Mahashivratri 2023: ଜାଗରରେ ଉପବାସ ରଖିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ଭୋଗିବେ ନର୍କ ଯନ୍ତ୍ରଣା
Advertisement

Mahashivratri 2023: ଜାଗରରେ ଉପବାସ ରଖିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ଭୋଗିବେ ନର୍କ ଯନ୍ତ୍ରଣା

Mahashivratri 2023: ଆଜି ମହାଶିବରାତ୍ରୀ (Mahashivratri) ବା ଜାଗର । ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ଶିବରାତ୍ରୀ (shivratri) ପାଳନ କରାଯାଏ । ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ ।

ସୌଜନ୍ୟ- ସୋସିଆଲ ମିଡିଆ

Mahashivratri 2023: ଆଜି ମହାଶିବରାତ୍ରୀ (Mahashivratri) ବା ଜାଗର ।  ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ଶିବରାତ୍ରୀ (shivratri) ପାଳନ କରାଯାଏ । ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର 'ମାଘସ୍ନାନ' ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ । ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ଏଦି ଦିନ ଖାସ୍ କରି ଲୋକେ ଶିବକୃପା ଲାଭ କରିବା ପାଇଁ ଉପବାସ ରଖନ୍ତି। ମଦାଦେବଙ୍କ ମନ୍ଦିରରେ ମହାଦୀପ ଉଠି ସାରିବା ପରେ ଦର୍ଶନ କରି ପ୍ରସାଦ ସେବନ କରନ୍ତି । ବିଶ୍ବାସ ରହିଛି ଯେ, ଏହି ଦିନ ଶିବଙ୍କ ପାଇଁ ଉପବାସ ରଖିବା ଦ୍ବାରା କୋଟି ପୁଣ୍ୟ ମିଳିଥାଏ । ଏବଂ ଧନ ଐଶ୍ବର୍ଯ୍ୟର ମଧ୍ୟ ବୃଦ୍ଧି ହୋଇଥାଏ । 

ଶୁଭ ସମୟରେ ପୂଜା କରନ୍ତୁ ପାଇବେ କୋଟିପୁଣ୍ୟ: ଭଗବାନ ଶିବ ( Lord Shiva) ଏବଂ ମାତା ପାର୍ବତୀଙ୍କ ପୂଜା କେବଳ ମହାଶିବତ୍ରୀର ଶୁଭ ସମୟରେ କରାଯିବା ଉଚିତ୍। ଶୁଭ ସମୟରେ ପୂଜା କରି ଜଣେ ବ୍ୟକ୍ତି କୋଟି ପୁଣ୍ୟ ଅର୍ଜନ କରିବା ସହ ସମସ୍ତ ପାପରୁ ମୁକ୍ତି ପାଇ ପାରିବ।  ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଚାରିଥର ପୂଜା କରିବାର ପରମ୍ପରା ରହିଛି। ଏହି ଦିନ ଖାସ୍ କରି ମହାଦେବଙ୍କୁ ୪ ଘଣ୍ଟା ଧରି ପୂଜା କରିବା ଦ୍ବାର କୋଟି ପୁଣ୍ୟ ଅର୍ଜନ କରିବା ସହ ସମସ୍ତ ଦୁଖଃ,କଷ୍ଟ ,ଯନ୍ତ୍ରଣାରୁ ମୁକ୍ତି ପାଇପାରିବ ବୋଲି ବିଶ୍ବାସ ରହିଛି । ଏହାସହ ଘରେ ସୁଖ ଏବଂ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ । 

Also Read : Mahashivratri 2023: କାହିଁକି ମହାଦେବଙ୍କର ପ୍ରିୟ ହେଉଛି ବେଲପତ୍ର? ଜାଣନ୍ତୁ ଏହାର ପୌରାଣିକ ମହାତ୍ମ୍ୟ

Also Read : Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ

Also Read : Gajapati News: ଯେତେବେଳେ ଜେନେରେଟର ଧୂଆଁରେ ଭର୍ତ୍ତି ହୋଇଗଲା ଘର...

ବ୍ରତଧାରୀମାନେ ଶିବରାତ୍ରୀ ଦିନ କରନ୍ତୁ ନାହିଁ ଏହି ଭୁଲ୍ (MahaShivratri Fasting Rules 2023):

-ଖାସ୍ କରି ଶିବରାତ୍ରୀ ଦିନ ବ୍ରତଧାରୀମାନେ  ସକାଳେ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ । ପ୍ରାତଃ ସମୟରୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍ । 

-କିଛି ଲୋକେ ଭାବନ୍ତି ଯେ, ଶିବରାତ୍ରୀ ଦିନ ନୂଆ ପୋଷାକ ଧାରଣ କରିବା ଜରୁରୀ ବୋଲି । କିନ୍ତୁ ସେଭଳି କିଛି ନୁହେଁ,ଯଦି ନୂଆ ବସ୍ତ୍ର ଧାରଣ ନ କରିପାରୁଛନ୍ତି ତେବେ, ଆପଣ ସଫା ପୋଷାକ ପରିଧାନ କରି ପୂଜା କରି ପାରିବେ।

-ମହାଶିବରାତ୍ରୀରେ ଆପଣ ଖାସ୍ କରି କଳା ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ କୌଣସି କଳା ପୋଷାକ ଧାରଣ କରିବେ, ତେବେ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ।

- ଜାଗର ଦିନ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ଉଚିତ୍ । ଏହାସହିତ ଆପଣ ଲିଙ୍ଗ ଉପରେ ତ୍ରିଶାଖା ବଲପତ୍ର ମଧ୍ୟ ଅର୍ପଣ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ଲୋକ ବିଶ୍ବାସ ରହିଛି। 

- ଏହିଦିନ ଖାସ୍ କରି ଶିବଲିଙ୍ଗ ଉପରେ ଆପଣ ଅରଖ ଫୁଲ ସହ ଅରୁଆ ଚାଉଳ ଚଢାଇ ପାରିବେ। ମନେ ରଖିବା ଉଚତ୍ ଯେ, ଅରୁଆ ଚାଉଳ ଯେପରି ଭାଙ୍ଗି ନଥିବ । 

- ଏହି ଦିନ ଖାସ୍ କରି ଆମିସ ଠାରୁ ଦୂରେଇ ରୁହନ୍ତୁ । ଏବଂ ଫଳ ଆହର କରନ୍ତୁ।

- ସଂନ୍ଧ୍ୟା ସମୟରେ ଜାଗରରେ  ଶିବ ମନ୍ଦିରରେ ଦୀପ ଜାଳନ୍ତୁ । ଯାହା ଦ୍ବାରା ଭୋଲାନାଥ ଖୁସି ହେବାସହ ଆପଣଙ୍କ ମନୋସ୍କାମନା ପୁର୍ଣ୍ଣ କରିବେ।