Maharashtra Politics: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ, ଏନଡିଏ ସରକାରରେ ସାମିଲ ହେଲେ ଅଜିତ ପାୱାର-ଛଗନ ଭୁଜବଳ
Advertisement
Article Detail0/zeeodisha/odisha1762968

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ, ଏନଡିଏ ସରକାରରେ ସାମିଲ ହେଲେ ଅଜିତ ପାୱାର-ଛଗନ ଭୁଜବଳ

Super Sunday Politics: ଜୁଲାଇ ୨ ତାରିଖ ରବିବାର ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ବଡ଼ ଧରଣର ହଟଚମଟ। ରାଜ୍ୟରେ କ୍ଷମତାସୀନ ବିଜେପି-ଶିବସେନା ନେତୃତ୍ୱାଧିନ ଏନଡ଼ିଏ ସରକାରରେ ସାମିଲ ହୋଇଛି ମୁଖ୍ୟ ବିରୋଧୀ ଦଳ ଏନସିପି।

 

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ, ଏନଡିଏ ସରକାରରେ ସାମିଲ ହେଲେ ଅଜିତ ପାୱାର-ଛଗନ ଭୁଜବଳ

Ajit Pawar Chhagan Bhujbal: ଜୁଲାଇ ୨ ତାରିଖ ରବିବାର ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟରେ କ୍ଷମତାସୀନ ବିଜେପି-ଶିବସେନା ନେତୃତ୍ୱାଧିନ ଏନଡ଼ିଏ ସରକାରରେ ସାମିଲ ହୋଇଛି ବିରୋଧୀ ଏନସିପି। ରବିବାର ମହାରାଷ୍ଟ୍ର ରାଜଭବନରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ଦଳର ଦୁଇ ପ୍ରମୁଖ ନେତା ଅଜିତ ପାୱାର-ଛଗନ ଭୁଜବଳ ଏନଡ଼ିଏ ସରକାରରେ ସାମିଲ ହୋଇଛନ୍ତି। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ଛଗନ ଭୁଜବଲଙ୍କ ସମେତ ଅନ୍ୟାନ୍ୟ ଏନସିପି ନେତା ମଧ୍ୟ ଶପଥ ନେଇଛନ୍ତି। ଏନସିପି ନେତା ଅଜିତ ପାୱାରଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ଉଦ୍ଦେଶ୍ୟରେ ସମର୍ଥନ ଜଣାଇଛି।

ଶପଥ ଗ୍ରହଣ ପୂର୍ବରୁ ଏନସିପି ନେତା ଅଜିତ ପାୱାରଙ୍କ (NCP Leader Ajit Pawar) ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ ଦଳର କିଛି ନେତା ତଥା ବିଧାୟକଙ୍କୁ (Maharashtra NCP MLA) ଭେଟିଥିଲେ। ଏହି ବୈଠକରେ ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ (NCP Leader Chhagan Bhujbal) ଏବଂ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ (NCP Leader Supriya Sule) ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକକୁ ନେଇ ସରଗରମ ହୋଇଉଠିଥିଲା ମହାରାଷ୍ଟ୍ର ରାଜନୀତି (Maharashtra Politics)। ଏହା ପରେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ରାଜ ଭବନ ଅଭିମୁଖେ ଯାତ୍ରା କରିଥିଲେ। କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଏବଂ ଅନ୍ୟ ବିଜେପି ନେତା ତଥା ବିଧାୟକ ମଧ୍ୟ ରାଜ ଭବନ (Maharashtra Raj Bhavan) ଠାରେ ପହଞ୍ଚିଥିଲେ। ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହା ପରେ ରାଜ୍ୟପାଳ (Maharashtra Governor Ramesh Bais) ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ।

କାହିଁକି ଦଳ ଉପରେ ଅସନ୍ତୁଷ୍ଟ ଏନସିପି ନେତା ଅଜିତ ପାୱାର?
ଏନେଇ ମିଳିଥିବା ଖବର ଅନୁଯାୟୀ, ଏନସିପି ରାଜ୍ୟ ଶାଖା ସଭାପତି (NCP Maharashtra Unit President) ଭାବରେ ସୁଯୋଗ ନ ପାଇ ଅଜିତ ପାୱାର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ (NCP National Executive Meeting 2023) ଏନସିପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲ (NCP Leader Praful Patel) ମଧ୍ୟ ଯୋଗ ଦେଇଥିଲେ। ହେଲେ ସୁପ୍ରିୟା ସୁଲେ ବୈଠକ ଛାଡି ଦେଇଥିଲେ। ପୁଣେ ଠାରେ ଉପସ୍ଥିତ ରହିଥିବା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ (NCP Supremo Sharad Pawar) ସହ ଏନସିପି ମହାରାଷ୍ଟ୍ର ରାଜ୍ୟ ଶାଖା ସଭାପତି ଜୟନ୍ତ ପାଟିଲଙ୍କ (Maharashtra NCP President Jayant Patil) ସହ ଫୋନ୍ ଯୋଗେ କଥା ହୋଇଥିଲେ। ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଶରଦ ପାୱାର ପୁଣେ ଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି।

ଦଳୀୟ ବୈଠକ ଡାକିପାରନ୍ତି ଅଜିତ ପାୱାର
ଏନସିପି ନେତା ଅଜିତ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ଉପରେ ପ୍ରତିକ୍ରିୟା ରଖିଛନ୍ତି (Ajit Pawar Residence Meeting) ଏନସିପି ସୁପ୍ରିମୋ ଶରଦ ପାୱାର। ଏନେଇ ସେ କହିଛନ୍ତି ଯେ ମୁଁ ଏହି ବୈଠକ ବିଷୟରେ କିଛି ଜାଣି ନାହିଁ। ବିରୋଧୀ ଦଳର ନେତା ହୋଇଥିବାର ସେ ବିଧାୟକ ଦଳ ବୈଠକ ଡାକିପାରିବେ। ସେ ନିୟମିତ ଏହା କରିଥାନ୍ତି। ହେଲେ ମୁଁ ରବିବାର ଅନୁଷ୍ଠିତ ହୋଇଥିବା ଏହି ବୈଠକ ବିଷୟରେ କିଛି ଅଧିକ ଜାଣେ ନାହିଁ। ହେଲେ ମୋତେ ଜଣା ଯେ ଦଳୀୟ ନେତା ରବିବାର ସନ୍ଧ୍ୟାରେ ତାଙ୍କୁ ଭେଟି ପାରନ୍ତି। ଖବର ଅନୁଯାୟୀ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ମୋଟ ୫୩ ଏନସିପି ବିଧାୟକ ଅଛନ୍ତି। କୁହାଯାଇଛି ଯେ ଦଳର ପ୍ରାୟ ୩୦ ବିଧାୟକ ଏନସିପି ବିଧାୟକ ଦଳ (ncp legislator leader ajit pawar) ନେତା ତଥା ମହାରାଷ୍ଟ୍ର ବିରୋଧି ଦଳ ନେତା ଅଜିତ ପାୱାରଙ୍କ (Maharashtra Opposition Leader Ajit Pawar) ସମର୍ଥନରେ ଅଛନ୍ତି।