Road Accident News in odia: ଘାଟିକୁ ଖସି ପଡ଼ିଲା ବସ, ଅକାଳରେ ଚାଲିଗଲା ୧୩ ଜୀବନ
Advertisement

Road Accident News in odia: ଘାଟିକୁ ଖସି ପଡ଼ିଲା ବସ, ଅକାଳରେ ଚାଲିଗଲା ୧୩ ଜୀବନ

Maharashtra Accident: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘାଟିକୁ ବସ ଓଲଟି ପଡ଼ିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । 

ସୌ(ସୋସିଆଲ ମିଡିଆ)

Maharashtra Accident: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ (Maharashtra bus Accident) ଆଜି ଭୋର ସାଢେ ୪ଟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘାଟିକୁ ବସ ଓଲଟି ପଡ଼ିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ କହିଛନ୍ତି ରାଇଗଡ଼ ଏସପି। ସୂଚନା ଅନୁଯାୟୀ, ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବସ୍ ପୁଣେରୁ ମୁମ୍ବାଇକୁ (Mumbai) ଆସୁଥିଲା। ଏହି ସମୟରେ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଘାଟିରେ ଖସି ପଡି଼ଥିଲା। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଖାପୋଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ସମୁଦାୟ ୪୦-୪୫ ଜଣ ଯାତ୍ରୀ ଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ତେବେ ଶୁକ୍ରବାର ଦିନ ଉଜୈନର ତରାନା କାନିପୁରା ରାସ୍ତାର ଘାଟିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଥିବା ବାରଖେଡି ରାଧସ୍ୱାମୀ ସତସଙ୍ଗ ପଏଣ୍ଟ ସମ୍ମୁଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲେ। ଯେଉଁଥିରେ ତରାନା ବାସିନ୍ଦା ଶୁଭମ୍ ପ୍ରଜାପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ବୁଧବାର ଦିନ ବିଳମ୍ବିତ ରାତିରେ ପଞ୍ଜାବର ଗଢ଼ଶଙ୍କରରେ (Punjab Garhsankar) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Severe accident) ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ଅନେକ ଗୁରୁତର ହୋଇଥିଲେ । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ବିଳମ୍ବିତ ରାତିରେ ପ୍ରାୟ ୫୦ ଭକ୍ତ ବୈଶାଖି ସମାବେଶରେ ଭାଗ ନେବାକୁ 'ଚରଣ ଛୋ ଗଙ୍ଗା' ଆଡକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଭକ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତାହତଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାକୁ ପଠାଇଥିଲା। ସେପଟେ ମିଳିଥିବା ସୂଚନା ଅନୁଯାୟୀ, ମୃତକ ପାଞ୍ଚ ଜଣ ଭକ୍ତ ଗୋଟିଏ ପରିବାରର ଥିଲେ। ଏହି ୫ ଜଣଙ୍କ ବ୍ୟତୀତ ଆହୁରି ୩ ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ହୋଇଥିଲା। ସମସ୍ତ ମୃତକ ଉତ୍ତରପ୍ରଦେଶର ମୁଜାଫରନଗରର ବୋଲି ଜଣାପଡ଼ଥିଲା ।

ପ୍ରକାଶ ଥାଉ କି, ଶୁକ୍ରବାର ଦିନ କର୍ଣ୍ଣାଟକର ଏକ ସରକାରୀ ବସ୍ (KSRTC bus ) କିଛି ଯାତ୍ରୀଙ୍କୁ ନେଇ ବିରାଜପଥରୁ ଯାତ୍ରା ଆରମ୍ଭ କରିଥିଲା । ବସଟି ସୁଲିଆ (Sullia Accident) ଅଭିମୁଖେ ଯାଉଥିଲା । ଠିକ୍ ଏହି ସମୟରେ ମାଡିକେରିରୁ ସୁଲିଆ (Sullia) ଅଭିମୁଖେ ଆସୁଥିବା ଏକ କାର ଉପରେ ଚଢି ଯାଇଥିଲା ବସ । ଫଳରେ ଘଟଣାସ୍ଥଳରେ କାରରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ବସ୍ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ  ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେହିପରି ନିକଟରେ, ଝାଡ଼ଖଣ୍ଡ ହଜାରୀବାଗରେ ଏକ  ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅନୁଗୁଳର ୨ ଓ ବାଲେଶ୍ୱରର ୨ ଜଣ ଥିଲେ। ୫୦ ଜଣଙ୍କୁ ନେଇ ଟୁରିଷ୍ଟ ବସ୍ ଗୟାରୁ ଓଡ଼ିଶା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଏହା ବି ପଢନ୍ତୁ-Trending News: ଓଡ଼ିଶାରେ ଅନ୍ଧବିଶ୍ବାସ! ପୁଅ ଓ ଝିଅକୁ କୁକୁର ସାଙ୍ଗରେ ବାହାଘର କଲେ ପରିବାର ଲୋକେ