Mahashivratri 2023: ଲିଙ୍ଗରାଜ-ଲୋକନାଥ-ଧବଳେଶ୍ବରରେ କେତେବେଳେ ଉଠିବ ମହାଦୀପ, ଜାଣନ୍ତୁ ନୀତି ନିର୍ଘଣ୍ଟ
Advertisement

Mahashivratri 2023: ଲିଙ୍ଗରାଜ-ଲୋକନାଥ-ଧବଳେଶ୍ବରରେ କେତେବେଳେ ଉଠିବ ମହାଦୀପ, ଜାଣନ୍ତୁ ନୀତି ନିର୍ଘଣ୍ଟ

Mahashivratri 2023: ଆଜି ପବିତ୍ର ମହାଶିବରାତ୍ରୀ (Mahashivratri 2023) ବା ଜାଗର। ଏନେଇ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର(Lingaraja Temple ), କଟକର ଧବଳେଶ୍ବର(Dhabaleswar Temple ), ଭଦ୍ରକର ଆଖଣ୍ଡଳମଣି ଓ ପୁରୀର ଲୋକନାଥ ମନ୍ଦିର(Loknath Temple) ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଛି । ଭୁବନେଶ୍ବରରେ ଥିବା ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।

ସୌଜନ୍ୟ- ସୋସିଆଲ ମିଡିଆ

Mahashivratri 2023: ଆଜି ପବିତ୍ର ମହାଶିବରାତ୍ରୀ (Mahashivratri 2023) ବା ଜାଗର। ଏନେଇ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର(Lingaraja Temple ), କଟକର ଧବଳେଶ୍ବର(Dhabaleswar Temple ), ଭଦ୍ରକର ଆଖଣ୍ଡଳମଣି ଓ ପୁରୀର ଲୋକନାଥ ମନ୍ଦିର(Loknath Temple) ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଛି । ଭୁବନେଶ୍ବରରେ ଥିବା ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।  ଏଥର ବି ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ (Mahadeep) ଉଠିବାକୁ ସ୍ଥିର ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ସେହିପରି ପୁରୀରେ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ଆୟୋଜନ ହୋଇଥିବା ବେଳେ ଭୋରରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବିଳମ୍ବିତ ରାତି ୧୨ଟା ୩୦ରେ ଲୋକନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଭୋର ୪ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତ୍ର ୪ଟାରେ ଲୋକନାଥଙ୍କ ମହାଦୀପ ଉଠିବ ବୋଲି ସୂଚନା ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସେହିପରି କଟକ ଆଠଗଡର ଧବଳେଶ୍ୱର ପୀଠ(Dhabaleswar Temple)ରେ ମଧ୍ୟ ଜାଗର ପାଇଁ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି।  ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ୱାର ଫିଟାଯାଇ ମହାସ୍ନାନ କରାଯାଇଥିଲା । ଅପରାହ୍ଣରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗଲାଗି ବେଢା ପରିକ୍ରମା କରାଯିବ। ରାତି ୧ଟାରେ ଧବଳେଶ୍ୱର ପୀଠରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି। 

Also Read : Mahashivratri 2023: କାହିଁକି ମହାଦେବଙ୍କର ପ୍ରିୟ ହେଉଛି ବେଲପତ୍ର? ଜାଣନ୍ତୁ ଏହାର ପୌରାଣିକ ମହାତ୍ମ୍ୟ

Also Read :  Vastu Tips: ତଳେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ହୋଇଯିବେ କାଙ୍ଗାଳ!

ମହା ଶିବରାତ୍ରୀ ଏକ ମହତ୍ବପୂର୍ଣ୍ଣ ହିନ୍ଦୁ ପର୍ବ । ଏହାକୁ ଅନେକ ଭିନ୍ନ ଆଖ୍ୟା ଦିଆଯାଇଛି, ଯେପରିକି “ଶିବଙ୍କର ଉଜ୍ଜ୍ୱଳ ରାତ୍ରି”, “ପଦ୍ମରାଜତୀ” ଏବଂ ଆହୁରି ଅନେକ କିଛି । ତେବେ ଭଗବାନ ଶିବ ଏହି ମହାଶିବରାତ୍ରୀର ମୁଖ୍ୟ ଆକର୍ଷଣ । ଭଗବାନ ଶିବ ଏହି ଦିନ ଦେବୀ ପାର୍ବତୀଙ୍କୁ ବିବାହ କରିଥିଲେ । ସତୀଙ୍କ ଦେହାନ୍ତ ପରେ ଶିବ ତୀବ୍ର ଧ୍ୟାନରେ ପ୍ରବେଶ କରିଥିବା କଥା ନିଶ୍ଚୟ ଜାଣିଥିବେ । ଭଗବାନ ଶିବଙ୍କୁ ବିବାହ କରିବା ପାଇଁ ସତୀ ପାର୍ବତୀଙ୍କ ରୂପ ନେଇଥିଲେ । ଫାଲଗୁନା ମାସରେ ଅନ୍ଧାର ଚତୁର୍ଦ୍ଦଶର ଚତୁର୍ଦ୍ଦଶ ଦିନରେ ମହାଶିବତ୍ର ଶିବ ଏବଂ ପାର୍ବତୀଙ୍କ ମିଶ୍ରଣକୁ ସମ୍ମାନିତ କରେ । ମହାଶିବରାତ୍ରୀରେ ଭଗବାନ ଶିବଙ୍କର ଉପାସକମାନେ ଉପବାସ କରିଥାନ୍ତି । ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ଭଗବାନଙ୍କ ଆରାଧନା କରିଥାନ୍ତି ।