନେଇ ମିଳିଥିବା ନୋଟିସ୍ ବିରୁଦ୍ଧରେ ସେ ଚ୍ୟାଲେଞ୍ଜ କରିଛନ୍ତି।

ସରକାରୀ ବାସଭବନ ଖାଲି କରିବାକୁ ମହୁଆଙ୍କୁ ନୋଟିସ୍, ହାଇକୋର୍ଟରେ କଲେ ଏହି ଦାବି

Mahua Moitra: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ସରକାରୀ ବାସଭବନ ଛାଡିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ପୂର୍ବତନ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ଫେବୃଆରୀ ୭ ତାରିଖ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୧୯ରେ ଶୁଣାଣି ପାଇଁ ମହୁଆଙ୍କ ଆବେଦନ ତାଲିକାଭୁକ୍ତ ହୋଇପାରେ। ଏହି ଆବେଦନ ପତ୍ରରେ ମୋହୁଆ ଅନୁରୋଧ କରିଛନ୍ତି ଯେ, ଇଷ୍ଟେଟ୍ ନିର୍ଦ୍ଦେଶାଳୟର ଡିସେମ୍ବର ୧୧ ର ଆଦେଶକୁ ବାତିଲ କରନ୍ତୁ । ନଚେତ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ବିକଳ୍ପ ଭାବରେ ସରକାରୀ ବାସଭବନରେ ରହିବାକୁ ଅନୁମତି ଦିଆଯାଉ।

ହାଇକୋର୍ଟରେ ତାଙ୍କ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଲୋକସଭାରୁ ବହିଷ୍କୃତ ହେବା ପରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତାଙ୍କୁ ନିର୍ଦ୍ଦେଶ ଜାରି କରିଛି । ମୋହୁଆଙ୍କ ପିଟିସନରେ କୁହାଯାଇଛି ଯେ, ଆବେଦନକାରୀଙ୍କ ଅପସାରଣର ବୈଧତା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ନିମ୍ନଲିଖିତ ଆଦେଶ ଅକାଳ ଅଟେ। ଏହାପୂର୍ବରୁ ଲୋକସଭା ଗୃହ କମିଟି ମୋହୁଆ ମିତ୍ରଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖିଥିବାର ସୂଚନା ମିଳିଥିଲା । ନଗର ଉନ୍ନୟନ ମନ୍ତ୍ରଣାଳୟ ମୋହୁଆଙ୍କୁ ସ୍ୱତନ୍ତ୍ର କୋଟାରେ ଆବାସ ପ୍ରଦାନ କରିଥିଲା।

ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହିତ ସମ୍ପର୍କରେ ଆସି ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟ୍ ପାଇଁ ଦିଆଯାଇଥିବା ୟୁଜର୍ ଆଇଡି ଏବଂ ପାସୱାର୍ଡ଼କୁ ସେୟାର କରିବା ଅଭିଯୋଗରେ ମହୁଆ ମୈତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଲୋକସଭାରୁ ବହିସ୍କୃତ କରାଯାଇଥିଲା । ୨୦୨୪ ଜାନୁଆରୀ ୩ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି ।

Also Read- IIT ପଢିବା ପରେ ମିଳିଥିଲା ବଡ଼ ଚାକିରି, ମନ ନବୁଝିବାରୁ ବନିଲେ IAS

Also Read- indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ