Madhya Pradesh Tribal Man: ନିର୍ଦ୍ଦୋଷ ଥିଲେ, ୬୬୬ ଦିନ ମିଳିନି ଯୌନ ସୁଖ; ବର୍ତ୍ତମାନ ସରକାରଠୁ ମାଗୁଛନ୍ତି ୧୦ ହଜାର କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା
Advertisement

Madhya Pradesh Tribal Man: ନିର୍ଦ୍ଦୋଷ ଥିଲେ, ୬୬୬ ଦିନ ମିଳିନି ଯୌନ ସୁଖ; ବର୍ତ୍ତମାନ ସରକାରଠୁ ମାଗୁଛନ୍ତି ୧୦ ହଜାର କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା

Madhya Pradesh Tribal Man: ଦୈନିକ ଭାସ୍କରଙ୍କ ରିପୋର୍ଟ ଅନୁଯାୟୀ, ରତ୍ଲାମର ଘୋଡ଼ାଖେଡ଼ା ନିବାସୀ କାନ୍ତିଲାଲ ଭିଲ ଓରଫ୍ କାନ୍ତୁ ନଭେମ୍ବର ୧୯ରେ ରତ୍ଲାମ ଜିଲ୍ଲା ତଥା ଅଧିବେଶନ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ନ୍ୟୁଜ୍ ୧୮ ହିନ୍ଦୀ ରିପୋର୍ଟ ଅନୁଯାୟୀ, କାନ୍ତିଲାଲ ରାଜ୍ୟ ସରକାର, ପୋଲିସର ତଦନ୍ତକାରୀ ଅଧିକାରୀ ଏବଂ ସମ୍ପୃକ୍ତ ପୋଲିସକର୍ମା ବିରୋଧରେ ମାମଲା ଦାୟର କରିଛନ୍ତି । ଜାନୁଆରୀ ୧୦ରେ ଏହି ମାମଲାର ଶୁଣାଣି ହେବ ।

Madhya Pradesh Tribal Man: ନିର୍ଦ୍ଦୋଷ ଥିଲେ, ୬୬୬ ଦିନ ମିଳିନି ଯୌନ ସୁଖ; ବର୍ତ୍ତମାନ ସରକାରଠୁ ମାଗୁଛନ୍ତି ୧୦ ହଜାର କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା

Madhya Pradesh: ମଧ୍ୟପ୍ରଦେଶର ଜିଲ୍ଲା ରତ୍ଲାମ (Ratlam) ର ଜଣେ ବ୍ୟକ୍ତି ରାଜ୍ୟ ସରକାର ଓ  ପୋଲିସ ବିରୋଧରେ ୧୦,୦୦୬ କୋଟି ଟଙ୍କାର ମକଦ୍ଦମା ଦାୟର କରିଛନ୍ତି । ଦୁଷ୍କର୍ମ ଅଭିଯୋଗରେ ଉକ୍ତ ବ୍ୟକ୍ତି ଦୁଇ ବର୍ଷ ଜେଲରେ ଥିଲେ । ପରେ ସେ ନିର୍ଦ୍ଦୋଷରେ ଖଲାସ ହେବା ପରେ ନିଜେ ରାଜ୍ୟ ସରକାର (Madhya Pradesh Govt) ଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ନିର୍ଦ୍ଦୋଷ ଥିଲେ ମଧ୍ୟ ସେ ଦୁଇ ବର୍ଷ ଜେଲରେ ରହିଥିଲେ, ନିର୍ଯାତନା ସହିଛନ୍ତି । ଜାନୁଆରୀ ୧୦ରେ ଏହି ମାମଲାର ଶୁଣାଣି ହେବ । ଦୈନିକ ଭାସ୍କରଙ୍କ ରିପୋର୍ଟ ଅନୁଯାୟୀ, ରତ୍ଲାମର ଘୋଡ଼ାଖେଡ଼ା ନିବାସୀ କାନ୍ତିଲାଲ ଭିଲ ଓରଫ୍ କାନ୍ତୁ ନଭେମ୍ବର ୧୯ରେ ରତ୍ଲାମ ଜିଲ୍ଲା ତଥା ଅଧିବେଶନ କୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ନ୍ୟୁଜ୍ ୧୮ ହିନ୍ଦୀ ରିପୋର୍ଟ ଅନୁଯାୟୀ, କାନ୍ତିଲାଲ ରାଜ୍ୟ ସରକାର, ପୋଲିସର ତଦନ୍ତକାରୀ ଅଧିକାରୀ ଏବଂ ସମ୍ପୃକ୍ତ ପୋଲିସକର୍ମା ବିରୋଧରେ ମାମଲା ଦାୟର କରିଛନ୍ତି । ଜାନୁଆରୀ ୧୦ରେ ଏହି ମାମଲାର ଶୁଣାଣି ହେବ । ଟାଇମ୍ସ ଅଫ୍ ଇଣ୍ଡିଆ ସହ ବାର୍ତ୍ତାଳାପ ବେଳେ କାନ୍ତିଲାଲ ଭିଲ କହିଥିଲେ ଯେ ତାଙ୍କୁ ଜେଲରେ ଅନେକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଛି । ସେ କହିଛନ୍ତି ଯେ ଜେଲ ଯିବା କାରଣରୁ ତାଙ୍କ ପତ୍ନୀ, ପିଲା ଏବଂ ମା’ଙ୍କ ଜୀବନ ବର୍ବାଦ ହୋଇଯାଇଛି । କାନ୍ତି ଆଗକୁ କହିଛନ୍ତି ଯେ, ମୁଁ ମୋର ଦୁଇ ବର୍ଷର ସମସ୍ୟା ବର୍ଣ୍ଣନା କରିପାରିବି ନାହିଁ । ମୋ ପରିବାର ପୋଷାକ ମଧ୍ୟ କିଣି ପାରି ନାହିଁ । ମୋତେ ଜେଲରେ ଗରମ ଓ ଥଣ୍ଡାରେ ରହିବାକୁ ପଡିଥିଲା, ଶୀତରେ ମଧ୍ୟ ଉପଯୁକ୍ତ ପୋଷାକ ମିଳି ନଥିଲା ।

କାନ୍ତିଲାଲ ଆହୁରି କହିଛନ୍ତି ଯେ, ସେ ୬ ଜଣ ଲୋକଙ୍କ ପରିବାରରେ ଏକମାତ୍ର ରୋଜଗାରକାରୀ ବ୍ୟକ୍ତି ଥିଲେ । ଜେଲରେ ଥିବାରୁ ମୋତେ ଚର୍ମ ରୋଗ ସମେତ ଅନେକ ରୋଗ ହୋଇଥିଲା । ଜେଲରୁ ବାହାରିବା ପରେ ମଧ୍ୟ ସବୁବେଳେ ମୁଣ୍ଡବିନ୍ଧା ହୋଇଥାଏ । ଦେବୀଙ୍କ କୃପାରୁ ମୋତେ ଜେଲରୁ ମୁକ୍ତ ମିଳିଛି । କାନ୍ତ ବର୍ତ୍ତମାନ ପ୍ରତ୍ୟେକ ଦିନର ଯନ୍ତ୍ରଣାର ହିସାବ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! କଂଗ୍ରେସ ପାଇଁ ଆସିଲା ବଡ଼ ଖୁସି ଖବର

ଅଧିକ ପଢ଼ନ୍ତୁ:-୧୭ ବର୍ଷ ପରେ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ!

ଅଧିକ ପଢ଼ନ୍ତୁ:-ପିଏମ କିସାନର ୧୩ତମ କିସ୍ତି ଆସିବା ପୂର୍ବରୁ ସରକାର କଲେ ଏପରି ଘୋଷଣା, ଜାଣି ଖୁସିରେ ନାଚି ଉଠିବେ ୧୪ କୋଟି ଚାଷୀ!

 

କାନ୍ତୁଙ୍କ ପିଟିସନରେ ପୋଲିସ ବିରୋଧରେ ମିଛ ସାକ୍ଷୀ ଓ ବୟାନ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି । ମିଛ ମାମଲା ଯୋଗୁଁ ତାଙ୍କ ଜୀବନ ଓ କ୍ୟାରିଅର ନଷ୍ଟ ହୋଇଯାଇଛି ବୋଲି କାନ୍ତୁ କହିଛନ୍ତି । କାନ୍ତୁ ଏହା ମଧ୍ୟ କହିଛନ୍ତି ଯେ, ଜୀବନରେ କୌଣସି ସୁଖ, ଯେପରି ଯୌନ ଆନନ୍ଦ ଭଳି ଅନେକ ସୁଖ ପାଇନାହାଁନ୍ତି । ଏଥିପାଇଁ କ୍ଷତିପୂରଣ ଦେବାକୁ କାନ୍ତୁ ସରକାରଙ୍କୁ ଦାବି କରିଛନ୍ତି ।