କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି
Advertisement

କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

Lord Vishnu Idol: କ୍ରିଷ୍ଣା ନଦୀରୁ ଏକ ମୂର୍ତ୍ତି ଉଦ୍ଧାର କରାଯାଇଛି ଯାହା ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ସହ ମେଳ ଖାଉଛି । ଉକ୍ତ ମୂର୍ତ୍ତିଟି ଦୀର୍ଘ ପ୍ରାଚୀନ ବୋଲି କୁହାଯାଉଛି ।

କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

Ayodhya Ramlala Idol: କର୍ଣ୍ଣାଟକ ରାଇଚୁର ଜିଲ୍ଲାର ଏକ ଗ୍ରାମ ନିକଟ ଦେଇ ବହିଯାଇଥିବା କୃଷ୍ଣା ନଦୀରେ ଭଗବାନ ବିଷ୍ଣୁଙ୍କ ଏକ ପୁରୁଣା ପ୍ରତିମା ଦେଖିବାକୁ ମିଳିଛି । ଯାହା ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସହିତ ସମାନ ପରି ଦେଖାଯାଉଥିବା ଚର୍ଚ୍ଚା ହେଉଛି । ପ୍ରତ୍ନତତ୍ତ୍ୱବିତଙ୍କ କହିବା ଅନୁଯାୟୀ, ନଦୀରୁ ଉଦ୍ଧାର ହୋଇଥିବା ପ୍ରତିମାଟି ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ପରି ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମୂର୍ତ୍ତିରେ ଦଶ ଅବତାରକୁ ଖୋଦିତ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ହଜାର ହଜାର ବର୍ଷ ପୁରୁଣା ଏହି ପ୍ରତିମୂର୍ତ୍ତିଟିର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ରୂପ ସହ ମେଳ ଖାଉଛି । ଏଥିସହିତ ଏକଥା ମଧ୍ୟ କୁହାଯାଉଛି ଯେ, ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମା ସହିତ ଏକ ପ୍ରାଚୀନ ଶିବଲିଙ୍ଗ ମଧ୍ୟ ନଦୀରୁ ଉଦ୍ଧାର କରାଯାଇଛି ।

ରାଇଚୁର ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପକ ଡ ପଦ୍ମଜା ଦେଶାଇ ପ୍ରଭୁ ବିଷ୍ଣୁଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ପରେ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଏକ ମନ୍ଦିରେ ପୂଜା କରାଯାଉଥିଲା । ବୋଧହୁଏ ପରବର୍ତ୍ତୀ ସମୟରେ ମନ୍ଦିର ଭାଙ୍ଗିବା ପରେ ଏହାକୁ ନଦୀରେ ବିସର୍ଜନ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ ବିଗ୍ରହଙ୍କ ଶରୀର ସାମାନ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଅଧ୍ୟାପକଙ୍କ କହିବାନୁଯାୟୀ, ପ୍ରଭୁ ବିଷ୍ଣୁଙ୍କ ମୂର୍ତ୍ତିକୁ ଅତି ବିଶେଷ ଭାବେ ଖୋଦିତ କରାଯାଇଛି । ଏଥିସହିତ ଭଗବାନ ବିଷ୍ଣୁଙ୍କ ଦଶ ଅବତାରଙ୍କୁ ମଧ୍ୟ ପ୍ରତିମୂର୍ତ୍ତିରେ ଖୋଦିତ କରାଯାଇଛି । ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତିରେ ଚାରି ହାତ ରହିଛି । ଏହାର ଦୁଇଟି ହାତ ଉପରକୁ ଥିବାବେଳେ ଗୋଟିଏ ହାତରେ ଶଙ୍ଖ ଏବଂ ଅନ୍ୟ ହାତରେ ଚକ୍ର ଧରିଛନ୍ତି । ଏଥିସହ ଭଗବାନଙ୍କ ମୂର୍ତ୍ତିରେ ଦୁଇ ହାତ ତଳକୁ ଆଶୀର୍ବାଦ ମୁଦ୍ରାରେ ରହିଛି । 

ତେବେ ଉଦ୍ଧାର ହୋଇଥିବା ପ୍ରତିମୂର୍ତ୍ତିରେ ଗରୁଡଙ୍କର କୌଣସି ଚିତ୍ର ନାହିଁ । ମୂର୍ତ୍ତିଟି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଲୋକମାନେ ମୂର୍ତ୍ତିକୁ ଫୁଲ ଚନ୍ଦନ ଲଗାଇ ପୂଜାର୍ଚ୍ଚନା କରିବା ସହ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ଉକ୍ତ ମୂର୍ତ୍ତିକୁ ନେଇ ଏକ ମନ୍ଦିର ସ୍ଥାପନା କରାଯିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

Also Read- True Love Story: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବ ଇଞ୍ଜିନିୟର

Also Read- Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ