Wife Temple: କୋରୋନା ନେଇଯାଇଥିଲା ପତ୍ନୀଙ୍କ ଜୀବନ, ସ୍ୱାମୀ ନିଜ ଘରେ ତିଆରି କଲେ 'ସ୍ତ୍ରୀ' ମନ୍ଦିର, ପ୍ରତିଦିନ କରୁଛନ୍ତି ପୂଜା
Advertisement
Article Detail0/zeeodisha/odisha1578406

Wife Temple: କୋରୋନା ନେଇଯାଇଥିଲା ପତ୍ନୀଙ୍କ ଜୀବନ, ସ୍ୱାମୀ ନିଜ ଘରେ ତିଆରି କଲେ 'ସ୍ତ୍ରୀ' ମନ୍ଦିର, ପ୍ରତିଦିନ କରୁଛନ୍ତି ପୂଜା

Wife Temple: ଗୋଟିଏ ପଟେ ଲୋକମାନେ ଦେବଦେବୀଙ୍କର ମନ୍ଦିର ଓ ମହାନ ଲୋକଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିବା ବେଳେ, ନାରାୟଣ ସିଂ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁ ପରେ 'ସ୍ତ୍ରୀ ମନ୍ଦିର' ନିର୍ମାଣ କରିଛନ୍ତି । ଘର ବାହାରେ ନିର୍ମିତ ଏହି ମନ୍ଦିରରେ ସ୍ୱର୍ଗତ ପତ୍ନୀଙ୍କ ତିନି ଫୁଟ ଉଚ୍ଚରେ ବସିଥିବା ପ୍ରତିମୂର୍ତ୍ତି ସ୍ଥାପନ ମଧ୍ୟ କରାଯାଇଛି ।

ସାଙ୍କେତିକ ଛବି

Wife Temple: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ (Shajapur district)  ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଆପଣ ନିଶ୍ଚିତ ଭାବରେ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜ ପ୍ରେମ ପାଇଁ ସମସ୍ତ ସୀମା ଅତିକ୍ରମ କରନ୍ତି । କିନ୍ତୁ, ଆପଣ ଏପରି କୌଣସି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ନିଜ ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ ମନ୍ଦିର ତୋଳି ପୂଜା କରୁଥିବ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ । ଶାଜାପୁରର (Shajapur) ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଛନ୍ତି । କହିରଖୁଛୁ ଯେ କୋରୋନା ସମୟରେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା , ଏହା ପରେ ସ୍ୱାମୀ ତାଙ୍କ ସ୍ମୃତିରେ ନିଜ ଘରେ ଏକ ମନ୍ଦିର ନିର୍ମାଣ କରିଛନ୍ତି । ସ୍ୱାମୀ ଓ ତାଙ୍କ ପିଲାମାନେ ଏହି ମନ୍ଦିରରେ ପ୍ରତିଦିନ ପୂଜା କରନ୍ତି । ତାଙ୍କ ମଧ୍ୟ ସାହାଜନଙ୍କ ସହ ତୁଳନା କରାଯାଉଛି ।

ବ୍ୟକ୍ତି ଜଣକ କହିଛନ୍ତି, "ମୋର ସ୍ତ୍ରୀ କୋରୋନା ଅବଧିରେ ପରଲୋକ ହୋଇଯାଇଥିଲେ, ଯେଉଁଥିପାଇଁ ଆମ ଘରେ ସମସ୍ତେ ନିରାଶ ହୋଇଯାଇଥିଲେ । ଯେତେବେଳେ କି, ମୁଁ ମୋ ପତ୍ନୀଙ୍କ ମନ୍ଦିର ନିଜ ଘରେ ନିର୍ମାଣ କଲି । ଯାହା ଦ୍ୱାରା ସେ ସର୍ବଦା ଆମ ପାଇଁ ଦୃଶ୍ୟମାନ ହୋଇପାରନ୍ତି ଓ ମୁଁ ଏବଂ ମୋର ପିଲାମାନେ ମଧ୍ୟ ପ୍ରତିଦିନ ପୂଜା କରନ୍ତି ।" ଏହି ମାମଲା ଶାଜାପୁର ଜିଲ୍ଲାର ସାନଖେଡା ଗାଁର ଅଟେ, ଯେଉଁଠାରେ ସ୍ୱାମୀ ତାଙ୍କ ପତ୍ନୀଙ୍କ ୩ ଫୁଟର ବସିଥିବା ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଓ ସେହି ପ୍ରତିମାକୁ ପ୍ରତିଦିନ ଶାଢ଼ୀ ପିନ୍ଧାଇଥାନ୍ତି ।

fallback

ଗୋଟିଏ ପଟେ ଲୋକମାନେ ଦେବତାମାନଙ୍କର ମନ୍ଦିର ନିର୍ମାଣ କରନ୍ତି ଓ ମହାନ ଲୋକଙ୍କ ପାଇଁ ମନ୍ଦିର ନିର୍ମାଣ କରନ୍ତି, ଅନ୍ୟପଟେ କିନ୍ତୁ ଶାଜାପୁର ଜିଲ୍ଲାରେ ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀ 'ପତ୍ନୀଙ୍କ ମନ୍ଦିର' ନିର୍ମାଣ କରିଛନ୍ତି । ଘର ବାହାରେ ନିର୍ମିତ ଏହି ମନ୍ଦିରରେ ସ୍ୱର୍ଗତ ପତ୍ନୀଙ୍କ ତିନି ଫୁଟ ଉଚ୍ଚରେ ବସିଥିବା ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରତିଦିନ ପୁଅମାନେ ଏଠାକୁ ଯାଇ ନିଜ ମା’ଙ୍କୁ ସାନ୍ତ୍ୱନା ଦିଅନ୍ତି ।

ପତ୍ନୀଙ୍କ ମୃତ୍ୟୁ ପରେ ନାରାୟଣ ସିଂ ନାମକ ଜଣେ ବ୍ୟକ୍ତି ଏହି ମନ୍ଦିରକୁ ନିଜ ଘରେ ନିର୍ମାଣ କରିଛନ୍ତି । ଏବଂ ସେ ପ୍ରତିଦିନ ନିଜ ପତ୍ନୀଙ୍କୁ ବହୁତ ଭକ୍ତି ସହିତ ପୂଜା କରନ୍ତି । ଆପଣ ପ୍ରେମର ଅନେକ କାହାଣୀ ଶୁଣିବାକୁ ପାଇଥିବେ, କିନ୍ତୁ ବାସ୍ତବରେ ପ୍ରେମ ଆଜି ବି ଜୀବନ୍ତ ।

ଏହା ବି ପଢ଼ନ୍ତୁ: Liver Donation: ବାପାକୁ ନିଜ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟା ଝିଅ, ସମସ୍ତେ କରୁଛନ୍ତି ସଲାମ୍

ଏହା ବି ପଢ଼ନ୍ତୁ: Viral News: ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା