Advertisement
Photo Details/zeeodisha/odisha2571911
photoDetails0hindi

Weather Update: ଲଘୁଚାପ ପ୍ରଭାବର ପୁଣି ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତ-ବର୍ଷାର ଲୁଚକାଳି ଖେଳ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି

1/7

ଆଜି  ବିଶେଷକରି, ଗଜପତି, ଗଂଜାମ, କେନ୍ଦ୍ରାପଡା, ଜଗତସିଂହପୁର ଓ କୋରାପୁଟ ।  ଏବଂ ଆସନ୍ତାକାଲି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ମଙ୍ଗଳବାର, ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପାଇବେ ଖୁସି ଖବର!

 

2/7
ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଯାହାର ପ୍ରଭାବର ରାଜ୍ୟର ଆଜିଠାରୁ ପୁଣି ବର୍ଷା ସହ ଘନ କୁହୁଡି ହେବାର ଅଧିକ ସମ୍ଭାବନା ରହିଛି। 

3/7
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ ତିନିଦିନ ତଳେ, ରାଜ୍ୟରେ ପ୍ରବଳ ବର୍ଷା ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କଟା ହୋଇ ଜମିରେ ପଡିଥିବା ଧାନ ଅଧିକ କ୍ଷତି ହୋଇଛି। 

4/7
ଅଦିନିଆ ବର୍ଷା ଅନେକ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଛି। ତେବେ, ଏହି ଦୁଃଖରୁ ଚାଷୀ ବାହାରି ପାରି ନଥିବା ବେଳେ ପୁଣି ଆଗକୁ ଆସୁଛି ବିପଦ। 

5/7
ଆଜିଠାରୁ ବର୍ଷା ନାକେଦମ୍ କରିବ। ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ବୌଦ୍ଧ, ଯାଜପୁର,କଟକ, ନୟାଗଡ, ପୁରୀ, କନ୍ଧମାଳ, କଳାହାଣ୍ତି,  କୋରାପୁଟ୍ ଓ ମାଲକାନଗିରିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

6/7
୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଦିନ ଗଜପତି ଓ ଗଂଜାମରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

7/7
ପୁଣି ଆସନ୍ତା ୨ ଦିନ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ। ୨ ଦିନ ବର୍ଷା ଥିବାରୁ ପାଣିପାଗ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ନେବାକୁ ଏସଆରସି ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।